ଭୁବନେଶ୍ବର: ଜୀବ ବିଜ୍ଞାନ ପ୍ରତିଷ୍ଠାନ(ଆଇଏଲ୍ଏସ୍)ରେ କୋଭିଡ୍ ନମୁନା ପରୀକ୍ଷଣ ଏକ ଲକ୍ଷ ଅତିକ୍ରମ କରିଛି। ଏକ ଲକ୍ଷ କୋଭିଡ୍ ନମୁନା ପରୀକ୍ଷଣ ମାଇଲ୍ଖୁଣ୍ଟ ଅତିକ୍ରମ କରି ମହାମାରୀ ବିରୋଧରେ ଓଡ଼ିଶାର ସଂଗ୍ରାମକୁ ସଶକ୍ତ କରିଥିବାରୁ ଭୁବନେଶ୍ୱରସ୍ଥିତ ଜୀବବିଜ୍ଞାନ ପ୍ରତିଷ୍ଠାନ (ଆଇଏଲ୍ଏସ୍)କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି। ମହାମାରୀ ସଂକ୍ରମଣ ରୋକିବା ଦିଗରେ ଓଡ଼ିଶାର ପରୀକ୍ଷଣ ବୃଦ୍ଧି ଉଦ୍ୟମରେ ଜୀବବିଜ୍ଞାନ ପ୍ରତିଷ୍ଠାନ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଏହି ଅନୁଷ୍ଠାନକୁ ପ୍ରଶଂସା କରିଛନ୍ତି।
Popular Categories



