www.samajalive.in
Monday, December 8, 2025
17.1 C
Bhubaneswar

ଦିନ ୧୧ଟା – ମୁଖ୍ୟ ଖବର

ଦେଶ/ବିଦେଶ ଖବର

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟାରେ ୪ ଲକ୍ଷ ୧ ହଜାର ୭୮ ଜଣ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବାବେଳେ ୪୧୮୭ ଜଣଙ୍କର ମୃତ୍ୟୁ ଘଟିଛି। ଫଳରେ ବର୍ତ୍ତମାନ ସୁଦ୍ଧା ସଂକ୍ରମିତଙ୍କ ସଂଖ୍ୟା ୨ କୋଟି ୧୮ ଲକ୍ଷ ୮୬ ହଜାର ୬୧୧କୁ ବୃଦ୍ଧି ପାଇଥିବାବେଳେ ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୩୮ ହଜାର ୨୬୫ରେ ପହଞ୍ଚିଛି।

ଲଣ୍ଡନ: ବ୍ରିଟେନରୁ ଭାରତକୁ ଆସୁଛି ୩ଟି ଅମ୍ଳଜାନ ଉତ୍ପାଦନ ପ୍ଲାଣ୍ଟ। ଉତ୍ତର ଆୟର୍ଲାଣ୍ଡର ବେଲଫାଷ୍ଟରୁ ବିଶ୍ୱର ସର୍ବବୃହତ ପଣ୍ୟବାହୀ ବିମାନରେ ବୋଝେଇ ହୋଇ ୧୮ ଟନ୍‍ ଓଜନର ପ୍ଲାଣ୍ଟ ଏବଂ ତାହାସହିତ ୧୦୦୦ ଭେଣ୍ଟିଲେଟର ଆସୁଛି। ଭାରତରେ ସଂପ୍ରତି ଦେଖାଦେଇଥିବା କରୋନା ସଂକ୍ରମଣ ଜନିତ ସ୍ୱାସ୍ଥ୍ୟ ସଙ୍କଟ ପରିସ୍ଥିତିର ମୁକାବିଲା କରିବାକୁ ବ୍ରିଟେନ ସରକାର ଏହାକୁ ଯୋଗାଇ ଦେଇଛନ୍ତି।

- Advertisement -

ମୁମ୍ବଇ: ଭାରତର ବିମାନବାହକ ଜାହାଜ ଆଇଏନଏସ ବିକ୍ରମାଦିତ୍ୟରେ ଶନିବାର ଅଗ୍ନିକାଣ୍ଡ ଘଟିଛି। ଭୋର ସମୟରେ ଏହି ଅଗ୍ନିକାଣ୍ଡ ଘଟିଥିବାବେଳେ କିଛି ସମୟ ମଧ୍ୟରେ ତାହାକୁ ଆୟତ୍ତ କରାଯାଇଛି। ସମସ୍ତ କର୍ମଚାରୀ ସୁରକ୍ଷିତ ରହିଥିବା ନୌସେନାର ଜଣେ ମୁଖପାତ୍ର କହିଛନ୍ତି। ଅଗ୍ନିକାଣ୍ଡର କାରଣ ଜାଣିବା ଲାଗୁ ତଦନ୍ତ ନିର୍ଦେଶ ଦିଆଯାଇଥିବା ପ୍ରବକ୍ତା ଜଣକ କହିଛନ୍ତି।

ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀ ଭୟଙ୍କର ରୂପ ଧାରଣ କରିଥିବାବେଳେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଓ ତାଙ୍କ ପତ୍ନୀ ଅଭିନେତ୍ରୀ ଅନୁଷ୍କା ଶର୍ମା ସହଯୋଗର ହାତ ବଢାଇଛନ୍ତି। ବିରାଟ ଓ ଅନୁଷ୍କା କରୋନା ମହାମାରୀ ଲଢେଇ ପାଇଁ ୨ କୋଟି ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଏହା ସହ ବିରାଟ ଓ ଅନୁଷ୍କା ଅନ୍ୟ ଲୋକମାନଙ୍କୁ ଏହି ଅଭିଯାନରେ ଆଗେଇ ଆସି ଦାନ କରିବାକୁ ଅନୁରୋଧ କରିଛନ୍ତି।

