www.samajalive.in
Monday, December 8, 2025
27.1 C
Bhubaneswar

ସ୍ୱାସ୍ଥ୍ୟ ପାଇଁ ଉପକାରୀ ମିଶ୍ରି ଓ ସୋରିଷ

ମିଶ୍ରି ଏକ ଏପରି ଦ୍ରବ୍ୟ ଯାହା ପ୍ରତ୍ୟେକ ଘରେ ଉପଲବ୍ଧ। ଏହାକୁ ପୂଜାର୍ଚ୍ଚନା ସମୟରେ ମଧ୍ୟ ଭୋଗ କରିବାରେ ବ୍ୟବହାର କରାଯାଏ। ପାଟି ଦୁର୍ଗନ୍ଧ ଦୂର କରିବା ପାଇଁ ବ୍ୟବହାର କରାଯାଏ। ମିଶ୍ରିରେ ବହୁ ଔଷଧୀୟ ଗୁଣ ରହିଛି।
ଖାଦ୍ୟ ଖାଇବା ପରେ ମିଶ୍ରି ଖାଇଲେ ଅଧିକ ଶକ୍ତି ମିଳିବା ସହ ମାନସିକ ଶାନ୍ତି ମିଳିଥାଏ
ଶରୀରରେ ହିମୋଗ୍ଲୋବିନର ମାତ୍ରା କମିଲେ ରକ୍ତ ତିଆର ହୋଇପାରେ ନାହିଁ। ଫଳରେ ବ୍ୟକ୍ତିଙ୍କୁ ହାଲିଆ ଅନୁଭବ ହୋଇଥାଏ। ନିମୟିତ ମିଶ୍ରିର ସେବନ କରିବା ଦ୍ୱାରା ଏହି ସମସ୍ୟା ଦୂର ହୋଇଥାଏ।
ଥଣ୍ଡା ହେବା ମାତ୍ରେ ସଭିଁଙ୍କର କାଶ ହୋଇଥାଏ। ଫଳରେ ପେଟରେ ଓ ଛାତିରେ ଯନ୍ତ୍ରଣା ଅନୁଭବ ହୋଇଥାଏ। ମିଶ୍ରିରେ ଅଳ୍ପ ଗୋଲମରିଚ ମିଶାଇ ଖାଇଲେ ଥଣ୍ଡାକାଶ ସମ୍ପୂର୍ଣ୍ଣ ଭଲ ହୋଇଯାଇଥାଏ।
ମିଶ୍ରି ପାଣି ସପ୍ତାହକୁ ୨ କିମ୍ବା ୩ ଥର ପିଇଲେ ପେଟ ଥଣ୍ଡା ହୋଇଥାଏ।
ମିଶ୍ରିର ସେବନ କରିବା ଦ୍ୱାରା ପାଚନ ତନ୍ତ୍ର ସୁସ୍ଥ ରହିବା ସହ ଖାଦ୍ୟ ଭଲ ଭାବେ ହଜମ ହୋଇଥାଏ।
ବହୁ ସମୟରେ ପାଟି ଭିତରେ ଲାଲ ଦାଗ ଭଳି ହୋଇଯାଏ। ଏହି ସମୟରେ ମିଶ୍ରି ଓ ଗୁଜୁରାତିକୁ ପେଷ୍ଟ କରି ଦାଗ ସ୍ଥାନରେ ଲଗାଇଲେ ଏହି ସମସ୍ୟାରୁ ମୁକ୍ତି ମିଳିଥାଏ।
ସୋରିଷର ସେବନ କରିବା ଦ୍ୱାରା ପାଚନ କ୍ରିୟା ସୁସ୍ଥ ରହିଥାଏ। ସୋରିଷକୁ ବତୁରାଇ ଏହି ପାଣିକୁ ପିଇବା ଦ୍ୱାରା ପେଟରେ ଥିବା କୃମି ରହିନଥାଆନ୍ତି।
ପାଦ ଗଣ୍ଠି ଆଦିରେ ଯନ୍ତ୍ରଣା ଅନୁଭବ ହେଲେ କିଛି ସୋରିଷକୁ ଏ କସୂତା କପଡ଼ାରେ ବାନ୍ଧି ସେକ ଦିଅନ୍ତୁ। ଏପରି କରିବା ଦ୍ୱାରା ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ।
ଥଣ୍ଡା ସମୟରେ ସୋରିଷ ଗୁଣ୍ଡରେ ମହୁ ମିଶାଇ ଏହାକୁ ଶୁଙ୍ଘିବା ଦ୍ୱାରା ଥଣ୍ଡା ଶୀଘ୍ର ଭଲ ହୋଇଥାଏ।
ଏହାସହ ସୋରିଷରେ ଏଭଳି କେତେକ ତତ୍ତ୍ୱ ରହିଛି, ଯାହା ଦ୍ୱାରା ଏହାକୁ ସେବନ କଲେ ତ୍ୱଚା ପାଇଁ ମଧ୍ୟ ବେଶ ଉପକାରୀ। ସୋରିଷ ପାଣିରେ ମୁହଁ ଧୋଇବା ଦ୍ୱାରା ମୁହଁର ଚମକ ବୃଦ୍ଧି ପାଇଥାଏ।
ସୋରିଷକୁ ରାତି ସାରା ବତୁରାଇ ଏହାର ପାଣିକୁ କେଶ ମୂଳରେ ଲଗାଇଲେ ରୂପି ସମସ୍ୟା ଦୂର ହୋଇଥାଏ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories