www.samajalive.in
Monday, December 8, 2025
27.1 C
Bhubaneswar

ସ୍ବାମୀଙ୍କୁ ହତ୍ୟାକରି ସ୍ତ୍ରୀ ଫେରାର

ଗୁଡଭେଲା: ସ୍ବାମୀଙ୍କୁ ହତ୍ୟା କରିବା ପରେ ଘଟଣାସ୍ଥଳରୁ ସ୍ତ୍ରୀ ଫେରାର । ଏପରି ଘଟଣା ବଲାଙ୍ଗୀର ଜିଲ୍ଲା ତୁଷୁରା ଥାନା ଅନ୍ତର୍ଗତ ମହିପୁର ଗାଁରେ ଦେଖିବାକୁ ମିଳିଛି । ମୃତକ ହେଲେ ଦିବ୍ୟସିଂହ ଭୋଇ । ସ୍ବାମୀଙ୍କୁ ହତ୍ୟା କରିବା ପରେ ଅଭିଯୁକ୍ତ ସ୍ତ୍ରୀ ଯଶୋଦା ଭୋଇ ଫେରାର ହୋଇଯାଇଥିବା ଜଣାପଡିଛି ।

ସୂଚନା ଅନୁଯାୟୀ, ଗତକାଲି ରାତିରେ ଦିବ୍ୟସିଂହ (୩୫) ଓ ତାଙ୍କ ସ୍ତ୍ରୀ ଯଶୋଦା ଘରେ ଶୋଇଥିଲେ । ବିଳମ୍ବିତ ରାତିରେ ଯଶୋଦା ଏକ ଧାରୁଆ ଅସ୍ତ୍ରରେ ଦିବ୍ୟସଂହଙ୍କୁ ହାଣି ହତ୍ୟା କରିଥିଲେ । ଦିବ୍ୟସିଂହଙ୍କ ଚିତ୍କାର ଶୁଣି ପରିବାର ଲୋକ ଉଠି ପଡ଼ିଥିଲେ । ତେବେ ଘଟଣା ଘଟାଇବା ପରେ ଯଶୋଦା କେଉଁଆଡ଼େ ଚାଲି ଯାଇଥିଲେ।

- Advertisement -

ଏହାପରେ ଏକ ଆମ୍ବୁଲାନ୍ସରେ ଦିବ୍ୟସଂହଙ୍କୁ ଗୁରୁତର ଅବସ୍ଥାରେ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ ଭର୍ତ୍ତି କରିବା ଲାଗି ନିଆଯାଇଥିଲା । ହେଲେ ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଥି‌ଲା । ତେବେ ଡାକ୍ତରଖାନାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। କେଉଁ କାରଣରୁ ଯଶୋଦା ଦିବ୍ୟସଂହଙ୍କୁ ହତ୍ୟା କଲେ ଜଣାପଡ଼ିନାହିଁ । ତେବେ ଯଶୋଦା ଜଣେ ମାନସିକ ବିକୃତ ମହିଳା ବୋଲି ଶୁଣିବାକୁ ମିଳୁଛି । ଏନେଇ ଖବର ପାଇ ତୁଷରା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ତଦନ୍ତ କରୁଛି । ଫେରାର ଯଶୋଦାଙ୍କୁ ପୁଲିସ ଖୋଜୁଛି ।

 

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories