www.samajalive.in
Monday, December 8, 2025
27.1 C
Bhubaneswar

ସରୁନି ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟ

ଗୁରୁଡିଝାଟିଆ : ରାସ୍ତାର ପ୍ରଶସ୍ତିକରଣ ପାଇଁ ପିଚୁ ହେବା ତ ଦୂରକଥା। ଏବେସୁଦ୍ଧା ଅନେକ ସ୍ଥାନରେ ରାସ୍ତା ଉଚ୍ଚା ପାଇଁ ମାଟି ବିଛାଯିବା କାର୍ଯ୍ୟ ଚାଲିଛି। ଦକ୍ଷୀଣ-ପଶ୍ଚିମ ମୌସୁମୀ ବାୟୁ ହାତ ପାହାନ୍ତାରେ। ଦକ୍ଷିଣ ଓଡିଶାରେ ମୌସୁମୀବାୟୁ ସକ୍ରିୟ ହେଲାଣି। ରାସ୍ତା କାର୍ଯ୍ୟ ସଂପୂର୍ଣ୍ଣ ହୋଇନଥିବାରୁ କଖଡି କଲେଜଛକ ଠାରୁ ବ୍ରାହ୍ମଣବସ୍ତ ଦେଇ ୫୫ ନଂ ଜାତୀୟ ରାଜପଥକୁ ସଂଯୋଗ କରୁଥିବା ପୂର୍ତ୍ତ ଓ କୋଠାବାଡି ବିଭାଗ ରାସ୍ତାର ଏଭଳି ଚିତ୍ର ଦେଖିବାକୁ ମିଳେ। ପ୍ରକାଶଯୋଗ୍ୟ ଏହି ରାସ୍ତାଟିର ସଂପ୍ରସାରଣ ଓ ଉନ୍ନତିକରଣ କରିବା ନିମନ୍ତେ ବିଭାଗ ପକ୍ଷରୁ ଠିକାଦାରଙ୍କୁ ଦିଆଯାଇଛି କାର୍ଯ୍ୟାଦେଶ। ରାସ୍ତାଟି ମହାନଦୀର ବନ୍ୟାରେ ବୁଡିଯାଇଥାଏ।

ସେଥିପାଇଁ ବ୍ରାହ୍ମଣବସ୍ତ, ବିଷ୍ଣୁପୁର ,ରାମଶ୍ୟାମପୁର ଆଦି ଗାଁର ଜନସାଧାରଣଙ୍କ ସହିତ କଖଡିର ସଂଯୋଗ ବିଚ୍ଛିନ୍ନ ହୋଇଥାଏ। ଏହାକୁ ଦୃଷ୍ଟିରେ ରଖି ବିଭାଗ ପକ୍ଷରୁ ପ୍ରଶସ୍ତିକରଣ ସହିତ ରାସ୍ତାକୁ ଉଚ୍ଚା କରାଯାଉଛି। ରାସ୍ତା କାର୍ଯ୍ୟର କଚ୍ଛପ ଗତି ଯୋଗୁଁ କଖଡି ହାଇସ୍କୁଲ ଠାରୁ ବିଷ୍ଣୁପୁର ପର୍ଯ୍ୟନ୍ତ ମାଟିକାର୍ଯ୍ୟ ସଂପୂର୍ଣ୍ଣ ହୋଇପାରୁନାହିଁ। ଦିନେ ଦୁଇଦିନ ଭିତରେ ମୌସୁମୀ ବାୟୁ ଯୋଗୁଁ ବର୍ଷା ଆରମ୍ଭ ହୋଇଯିବ।

- Advertisement -

ଏହା ହେଲେ ରାସ୍ତାରେ ଯାତାୟାତ ସଂପୁର୍ଣ୍ଣ ଠପ ହୋଇଯିବ। ତୁରନ୍ତ ଏଂହି କାର୍ଯ୍ୟକୁ ସମାପନ କରିବା ପାଇଁ ବିଭାଗୀୟ ଯନ୍ତ୍ରୀ କଣ ପାଇଁ ଠିକାଦାରଙ୍କୁ ନିର୍ଦ୍ଦେଶ ଦେଉନାହାନ୍ତି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି? ତୁରନ୍ତ ରାସ୍ତାକାର୍ଯ୍ୟ ସମାପନ କରିବା ପାଇଁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories