www.samajalive.in
Monday, December 8, 2025
20.1 C
Bhubaneswar

ଭାରତ-ଚୀନ ସମ୍ପର୍କରେ ଉନ୍ନତି: ପୁଣି ଆରମ୍ଭ ହେବ କୈଳାସ ମାନସରୋବର ଯାତ୍ରା

ନୂଆଦିଲ୍ଲୀ : ଭାରତ ଓ ଚୀନ ସମ୍ପର୍କରେ ଉନ୍ନତି ଆସିଛି। ଭାରତ ଓ ଚୀନ ବୈଦେଶିକ ସଚିବସ୍ତରରେ ଦୁଇଦିନ ଧରି ହୋଇଥିବା କଥାବାର୍ତ୍ତା ପରେ ଦୁଇଦେଶର ସମ୍ପର୍କରେ ସୁଧାର ଆସିବାର ସୂଚନା ମିଳିଛି। ସଚିବସ୍ତରୀୟ କଥାବାର୍ତ୍ତା ପରେ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୋମବାର ଦିଆଯାଇଥିବା ସୂଚନା ଅନୁଯାୟୀ ଆଗାମୀ ଦିନରେ ଭାରତ ଓ ଚୀନ ମଧ୍ୟରେ ବିମାନ ଚଳାଚଳ ଆରମ୍ଭ ହେବ। ବିମାନ ଚଳାଚଳ ନିମନ୍ତେ ଦୁଇଦେଶ ମଧ୍ୟରେ ଏକ ବୁଝାମଣା ହେବ। ସେହିପରି ୨୦୨୦ ପରଠାରୁ ବନ୍ଦ ରହିଥିବା କୈଳାସ ମାନସରୋବର ଯାତ୍ରା ପୁଣି ଥରେ ଆରମ୍ଭ ହେବ। ୨୦୨୦ରେ କରୋନା ମହାମାରୀକୁ ନେଇ କୈଳାସ ମାନସରୋବର ଯାତ୍ରା ବନ୍ଦ ରହିଥିଲା।

ଏହା ପରେ ପୂର୍ବ ଲଦାଖର ଗଲୱାନ ଉପତ୍ୟକାରେ ଭାରତ ଓ ଚୀନ ସେନା ମଧ୍ୟରେ ସଂଘର୍ଷ ଯୋଗୁଁ ଦୁଇଦେଶର ସମ୍ପର୍କରେ ତିକ୍ତତା ସୃଷ୍ଟି ହୋଇଥିଲା। ଫଳରେ ଏହି ଯାତ୍ରା ଆଉ ଆରମ୍ଭ ହୋଇପାରି ନଥିଲା। ଗଲୱାନ ସଂଘ​‌ର୍ଷ ପରେ ସୀମାରେ ଏବେ ସ୍ଥିରତା ଆସିଛି। ଏବେ ସମ୍ପର୍କକୁ ଆହୁରି ସୁଧାରିବା ଲାଗି ବୈଦେଶିକ ସଚିବ ବିକ୍ରମ ମିଶ୍ରି ଦୁଇଦିନିଆ ଚୀନ ଗସ୍ତ କରିଥିଲେ। ଗସ୍ତ କାଳରେ ମିଶ୍ରି ଚୀନର ବୈଦେଶିକ ସଚିବ ଓ ଉପମନ୍ତ୍ରୀଙ୍କୁ ଭେଟିଥିଲେ। ଏହା ସହିତ କମ୍ୟୁଟିଷ୍ଟ ପାର୍ଟି ଅଫ୍ ଚୀନର ସେଣ୍ଟ୍ରାଲ କମିଟି ପଲିଟିବ୍ୟୁରୋ ସଦସ୍ୟଙ୍କୁ ଭେଟିଥିଲେ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories