www.samajalive.in
Monday, December 8, 2025
27.1 C
Bhubaneswar

ସ୍ୱାସ୍ଥ୍ୟ ଉପକାରୀ କିଛି ଜଣାଅଜଣା କଥା

ଅଦା –
ପେଟ ଜନିତ ସମସ୍ୟା ଥିଲେ ଅଦାର ବ୍ୟବହାର ଖୁବ ଉତ୍ତମ ହୋଇଥାଏ। ଏଥିରେ ଆଣ୍ଟିଫଙ୍ଗଲ ଓ ଆଣ୍ଟିବ୍ୟାକ୍ଟିରିଅଲ ତତ୍ତ୍ୱ ରହିଛି। ତେଣୁ ଏକ ଚାମଚ ଅଦା ଗୁଣ୍ଡ କ୍ଷୀରରେ ମିଶାଇ ପିଅନ୍ତୁ। ଏପରି କରିବା ଦ୍ୱାରା ପେଟ ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ।
ଦହି –
ପେଟ ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ଦହି ଖାଇବା ଅତ୍ୟନ୍ତ ଲାଭ ଦାୟକ ହୋଇଥାଏ। ଦହିରେ ଥିବା ବ୍ୟାକ୍ଟେରିଆ ପେଟ ସମସ୍ୟାକୁ ସନ୍ତୁଳିତ କରିଥାଏ। ଏହା ପେଟ ପାଇଁ ଖୁବ ଉପକାରୀ ଅଟେ।
କଦଳୀ –
କଦଳୀରେ ଥିବା ପୋଷକ ତତ୍ତ୍ୱ ପେଟ ଜନିତ ସମସ୍ତ ସମସ୍ୟା ଦୂର କରିବା ପାଇଁ ଖୁବ ଉତ୍ତମ ଅଟେ। ତେଣୁ ପେଟ ସମସ୍ୟା ସମୟରେ କଦଳୀ ଖାଇବା ଉଚିତ।
ପୁଦିନା ପତ୍ର –
ପୁଦିନା ସ୍ୱାସ୍ଥ୍ୟ ପାଇଁ ବେଶ ଉପକାରୀ ଅଟେ। ଏହା ପେଟକୁ ଥଣ୍ଡା ରଖିଥାଏ। ଏଥିରେ ଥିବା ଆଣ୍ଟିଅକ୍ସିଡ଼ାଣ୍ଟ ପାଚନ କ୍ରିୟାକୁ ଠିକ ରଖିଥାଏ। ଖାଦ୍ୟ ଭଲ ଭାବେ ହଜମ ହୋଇଥାଏ। ତେଣୁ ଏହା ମଧ୍ୟ ପେଟ ଜନିତ ସମସ୍ୟାକୁ ଦୂର କରେ।
ଆୟୁର୍ବେଦ ଅନୁଯାୟୀ ହେଙ୍ଗୁ ପାଣି ପିଇବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ଖୁବ ହିତକାରକ। ହେଙ୍ଗୁ ପାଣି ପିଇବାର ଲାଭ
ପାଣିରେ ସାମାନ୍ୟ ହେଙ୍ଗୁ ମିଶାଇ ପିଇବା ଦ୍ୱାରା ପେଟ ଜନିତ ସମସ୍ତ ସମସ୍ୟା ଦୂର ହୋଇଥାଏ। ଏଥିରେ ଥିବା ଆଣ୍ଟିଅକ୍ସିଡ଼ାଣ୍ଟ ପାଚନ କ୍ରିୟାକୁ ସୁସ୍ଥ ରଖେ।
ହେଙ୍ଗୁ ପାଣି ପିଇବା ଦ୍ୱାରା ରକ୍ତରେ ଶର୍କରାର ମାତ୍ରା ଠିକ ରହିଥାଏ।
ହେଙ୍ଗୁ ପାଣି ପିଇବା ଦ୍ୱାରା କର୍କଟ ରୋଗ ହେବାରୁ ରକ୍ଷା ମିଳିଥାଏ।
ଆଜମା ରୋଗୀ ମାନେ ହେଙ୍ଗୁ ପାଣି ପିଇବା ଦ୍ୱାରା ତାଙ୍କୁ ବହୁ ପରିମାଣରେ ଲାଭ ମିଳିଥାଏ।
ନିୟମିତ ହେଙ୍ଗୁ ପାଣି ପିଇବା ଦ୍ୱାରା ହାଡ଼ ଶକ୍ତ ଓ ସୁସ୍ଥ ରହିଥାଏ। ଦାନ୍ତ ମଜଭୂତ ହୋଇଥାଏ।
ହେଙ୍ଗୁ ପାଣି ପିଇବା ଦ୍ୱାରା ଯକୃତ ଜନିତ ସମସ୍ୟା ଦୂର ହୋଇଥାଏ।
ହେଙ୍ଗୁ ପାଣି ପିଇବା ଦ୍ୱାରା ରକ୍ତ ଅଭାବ ଜନିତ ସମସ୍ୟା ମଧ୍ୟ ଦୂର ହୋଇଥାଏ।
ହେଙ୍ଗୁ ପାଣି ପିଇବା ଦ୍ୱାରା ଦୃଷ୍ଟି ଶକ୍ତି ବୃଦ୍ଧି ପାଇଥାଏ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories