www.samajalive.in
Monday, December 8, 2025
27.1 C
Bhubaneswar

ଭଗବାନଙ୍କ ଭରସାରେ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ; ଠିକ୍‌ ସମୟରେ ଆସୁନାହାନ୍ତି କର୍ମଚାରୀ ଓ ଶିକ୍ଷକ

ଗୁଡଭେଲା: ବଲାଙ୍ଗୀର ଜିଲ୍ଳା ଗୁଡ଼ଭାଲା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଯେମିତି ଭଗବାନଙ୍କ ଭରସାରେ ଚାଲୁଛି । ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅନୁପସ୍ଥିତର ସୁଯୋଗ ନେଇ ମନମୁଖୀ ଆସୁଛନ୍ତି କର୍ମଚାରୀ ଓ ଶିକ୍ଷକ । କିଭଳି ଚାଲିଛି ଗୁଡ଼ଭେଳା ଶିକ୍ଷା ବିଭାଗ ତାହା ଦେଖିବାବା ପାଇଁ ଶୁକ୍ରବାର ଦିନ ଆମ ପ୍ରତିନିଧି ପହଞ୍ଚି ଥିଲେ ବ୍ଳକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ।  ଦିନ ୧୦.୩୦ ଶୁଦ୍ଧା ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ, ଜଣେ ହିସାବ ରକ୍ଷା ଏବଂ  ଗୋଷ୍ଠୀ ସମ୍ବଳ ଶିକ୍ଷକ(ବିଆର୍ଟି) ଆସିଥିବା ବେଳେ  ଅନ୍ୟ କର୍ମଚାରୀମାନେ ମନଇଚ୍ଛା ଆସୁଥିବା ଦେଖାଯାଇଛି । ଏପରିକି ୧୦.୪୫ରେ ଏମଆଇଏସ, ୧୦.୫୫ରେ ହିସାବ ରକ୍ଷକ ଓ ଜଣେ କିରାଣି ଆସିଥିବା ବେଳେ ୧୧.୨୫ରେ  ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ରମେଶ ଚନ୍ଦ୍ର ସାମର୍ଥ ଆସିଥିଲେ । କିନ୍ତୁ ୧୧.୩୦ ପର୍ଯ୍ୟନ୍ତ ଅନ୍ୟ ୭ ଜଣ କର୍ମଚାରୀଙ୍କ ଦେଖାଦର୍ଶନ ମିଳିନଥିଲା ।

ଗୁଡଭେଲା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟଳୟରେ ୨ ଜଣ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ, ୨ ଜଣ ହିସାବ ରକ୍ଷକ, ୨ ଜଣ ଡାଟାଏଣ୍ଡୁରି ଅପରେଟର, ୨ ଗୋଷ୍ଠୀ ସମ୍ବଳ ଶିକ୍ଷକ (ବିଆର୍ଟି), ୨ ଜଣ କିରାଣୀ ସହ ଏମଆଇଏସ, ପିଅନ ଓ ଆଟେଣ୍ଡର ରହିଛିନ୍ତି । ମୋଟ ୧୪ ଜଣ କର୍ମଚାରୀ ଅଫିସରେ କାମ କରୁଥିବାର ରେକର୍ଡ ରହିଛି । ହେଲେ ବିଇଓ ସହ ଏବିଇଓ ପଦ ଖାଲି ଥିବାରୁ ଏପରି ଅବସ୍ଥା ଦେଖିବାକୁ ମିଳିଛି ବୋଲି ଜଣେ କର୍ମଚାରୀ ପ୍ରକାଶ କରିଛନ୍ତି। ଖାଲି ଏବେ ନୁହେଁ ପ୍ରତିଦିନ ଏଭଳି ଭାବରେ କର୍ମଚାରୀ ମାନେ ଆସନ୍ତି ବୋଲି ଅଭିଯୋଗ ହେଉଛି ।  କେବଳ ଵିଇଓ ଅଫିସ ଯେ ଭଗବାନ ଭରସାରେ ଚାଲୁଛି ତାହା ନୁହେଁ ଗୁଡ଼ଭେଳା ବ୍ଳକର ଆଭ୍ୟନ୍ତରୀଣରେ ଥିବା ବିଦ୍ୟାଳୟ ଗୁଡିକ ନିଯୁକ୍ତି ହୋଇଥିବା ଶିକ୍ଷକ ମାନେ ମଧ୍ୟ ମନଇଚ୍ଛା ଯିବା ଆସିବା କରୁଛନ୍ତି । ଦିନ ୧୧ ଟାରେ ବିଦ୍ୟାଳୟକୁ ଆସୁଥିବା ବେଳେ ୩ଟାରେ ଛୁଟି କରି ପଳାଉଥିବାର ନଜରି ରହିଛି ।

- Advertisement -

ଗୋଷ୍ଠୀ ଶିକ୍ଷା ଅଧୀକାରୀଙ୍କ କାର୍ଯ୍ୟଳୟ ଓ ବିଦ୍ୟାଳୟ ଗୁଡିକୁ ତଦାରଖ କରିବା ପାଇଁ ଅଧିକାରଙ୍କ ଅଭାବ ଯୋଗୁଁ ଏଭଳି ଅଚଳାବସ୍ଥା ଲାଗି ରହିଛି ବୋଲି ଶିକ୍ଷକମାନେ ମତ ରଖୁଛନ୍ତି।  କର୍ମଚାରୀ ସହ ଶିକ୍ଷକ ମାନେ ବିଳମ୍ବରେ ଆସୁଥିବା ବିଷୟରେ ଏବିଇଓ ରମେଶ ଚନ୍ଦ୍ର ସାମର୍ଥଙ୍କୁ ପଚରିବାରୁ ମୁଁ ଗୋଟିଏ ସ୍କୁଲକୁ ଯାଇଥିଲି ହେଲେ ସବୁ କର୍ମଚାରୀ ଠିକ ସମୟରେ ଆସନ୍ତି ଆଜି ବିଳମ୍ବ ହୋଇଥିବ ବୋଲି କହିଛନ୍ତି । ଅତିରିକ୍ତ ଦାଇତ୍ଵରେ ଥିବା ବିଇଓ ଗୋବର୍ଦ୍ଧନ ଭୋଇଙ୍କୁ ପଚରାଯିବାରୁ  ପରେ କଥା ହେମି ବୋଲି କହିଛନ୍ତି ।

Hot this week

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ଏମଭି-୨୬ ଗାଁରେ ପୁଲିସ ଛାଉଣୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

Related Articles

Popular Categories