ସିଡ୍ନୀ: ସିଡ୍ନୀରେ ଚାଲିଥିବା ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ଟେଷ୍ଟ୍ ମ୍ୟାଚ୍ର ଦ୍ୱିତୀୟ ଦିନରେ ଅଷ୍ଟ୍ରେଲିଆ ଶୁକ୍ରବାର ଅଲ୍ଆଉଟ୍ ହୋଇଯାଇଛି। ଦଳ ପ୍ରଥମ ଇନିଂସ୍ରେ ୩୩୮ ରନ୍ କରିଛି। ଷ୍ଟିଭ୍ ସ୍ମିଥ୍ଙ୍କ ୧୩୧ ରନ କରି ଆଉଟ ହୋଇଥିଲେ। ଘରୋଇ ଦଳ ଅଲ୍ଆଉଟ୍ ହେବା ପରେ ଭାରତୀୟ ଦଳ ପକ୍ଷରୁ ରୋହିତ ଶର୍ମା ଓ ଶୁଭମନ ଗିନ ବ୍ୟାଟିଂ ଆରମ୍ଭ କରଛନ୍ତି।
ଅଷ୍ଟ୍ରେଲିଆ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଗତକାଲି ଷ୍ଟମ୍ପ ଅପସାରଣ ସୁଦ୍ଧା ଦଳ ୨ଟି ୱିକେଟ୍ ହରାଇ ୧୬୬ ରନ୍ କରିଥିଲା। ଗତକାଲି ଯଥାକ୍ରମେ ୬୭ ଓ ୩୧ ରନ୍ କରି ଅପରାଜିତ ରହିଥିବା ମାରନସ୍ ଲାବୁଶେନ୍ ଓ ଷ୍ଟିଭ୍ ସ୍ମିଥ୍ ଆଜି ପୁଣି ଇନିଂସ୍କୁ ଆଗେଇ ନେଇଥିଲେ। ତେବେ ଲାବୁଶେନ୍ ଶତକ ହାସଲ କରିବା ପୂର୍ବରୁ ଆଉଟ୍ ହୋଇଯାଇଥିଲେ। ସେ ୯୧ (୧୧ଟି ଚୌକା) ରନ୍ କରିଥିବା ବେଳେ ରବୀନ୍ଦ୍ର ଜାଡ଼େଜାଙ୍କ ବଲ୍ରେ ଆଜିଙ୍କ୍ୟ ରାହାଣେଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇଥିଲେ। ତେବେ ୩୧ ରନ୍ କରିଥିବା ସ୍ମିଥ୍ ତାଙ୍କ ଖାତାରେ ଆହୁରି ୧୦୦ ରନ୍ ଯୋଡ଼ିବାରେ ସମର୍ଥ ହୋଇଥିଲେ। ସେ ୨୨୬ଟି ବଲ୍ରୁ ୧୬ଟି ଚୌକା ସହାୟତାରେ ୧୩୧ ରନ୍ କରିଥିଲେ।
ଭାରତ ପକ୍ଷରୁ ରବିନ୍ଦ୍ର ଜାଡେଜା ସର୍ବାଧିକ ୪ ଓ୍ବିକେଟ ନେଇଥିଲେ। ବୁମରା ଓ ସୈନି ୨ଟି ଲେଖାଏଁ ଓ୍ବିକେଟ ନେଇଥିବା ବେଳେ ସିରାଜ ଗୋଟିଏ ଓ୍ବିକେଟ ନେଇଥିଲେ।



