www.samajalive.in
Thursday, December 11, 2025
26.1 C
Bhubaneswar

ସ୍ତ୍ରୀର ଶବକୁ ରାସ୍ତାରେ ଧରି କଇଁ କଇଁ କାନ୍ଦିଲା ସ୍ୱାମୀ – ପୁଅକୁ ପୋଲିଅ ଟିକା ଦେବା ପାଇଁ ନେବା ବେଳେ ମା’ଙ୍କୁ ଚାପି ଦେଲା ଆନ୍ଧ୍ରାଟ୍ରକ

ଗୋପାଳପୁର – ଆନ୍ଧ୍ରା ଟ୍ରକ ଯମଦୂତ ପରି ମଟର ସାଇକେଲ୍‌ ପଛକୁ ଧକ୍କା ଦେବା ସହ ଜଣେ ମହିଳାଙ୍କ ମୁଣ୍ଡ ଉପରେ ଚଢିଯାଇଥିଲା । ଘଟଣାସ୍ଥଳରେ ମହିଳାଙ୍କର ମୃତ୍ୟୁ ହୋଇଥିଲା । ଅଢେଇ ବର୍ଷର ପୁଅକୁ ପୋଲିଓ ଟିକା ଦେବା ପାଇଁ ନିଜ ସ୍ୱାମୀଙ୍କ ସହ ଡାକ୍ତରଖାନାକୁ ଯାଉଥିଲେ । ମୃତ୍ୟୁ ଯନ୍ତା ଭାବେ ପରିଚିତ ହଳଦିଆପଦର ଠାରୁ ଗିରିସୋଲା ୧୬ ନମ୍ବର ଜାତିୟ ରାଜପଥରରେ ପୁଣି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିଲା ମହିଳା ପ୍ରାଣ ହରେଇଥିବା ଏବଂ ଅଳ୍ପକେ ବର୍ତ୍ତୀ ଯାଇଛନ୍ତି ସ୍ୱାମୀ ଓ ଅଢେଇ ବର୍ଷର ଶିଶୁପୁତ୍ର l

ମୋଟରସାଇକେଲ କୁ ପଛରୁ ଟ୍ରକ ଧକ୍କା ଦେବାରୁ ଏ ଭଳି ଦୁର୍ଘଟଣା ଘଟିଥିବା ଜଣା ପଡିଛି l ପ୍ରାଣ ହରେଇ ଥିବା ମହିଳା ଜଣଙ୍କ ହେଲେ ଦାସପୁର ଗାଁର ବସନ୍ତ ବେହେରାଙ୍କ ପତ୍ନୀ ଝରଣା ବେହେରା ୨୨ ବର୍ଷ l ମିଳିଥିବା ଖବର ଅନୁଯାୟୀ ଆନ୍ଧ୍ରପ୍ରଦେଶ କାନ୍ଥିଲି ଥାନା ଅନ୍ତର୍ଗତ ମଠ ସାରିଆ ଗାଁରେ ଏକ ଭଡା ଘରେ ରହି ଆସୁଥିଲେ ‌ବୁଧବାର ସକାଳେ ନିଜ ମୋଟରସାଇକେଲ ( ଓଡି ୦୭ ଭି ୨୬୨୨) ଯୋଗେ ସ୍ୱାମୀ ବସନ୍ତ ଏବଂସ୍ତ୍ରୀ ଝରଣା ସାଙ୍ଗରେ ଶିଶୁ ପୁତ୍ରକୁ ଧରି ବ୍ରହ୍ମପୁର ବଡ ମେଡିକାଲରେ ପୋଲିଓ ଦେବା ପରେ ନିଜ ଗାଁ ଦାସପୁରକୁ ଯିବା ପାଇଁ ବ୍ରହ୍ମପୁର ଯାଉଥିବା ବେଳେ ଗୋଳନ୍ଥରା ଥାନା ଅନ୍ତର୍ଗତ ରଣ୍ଢା ଛକରେ ଏକ ଟ୍ରକ ନଂ ଏପି୨୧ ଟିଏ ୪୩୪୩ ଦ୍ରୁତ ଗତିରେ ଆସି ମୋଟରସାଇକେଲ କୁ ପଛରୁ ଧକ୍କା ଦେଇଥିଲା l ଫଳରେ ମୋଟରସାଇକେଲ ପଛରେ ବସିଥିବା ଝରଣା ଛିଟିକି ରାସ୍ତା ଉପରେ ପଡିଯାଇଥିଲେ ଏବଂ ଟ୍ରକ ଚକା ତଳେ ପଡିଯିବା ସହ ତାଙ୍କ ମୁଣ୍ଡ ଉପରେ ଟ୍ରକଟି ମାଡି ଯାଇଥିଲା, ଯାହାଫଳରେ ଘଟଣାସ୍ଥଳରେ ଝରଣା ଙ୍କ ମୃତ୍ୟୁଘଟିଥିବା ବେଳେ ସ୍ୱାମୀ ବସନ୍ତ ଓ ଶିଶୁପୁତ୍ର ଆହତ ହୋଇଥିବା ଜଣାପଡିଛି l ଅନେକ ସମୟ ଧରି ସ୍ତ୍ରୀର ଶବକୁ ଧରି ରାସ୍ତା ଉପରେ କାନ୍ଦିଥିଲେ ସ୍ୱାମୀ ।

- Advertisement -

ଖବର ପାଇ ଗୋଳନ୍ଥରା ଥାନା ଅଧିକାରୀ ବିବେକାନନ୍ଦ ମହାନ୍ତି ଓ ପୋଲିସ ରଣ୍ଢାରେ ପହଞ୍ଚି ମୃତ ଦେହକୁ ଜବତ କରି ପୋଲିସ ଜିପରେ ବ୍ରହ୍ମପୁର ପଠାଇଥିଲେ l ଏ ନେଇ ଥାନା କେଶ ନଂ ୨୯୯/୨୨ ରେ ଏକ ମାମଲା ରୁଜୁ କରିବା ସହ ଦୁର୍ଘଟଣାଗ୍ରସ୍ତ ଟ୍ରକ ଓ ମୋଟରସାଇକେଲ କୁ ଜବତ କରିଥିବା ପୋଲିସ ସୂଚନା ଦେଇଛି l ଅନ୍ୟପଟେ ରଣ୍ଢା ଛକ ଏକ ଦୁର୍ଘଟଣାପ୍ରବଣ ଅଞ୍ଚଳ ସହ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଙ୍କ ପକ୍ଷରୁ ବ୍ଲାକ ସ୍ପଟ ଭାବେ ଚିହ୍ନଟ ହୋଇଥିଲେ ମଧ୍ୟ ଜାତୀୟ ରାଜପଥ କର୍ତ୍ତୃପକ୍ଷ କିମ୍ବା ପରିବହନ ବିଭାଗ ପକ୍ଷରୁ କୌଣସି ସୂଚନା ଫଳକ ଦିଆ ଯାଇନି lଏହା ସହ ରଣ୍ଢା ଛକ ଅଞ୍ଚଳଟି ପରିବାର ବ୍ୟବସାୟ ଏକ ପେଣ୍ଠ ସ଼ଥଳ ଭାବେ ପରିଚିତ ରହିଥିବା,ଦିନ ତମାମ ଲୋକଙ୍କ ଗହଳି ଚହଳ ଲାଗି ରହିଥାଏ।ଏଥି ସହ ଉକ୍ତ ଛକ ଦେଇ ଆଖପାଖ ଅଞ୍ଚଳର ପ୍ରାୟ ୨୦ ଖଣ୍ଡ ଗାଁ କୁ ସଂଯୋଗ ରାସ୍ତା ହେବା ସହ ପଞ୍ଚମା ସ୍ଥିତ ଗଣେଶ ପୀଠ କୁ ଯିବା ନିମନ୍ତେ ସଂଯୋଗ ରାସ୍ତା , ଏଣୁ ଅନେକ ସମୟରେ ଗହଳି ଲାଗି ରହିଥାଏ। ଏଥି ସହ ଜାତୀୟ ରାଜପଥ କଡ଼ରେ ଥିବା ଡାଇଭରସନ ରୋଡକୁ ରଣ୍ଢା ର କିଛି ପରିବା ବ୍ୟବସାୟୀ କବଜା କରି ବ୍ୟବସାୟ କରୁଥିବା ଯୋଗୁଁ ରାସ୍ତା ସଂକୁଚିତ ହେଉଛି। ଯାହାଫଳରେ ବହୁ ସମୟରେ ଦୁର୍ଘଟଣା ଘଟୁ ଥିବା ଜଣାପଡିଛି l ତୁରନ୍ତ ପୋଲିସ ଓ ପ୍ରଶାସନ ଏ ଦିଗରେ ଧ୍ୟାନ ଦେବାପାଇଁ ସର୍ବସାଧାରଣରେ ଦାବି ହୋଇଛି l

Hot this week

୨୦୨୬ରେ ଶନିଙ୍କ ପ୍ରଭାବ: ଏହି ରାଶିରେ ବଦଳିବ ଭାଗ୍ୟ

ସମାଜ ଡିଜିଟାଲ ଡେସ୍କ: ନଅଟି ଗ୍ରହ ମଧ୍ୟରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଗ୍ରହ...

ପାକିସ୍ତାନର ପୂର୍ବତନ ଆଇଏସଆଇ ମୁଖ୍ୟଙ୍କୁ ୧୪ ବର୍ଷ ଜେଲ ଦଣ୍ଡ

ସମାଜଲାଇଭ ଡେସ୍କ: ପାକିସ୍ତାନୀ ଗୁଇନ୍ଦା ସଂସ୍ଥା(ଆଇଏସଆଇ)ର ପୂର୍ବତନ ମୁଖ୍ୟ ବା ମହାନିର୍ଦେଶକ...

ଶୀତଦିନେ ରୂପି ହେଉଛି କି? କଣ କରିବେ ଜାଣନ୍ତୁ

ଶୀତ ଋତୁରେ ରୂପି ହେବା ଏକ ସାଧାରଣ ଘଟଣା। ଅନେକ ଲୋକ...

ଭାରତ ଉପରେ ୫୦% ଆମଦାନୀ ଶୁଳ୍କ ଲାଗୁ କଲା ମେକ୍ସିକୋ

ସମାଜଲାଇଭ ଡେସ୍କ: ଆମେରିକା ପରେ ଭାରତ ଉପରେ ୫୦% ପର୍ଯ୍ୟନ୍ତ ଶୁଳ୍କ...

ଅପରାହ୍ନ ୪ଟା ମୁଖ୍ୟ ଖବର

() ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ..ଆଇନଶୃଙ୍ଖଳା ବଜାୟ ରଖିବାକୁ ପ୍ରଶାସନକୁ ନିର୍ଦେଶ... ()...

Related Articles

Popular Categories