www.samajalive.in
Monday, December 8, 2025
27.1 C
Bhubaneswar

ମହାନଦୀରେ ବନ୍ୟା ଆଶଙ୍କା: ଉଦଣ୍ଡୀ ନାଳରେ ବନ୍ୟାପାଣି, ମାରଡା ଗାଁ ପାଣି ଘେରରେ

ହରଭଙ୍ଗା: ଉପରମୁଣ୍ଡରେ ଲଗାଣବର୍ଷା ସାଙ୍ଗକୁ ହୀରାକୁଦ ଜଳଭଣ୍ଡାରରୁ ୨୮ଟି ଗେଟରେ ବନ୍ୟାଜଳ ନିଷ୍କାସନ ଯୋଗୁଁ ମହାନଦୀରେ ଏକ ବଡ ଧରଣର ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି।ଉଭୟ ତେଲନଦୀ ଏବଂ ମହାନଦୀରେ ବନ୍ୟାଜଳ ବୃଦ୍ଧି ପାଇବା ସହିତ ବୌଦ୍ଧ ଜିଲାର ତଳମୁଣ୍ଡରେ ସାମ୍ଭାବ୍ୟ ବନ୍ୟା ଆଶଙ୍କା ଦେଖାଦେଇଛି। ବିଶେଷକରି ହରଭଙ୍ଗା ତହସିଲର ୫୫ଟି ବନ୍ୟା ପ୍ରଭାବିତ ନଦୀକୂଳିଆ ଗ୍ରାମଗୁଡିକରେ ସମ୍ଭାବ୍ୟ ବନ୍ୟା ଆଶଙ୍କା ଦେଖାଦେଇଛି। ଗତ ଗୁରୁୁବାରଠାରୁ ଲଗାତାର ୩ଦିନହେଲା ମହାନଦୀରେ ବନ୍ୟାଜଳ ବୃଦ୍ଧି ପାଇବା ସହିତ ଉପରମୁଣ୍ଡ ଏବଂ ପଡୋଶୀ କନ୍ଧମାଳ ଜିଲାରେ ପ୍ରବଳ ବର୍ଷା ଯୋଗୁଁ ହରଭଙ୍ଗା ତହସିଲରେ ଏକ ନିଶ୍ଚିତ ବନ୍ୟା ପରିସ୍ଥିତି ସୃଷ୍ଟିହେବା ଆଶଙ୍କା ରହିଛି। ମହାନଦୀର ଜଳସ୍ତର ବୃଦ୍ଧି ଯୋଗୁଁ ବର୍ତମାନ କୁଶଙ୍ଗ ପଞ୍ଚାୟତର ଉଦଣ୍ଡୀ ନାଳରେ ବନ୍ୟାପାଣି ଯୋଗୁଁ ଆଦିବାସୀ ବହୁଳ ମାରଡା ଗାଁ ୩୦ଟି ପରିବାର ୩ଦିନହେଲା ପାଣିଘେରରେ ରହିଛି। ସେହିପରି ହରଭଙ୍ଗା -‎ଧଳପୁର ଜଗନ୍ନାଥ ସଡକର କୁଶାସିଙ୍ଗା ନାଳ, ସାକୁଶିଙ୍ଗା ନାଳ,ସଦଲଗଣ୍ଡା ନାଳ,ଡିଆଁ ଘାଟ ପୋଲ, ମଲ୍ଲିକପଡା ପୋଲ, ଭେଜିଗୁଡା ପୋଲ ତଳେ ବନ୍ୟା ପାଣି ଚାଲୁଥିବା ବେଳେ ସକାଳ ସୁଦ୍ଧା ଏହି ରାସ୍ତାରେ ଯୋଗାଯୋଗ ବିଛିନ୍ନ ହେବା ଆଶଙ୍କା ପ୍ରକାଶ ପାଇଛି।

ମହାନଦୀର ବନ୍ୟାଜଳରେ ତହସିଲର ହଜାର ହଜାର ହେକ୍ଟର ଚାଷ ଜମି ଜଳମଗ୍ନ ହେବା ସହିତ ଧାନଗଛ ସବୁ ବନ୍ୟା ପାଣିରେ ବୁଡି ପଚିସଢି ସେଗୁଡିକ ନଷ୍ଟ ହେବା ମଧ୍ୟ ଆଶଙ୍କା ପ୍ରକାଶ ପାଇଛି। ଆଜି ନଦୀର ଜଳସ୍ତର ଅହେତୁକ ଭାବେ ବୃଦ୍ଧି ପାଉଥିବାରୁ ଶଙ୍କୁଲେଇ ପଞ୍ଚାୟତର ପାଣିଘରା, ହରଭଙ୍ଗା ପଞ୍ଚାୟତର କୋଡାଶିଙ୍ଗା, କୁଶଙ୍ଗ ପଞ୍ଚାୟତର ତିରଡ, ଅତଲସରା, ବୀରନରସିଂହପୁର ପଞ୍ଚାୟତର କରଡି, ହାଟଗାଁ ଭଲି ବନ୍ୟା ପ୍ରଭାବିତ ଗାଁଗୁଡିକରେ ସାମ୍ଭାବ୍ୟ‎ ବନ୍ୟା ପରିସ୍ଥିତ ଦେଖାଦେବା ସହ ଏହିସବୁ ଗାଁ ପାଣିଘେରରେ ରହିବା ଆଶଙ୍କା ପ୍ରକାଶ ପାଇଛି। ଆଗକୁ ହୀରାକୁଦ ଆହୁରି ଗେଟ ଖୋଲିବା ପାଇଁ ବିଚାର ବିମର୍ଷ କରୁଥିବାରୁ ମହାନଦୀର ତଳମୁଣ୍ଡରେ ଏକ ସାମ୍ଭାବ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ତଳି ଅଞ୍ଚଳ ଲୋକଙ୍କୁ ପ୍ରଶାସନ ପକ୍ଷରୁ ସତର୍କ ସୂଚନା ଦିଆଯାଇନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ହରଭଙ୍ଗା ତହସିଲଦାର ଶମ୍ଭୁଭୂଷଣ ମିଶ୍ର କହିଛନ୍ତି ଯେ ପ୍ରଶାସନ ଏଥିପାଇଁ ସଜାଗ ରହିଛି। ହରଭଙ୍ଗା ତଳିଅଞ୍ଚଳ ରେଡ ଜୋନରେ ଥିବା ସେ ସୂଚନା ଦେଇଛନ୍ତି। ଆରଆଇ ମାନଙ୍କୁ ସତର୍କ ରହିବା ପାଇଁ କୁହାଯାଇଛି। ମାରଡା ଗାଁ ପାଣିଘେରରେ ଥିବା ସୂଚନା ମିଳିଛି। ବନ୍ୟା ଆଶଙ୍କାକୁ ଦୃଷ୍ଟିରେ ରଖି ତହସିଲ ପକ୍ଷରୁ ୨୪ଘଣ୍ଟିଆ ଜରୁରୀକାଳୀନ ସେବା ଚାଲୁରହିଛି ବୋଲି ସେ ପ୍ରକାଶ କରିଛନ୍ତି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories