www.samajalive.in
Monday, December 8, 2025
17.1 C
Bhubaneswar

ହିଜବୁଲ ଆତଙ୍କବାଦୀ ଗିରଫ: ପାକିସ୍ତାନରେ ପ୍ରଶିକ୍ଷଣ, ମୁରାଦାବାଦରେ କରିଥାଆନ୍ତା ଆକ୍ରମଣ

ସମାଜ ଡିଜିଟାଲ ଡେସ୍କ: ପାକିସ୍ତାନରେ ପ୍ରଶିକ୍ଷଣ ନେଇ ଉତ୍ତରପ୍ରଦେଶର ମୁରାଦାବାଦରେ ଆକ୍ରମଣ ଯୋଜନା କରୁଥିବା ଏକ ଆତଙ୍କୀକୁ ଗିରଫ କରିଛି ଉତ୍ତରପ୍ରଦେଶ ପୁଲିସର ଆତଙ୍କବାଦୀ ନିରୋଧୀ ସ୍କ୍ବାଡ(ଏଟିଏସ)। ଗିରଫ ଆତଙ୍କୀ ହେଉଛି ହିଜବୁଲ ମୁଜ୍ଜାହିଦ୍ଦିନ ଆତଙ୍କବାଦୀ ସଂଗଠନର ସକ୍ରିୟ ସସଦ୍ୟ ଉଲଫତ ହୁସେନ ଓରଫ ମହମ୍ମଦ ସୈଫୁଲଇସଲାମ ଓରଫ ଅଫଜାଲ ଓରଫ ହୁସେନ ମଲିକ।

ଏଟିଏସ ସୂଚନା ଅନୁସାରେ, ହୁସେନକୁ ମୁରାଦାବାଦରୁ ଗିରଫ କରଯାଇଛି। ସେ ୨୦୦୨ରୁ ଫେରାର ରହିଥିଲା। ହିଜବୁଲ ମୁଜାହିଦ୍ଦିନର ପାକ୍‌ ଅଧିକୃତ କାଶ୍ମୀରରେ ଥିବା ପ୍ରଶିକ୍ଷଣ କେନ୍ଦ୍ରରେ ହୁସେନ ପ୍ରଶିକ୍ଷଣ ନେଇଥିଲା। ଏହା ପରେ ସେ ମୁରାଦାବାଦରେ ଏକ ବଡ଼ ଆତଙ୍କବାଦୀ ଆକ୍ରମଣ କରିବାକୁ ଏଠାରେ ପହଞ୍ଚିଥିଲା। ଏ ନେଇ ଗୁଇନ୍ଦା ସୂଚନା ମିଳିବା ପରେ ତାହା ଆଧାରରେ ଏଟିଏସ ତା’କୁ ଗିରଫ କରିଛି। ଏହା ପୂର୍ବରୁ ୨୦୦୧ ଜୁଲାଇରେ ହୁସେନକୁ ଗିରଫ କରାଯାଇଥିଲା। ତା’ ନିକଟରୁ ଗୋଟିଏ ଏକେ-୪୭, ଏକେ-୫୬, ଦୁଇଟି ବନ୍ଧୁକ, ୧୨ଟି ଗ୍ରେନେଡ, ୫୦ଟି ଡିଟୋନେଟର, ୨୯ କିଲୋଗ୍ରାମ ବିସ୍ଫୋରକ ଏବଂ ୫୦୭ଟି ଗୁଳି ଜବତ ହୋଇଥିଲା। ଏହା ପରେ ସେ ୨୦୦୨ରେ ଜାମିନରେ ଆସି ଫେରାର ହୋଇଯାଇଥିଲା।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories