ମୁମ୍ବଇ : ବଲିଉଡ ଅଭିନେତା ହର୍ଷବର୍ଦ୍ଧନ ରାଣେ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ ଅଭିନେତା ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତି। ସେ ଏବେ ଗୃହ ସଙ୍ଗରୋଧରରେ ରହିଛନ୍ତି।
ରାଣେ ଟ୍ବିଟ୍ କରି ଲେଖିଛନ୍ତି ଯେ, ମୋର ପ୍ରଥମେ ଜ୍ୱର ଓ ପେଟରେ ଯନ୍ତ୍ରଣା ହୋଇଥିଲା। ଏହାପରେ ମୁଁ ଡାକ୍ତରଙ୍କୁ ପରାମର୍ଶ କରିଥିଲି। ମୋଁଠାରେ କରୋନା ସଂକ୍ରମଣର କୌଣସି ଲକ୍ଷଣ ନଥିଲା। ମାତ୍ର ଡ଼ାକ୍ତର ମୋତେ କରୋନା ପରୀକ୍ଷା କରିବାକୁ କହିଥିଲେ। ଆରୋଗ୍ୟ ସେତୁ ଆପ ଅନୁସାରେ ସେ କରୋନାରେ ସଂକ୍ରମିତ ବୋଲି ଜାଣିବାକୁ ପାଇଥିବା କହିଛନ୍ତି।
Tested Corona Positive pic.twitter.com/nlXa7IAc3w
— Harshvardhan Rane (@harsha_actor) October 5, 2020



