ଚାକିରି କରାଇଦେବାକୁ କହି ଯୁବତୀଙ୍କ ଠାରୁ ଠକେଇ

ଗୋପାଳପୁର: ଗୋଳାବନ୍ଧ ସ୍ଥିତ ଆର୍ମି ଏଡି କଲେଜରେ କ୍ଲର୍କ ଚାକିରି କରାଇ ଦେବାକୁ କହି ଜଣେ ଯୁବତୀଙ୍କ ଠାରୁ ୧ ଲକ୍ଷ ୨୫ ହଜାର ୬ ଶହ ଟଙ୍କା ଠକେଇ ହୋଇଛି। ଆର୍ମିରେ ଚାକିରି କରୁଥିବା ଜଣେ ବ୍ୟକ୍ତି ହିଁ ଏହି ଠକେଇ କରିଥିବା ଯୁବତୀ ଜଣଙ୍କ ନିଜ ଅଭିଯୋଗରେ ଉଲ୍ଲେଖ କରିଛନ୍ତି। ଏ ନେଇ ଗୋପାଳପୁର ଥାନାରେ ଏକ ମାମଲା ରୁଜୁ ହୋଇଛି। ସୂଚନା ପ୍ରକାରେ, ଛତ୍ରପୁର ଅଞ୍ଚଳର ଜଣେ ଯୁବତୀ ଚାକିରି ଖୋଜୁଥିବା ବେଳେ ସନ୍ତୋଷ କୁମାର ସେଠୀଙ୍କ ସହ ପରିଚୟ ହୋଇଥିଲା । ସନ୍ତୋଷ ଆର୍ମିରେ ଚାକିରି କରୁଛନ୍ତି ବୋଲି ଯୁବତୀଙ୍କୁ କହିଥିଲେ।
prayash
ଗୋଳବନ୍ଧ ସ୍ଥିତ ଆର୍ମି କାର୍ଯ୍ୟାଳୟରେ ତାଙ୍କର ପରିଚୟ ରହିଛି ଏବଂ ସେଠାରେ କ୍ଲର୍କ ଚାକିରି କରାଇ ଦେବେ ବୋଲି ସନ୍ତୋଷ ସଂପୃକ୍ତ ଯୁବତୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଏଥିପାଇଁ ସେ ୧ ଲକ୍ଷ ୨୫ ହଜାର ୬ ଶହ ଟଙ୍କା ଖର୍ଚ୍ଚ ହେବ ବୋଲି କହିଥିଲେ। ସେହି କ୍ରମରେ ଯୁବତୀ ଜଣଙ୍କ ସନ୍ତୋଷଙ୍କ ବ୍ୟାଙ୍କ ଆକାଉଣ୍ଟ ସମେତ ତାଙ୍କ କହିବା ପ୍ରକାରେ ଅନ୍ୟ ଦୁଇ ଜଣ ବ୍ୟକ୍ତିଙ୍କ ନିକଟକୁ ଚଳିତ ମାସ ୮ ତାରିଖ ଠାରୁ ୧୮ ତାରିଖ ମଧ୍ୟରେ ମୋଟ ୧ ଲକ୍ଷ ୨୫ ହଜାର ୬ ଶହ ଟଙ୍କା ପଠାଇଥିଲେ। ହେଲେ ଅନେକ ଦିନ ଯାଏଁ ଯୁବତୀଙ୍କୁ ଚାକିରି ମିଳିନଥିଲା । ଫଳରେ ସେ ଠକେଇର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ। ଶେଷରେ ଅନ୍ୟ ଉପାୟ ନପାଇ ସେ ପୁଲିସର ଦ୍ବାରସ୍ଥ ହୋଇଥିଲେ । ଏ ନେଇ ପୁଲିସ କେସ ନମ୍ବର ୪୦/୨୪ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

Comments are closed.