ନୂଆଦିଲ୍ଲୀ:  କୋଭିଡ ଚିକିତ୍ସାରେ ଗାୟତ୍ରୀ ମନ୍ତ୍ରର ପ୍ରଭାବ ଉପରେ ଚାଲିଛି ଗବେଷଣା; କେନ୍ଦ୍ର ବିଜ୍ଞାନ ଓ କାରିଗରୀ ମନ୍ତ୍ରଣାଳୟ ଯୋଗାଉଛି ପାଣ୍ଠି।

ଟୋକିଓ:  ଅଲିମ୍ପିକ୍‌ସ ମଶାଲ ଶୋଭାଯାତ୍ରାରୁ ଓହରିଲେ ବିଶ୍ବର ବୟୋଜ୍ୟେଷ୍ଠ ବ୍ୟକ୍ତି।

ରାଜ୍ୟ ଖବର

ଭୁବନେଶ୍ଵର: ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ନୂଆ ୧୧ ହଜାର ୮୦୭ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତ ସଂଖ୍ୟା ୫ ଲକ୍ଷ ୨୪ ହଜାର ୨୦୭କୁ ବୃଦ୍ଧି ପାଇଛି। ସୁନ୍ଦରଗଡ଼ରୁ ସର୍ବାଧିକ ୧୯୨୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭୁବନେଶ୍ୱର: ରାଜ୍ୟରେ ପ୍ରଥମ ଥର ପାଇଁ ଯୁକ୍ତ ଦୁଇ ନାମଲେଖା କ୍ଷେତ୍ରରେ ପ୍ରବେଶିକା ପରୀକ୍ଷା କରିବାକୁ ଯୋଜନା କରାଯାଉଛି। ମେଧାବୀ ଛାତ୍ରଛାତ୍ରୀ ଯେଭଳି ଭଲ ଶିକ୍ଷାନୁଷ୍ଠାନରେ ପାଠ ପଢିବାର ସୁଯୋଗ ପାଇବେ ସେନେଇ ବୁଦ୍ଧିଜୀବୀ ଏବଂ ଶିକ୍ଷାବିତମାନଙ୍କ ମତକୁ ଆଧାର କରି ଏଭଳି ଯୋଜନା କରାଯାଇଛି। ଏ ନେଇ ଏଯାବତ୍‌ ଚୂଡ଼ାନ୍ତ ନିଷ୍ପତ୍ତି ହୋଇ ନ ଥିବାବେଳେ ବିଚାରବିମର୍ଶ ଚାଲିଛି।

ଭୁବନେଶ୍ୱର: ରାଜ୍ୟରେ ସଂକ୍ରମଣ ଶୀର୍ଷ ଛୁଇଁଛି। ଏବେ ଦୈନିକ ସଂକ୍ରମଣ ୧୦ରୁ ୧୨ ହଜାର ମଧ୍ୟରେ ଚିହ୍ନଟ ହେଉଛି। ଏଭଳି ସ୍ଥିତି ଆଉ ୩ରୁ ୪ ଦିନ ପର୍ଯ୍ୟନ୍ତ ଲାଗି ରହିବ। ଆସାନ୍ତା ୫ରୁ ୬ଦିନ ପରେ ଅର୍ଥାତ ୧୪ ତାରିଖରୁ ରାଜ୍ୟରେ ସଂକ୍ରମଣ କମିବା ଆରମ୍ଭ ହେବ ବୋଲି ରାଜଧାନୀ ଡାକ୍ତରଖାନା ନିର୍ଦେଶକ ଡା. ଲକ୍ଷ୍ମୀଧର ସାହୁ କହିଛନ୍ତି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories