www.samajalive.in
Monday, December 8, 2025
27.1 C
Bhubaneswar

ଭାରତ-ଇଂଲଣ୍ଡ ୨ୟ ଟେଷ୍ଟ: ୫୦% ଦର୍ଶକଙ୍କୁ ଅନୁମତି

ଚେନ୍ନଇ: ଭ୍ରମଣକାରୀ ଇଂଲଣ୍ଡ ଓ ଘରୋଇ ଭାରତୀୟ କ୍ରିକେଟ୍‌ ଦଳ ମଧ୍ୟରେ ଏଠାରେ ଆସନ୍ତା ୧୩ରୁ ଖେଳାଯିବାକୁ ଥିବା ଦ୍ବିତୀୟ ଟେଷ୍ଟ ମ୍ୟାଚ୍‌ରେ ପ୍ରତିଦିନ ଷ୍ଟାଡ଼ିୟମ ସିଟ୍ ସଂଖ୍ୟାର ୫୦% ଦର୍ଶକ ଉପସ୍ଥିତ ରହିବେ ବୋଲି ନିଷ୍ପତ୍ତି ହୋଇଛି।

ଭାରତ ଓ ଇଂଲଣ୍ଡ ମଧ୍ୟରେ ପ୍ରଥମ ଦୁଇଟି ଟେଷ୍ଟ ମ୍ୟାଚ୍‌ ଏମ୍‌ଏ ଚିଦାମ୍ବରମ୍‌ ଷ୍ଟାଡ଼ିୟମରେ ଖେଳାଯିବ। କୋଭିଡ୍ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ଦୁଇଟି ଟେଷ୍ଟ ମ୍ୟାଚ୍‌ ସମୟରେ ଷ୍ଟାଡ଼ିୟମରେ ଦର୍ଶକଙ୍କ ଉପସ୍ଥିତି ପୂର୍ବରୁ ବାରଣ କରିଥିଲା ତାମିଲନାଡୁ କ୍ରିକେଟ୍‌ ଆସୋସିଏସନ୍‌। ତେବେ କିଛିଦିନ ତଳେ କେନ୍ଦ୍ର ସରକାରଙ୍କ ତରଫରୁ ଜାରି ଆଦର୍ଶ କାର୍ଯ୍ୟପ୍ରଣାଳୀରେ ଷ୍ଟାଡ଼ିୟମରେ ଦର୍ଶକଙ୍କ ଉପସ୍ଥିତିକୁ ସ୍ବୀକୃତି ପ୍ରଦାନ କରାଯାଇଥିବାରୁ ଦ୍ବିତୀୟ ଟେଷ୍ଟ ମ୍ୟାଚ୍‌ ସମୟରେ ଷ୍ଟାଡ଼ିୟମ ସିଟ୍‌ ସଂଖ୍ୟାର ୫୦% ଦର୍ଶକଙ୍କୁ ମ୍ୟାଚ୍‌ ଦେଖିବାର ଅନୁମତି ପ୍ରଦାନ କରିଛି ତାମିଲନାଡୁ କ୍ରିକେଟ୍‌ ଆସୋସିଏସନ୍‌। ଏମ୍‌ଏ ଚିଦାମ୍ବରମ୍‌ ଷ୍ଟାଡ଼ିୟମର ସିଟ୍ ସଂଖ୍ୟା ୫୦ ହଜାର ହୋଇଥିବାରୁ ଦ୍ବିତୀୟ ଟେଷ୍ଟ ମ୍ୟାଚ୍‌ରେ ପ୍ରତିଦିନ ୨୫ ହଜାର ଦର୍ଶକ ଷ୍ଟାଡ଼ିୟମରେ ମ୍ୟାଚ୍‌ ଦେଖିବାର ସୁଯୋଗ ପାଇବେ। ସେହିପରି ଅହମ୍ମଦାବାଦ୍‌ରେ ଅନୁଷ୍ଠିତ ହେବାକୁ ଥିବା ଶେଷ ଦୁଇଟି ଟେଷ୍ଟ ମ୍ୟାଚ୍‌ ସମୟରେ ନୂଆ ମାର୍ଗଦର୍ଶିକା ଅନୁଯାୟୀ ଷ୍ଟାଡ଼ିୟମରେ ଦର୍ଶକମାନେ ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି।

- Advertisement -

ଏ ସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ତାମିଲନାଡୁ କ୍ରିକେଟ୍‌ ଆସୋସିଏସନ୍‌ର ଜନୈକ ପଦାଧିକାରୀ କହିଥିଲେ ବିସିସିଆଇ ଓ ତାମିଲନାଡୁ କ୍ରିକେଟ୍‌ ଆସୋସିଏସନ୍‌ ପଦାଧିକାରୀଙ୍କ ମଧ୍ୟରେ ଆଲୋଚନା ପରେ ୫୦% ଦର୍ଶକଙ୍କୁ ଷ୍ଟାଡ଼ିୟମରେ ମ୍ୟାଚ୍‌ ଦେଖିବାକୁ ସୁଯୋଗ ଦିଆଯିବାକୁ ନିଷ୍ପତ୍ତି ହୋଇଛି। କେନ୍ଦ୍ର ସରକାର ନିଜ ନିୟମରେ ପରିବର୍ତ୍ତନ କରିଥିବାରୁ ତାମିଲନାଡୁ କ୍ରିକେଟ୍‌ ଆସୋସିଏସନ୍‌ ନିମନ୍ତେ ଦର୍ଶକଙ୍କୁ ଷ୍ଟାଡ଼ିୟମକୁ ଛାଡ଼ିବାରେ କୌଣସି ଅସୁବିଧା ନାହିଁ। ସେହିପରି ଗଣମାଧ୍ୟମ ପ୍ରତିନିଧିଙ୍କୁ ପ୍ରେସ୍‌ ବକ୍ସରେ ବସିବାକୁ ଅନୁମତି ମିଳିବ ବୋଲି ସେ ସ୍ପଷ୍ଟ କରି ଦେଇଛନ୍ତି। ତେବେ ସାମ୍ବାଦିକ ସମ୍ମିଳନୀ ଭର୍ଚୁଆଲ୍‌ ମାଧ୍ୟମରେ ଅନୁଷ୍ଠିତ ହେବ ବୋଲି ସେ ସୂଚନା ଦେଇଛନ୍ତି। ଆସନ୍ତା ୫ରୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍‌ ଆୟୋଜିତ ହେବାକୁ ଥିବା ବେଳେ ସେତେବେଳ କାହିଁକି ଷ୍ଟାଡ଼ିୟମକୁ ଦର୍ଶକଙ୍କୁ ଛଡ଼ାଯିବ ନାହିଁ ବୋଲି ପ୍ରଶ୍ନର ଉତ୍ତରରେ ଅଧିକାରୀ ଜଣକ କହିଥିଲେ ଦର୍ଶକଙ୍କୁ ଷ୍ଟାଡ଼ିୟମକୁ ଛାଡ଼ିବାକୁ ଯେଉଁ ବ୍ୟବସ୍ଥା ଗ୍ରହଣ କରିବାକୁ ହେବ ସେଥିପାଇଁ କିଛିସମୟ ଲାଗିବ। ତେଣୁ ପ୍ରଥମ ଟେଷ୍ଟ ମ୍ୟାଚ୍ ବିନା ଦର୍ଶକରେ ଆୟୋଜିତ ହେବ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories