www.samajalive.in
Thursday, December 11, 2025
27.1 C
Bhubaneswar

ନୟାଗଡ଼ରେ ହତ୍ୟା, କନ୍ଧମାଳରୁ ମୃତଦେହ ଉଦ୍ଧାର: ମୁଖ୍ୟ ଅଭିଯୁକ୍ତ ଗିରଫ

କନ୍ଧମାଳ : ନୟାଗଡ଼ରେ ହତ୍ୟା, କନ୍ଧମାଳରୁ ଗଳିତ ଶବ ଉଦ୍ଧାର । କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଥାନା ଗାଡ଼ିଆପଡ଼ା ଘାଟିର ପ୍ରଥମ ବୁଲାଣି ନିକଟରୁ ଜଣେ ବ୍ୟକ୍ତିଙ୍କ ଶବ ଉଦ୍ଧାର କରିଛି ପୁଲିସ୍ । ଘଟଣାସ୍ଥଳରେ କନ୍ଧମାଳ ଜିଲାର ଖଜୁରୀପଡ଼ା ପୋଲିସ୍ ଓ ନୟାଗଡ଼ ଜିଲ୍ଲାର ଗଣିଆ ଥାନା ପୋଲିସ୍ ପକ୍ଷରୁ ତଦନ୍ତ ଜାରି ରହିଛି । ମୃତକ ନୟାଗଡ଼ ଜିଲାର ଗଣିଆ ଥାନା ଅନ୍ତର୍ଗତ ଆଡ଼କଟା ପଞ୍ଚାୟତର ଦହପଶି ଗ୍ରାମର ଚରଣ ବେହେରା ହୋଇଥିବା ସୂଚନା ମିଳିଛି । ସୂଚନା ପ୍ରକାରେ ଗତ ଜାନୁଆରୀ ୩୦ ତାରିଖ ଦିନ ଗାଁ ରେ ଅଷ୍ଟ ପ୍ରହରୀ ଚାଲିଥିବା ବେଳେ ଗାଁ ର କିଛି ଲୋକ ଚରଣ ବେହେରାଙ୍କୁ ମଦ ପିଇବାକୁ ଡାକି ନେଇଥିଲେ । ଚରଣ ଘରକୁ ଫେରିବାରେ ବିଳମ୍ବ ହେବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ । ଚରଣଙ୍କ କୌଣସି ସନ୍ଧାନ ନପାଇ ୩୧ ତାରିଖରେ ଗଣିଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ ପରିବାର ଲୋକେ । ଅଭିଯୋଗ ପ୍ରକାରେ ଗଣିଆ ପୁଲିସ୍ ତଦନ୍ତ କରିବା ସହ ମୁଖ୍ୟ ଅଭିଯୁକ୍ତ ପିଣ୍ଟୁ ବେହେରାକୁ ଗିରଫ କରିବା ପରେ ହତ୍ୟାକାଣ୍ଡର ପର୍ଦ୍ଦାଫାଶ ହୋଇଛି । ଅଭିଯୁକ୍ତକୁ ସାଙ୍ଗରେ ଧରି ହତ୍ୟାକାଣ୍ଡର ରିକ୍ରିଏସନ୍ କରିଛି ପୁଲିସ୍ । ଏଥିସହିତ କନ୍ଧମାଳ ଜିଲା ଖଜୁରୀପଡା ଥାନା ଅନ୍ତର୍ଗତ ଗାଡ଼ିଆପଡ଼ା ଘାଟିରୁ ଚରଣଙ୍କ ଗଳିତ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି ପୁଲିସ୍ । ସେପଟେ ଜମିବାଡ଼ି ବିବାଦକୁ କେନ୍ଦ୍ରକରି ଉଭୟଙ୍କ ମଧ୍ୟରେ ପୂର୍ବ ଶତ୍ରୁତା ଥିଲା । ଏହାକୁ ନେଇ ଏହି ହତ୍ୟାକାଣ୍ଡ ଘଟାଇଛନ୍ତି ଦୁର୍ବୃତ୍ତ । ମୁଖ୍ୟ ଅଭିଯୁକ୍ତ ସହ ଆଉ କେଉଁମାନେ ଏହି ହତ୍ୟାକାଣ୍ଡରେ ସାମିଲ୍ ଅଛନ୍ତି ସେନେଇ ଅଧିକ ତଦନ୍ତ ଜାରି ରଖିଛି ଗଣିଆ ପୁଲିସ ।

Hot this week

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

Related Articles

Popular Categories