www.samajalive.in
Monday, December 8, 2025
27.1 C
Bhubaneswar

ନବରଙ୍ଗପୁର ଜିଲାସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

ନବରଙ୍ଗପୁର: ଜାତିର ଜନକ ମହାତ୍ମା ଗାନ୍ଧୀ ଓ ଶାନ୍ତି ର କପୋତ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ୍ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ନବରଙ୍ଗପୁର ସଦର ମହକୁମାରେ ପାଳିତ ହୋଇଯାଇଛି। ଜିଲ। ସୂଚନା ଓ ଲୋକସଂପର୍କ ବିଭାଗ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରାତଃ ସହରରେ ପ୍ରଭାତ ଫେରୀ, ରାମ ଧୁନ୍ ପରିବେଷଣ କରାଯାଇ ସହର ସ୍ଥିତ ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ଏଥିରେ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ଜିଲାପାଳ ଡକ୍ଟର କମଳ ଲୋଚନ ମିଶ୍ର, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲାପାଳ ରତ୍ନାକର ସାହୁ, ଉପ ଜିଲାପାଳ ପ୍ରଶାନ୍ତ କୁମାର ରାଉତ, ପୌରପାଳିକାର ଅଧକ୍ଷ କୁନୁ ନାୟକ, ତହସିଲଦାର ରବୀନ୍ଦ୍ର କୁମାର ରାଉତ, ଜିଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ର, ବରିଷ୍ଠ ନାଗରିକ ସଂଘର ସଭାପତି ଡକ୍ଟର ରାଧାନାଥ ବେହେରା, ଜିଲ। ସୂଚନା ଓ ଲୋକସଂପର୍କ ଅଧିକାରୀ ହଳଧର ନିଆଲ୍, ଡକ୍ଟର ବିଜୟ କୁମାର ମିଶ୍ର, ବହୁ ବରିଷ୍ଠ ନାଗରିକ ପ୍ରମୁଖ ଯୋଗଦେଇ ଗାନ୍ଧିଜୀ ଏବଂ ଶାସ୍ତ୍ରୀଜୀଙ୍କ ପ୍ରତିମୂର୍ତ୍ତିରେ ପୂଜ୍ୟପୂଜା ପୂର୍ବକ ମାଲ୍ୟାର୍ପଣ କରିଥିଲେ। ଏହି ଅବସରରେ ରାଜା ଚୈତନ୍ୟ ଦେବ ନୋଡାଲ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ଜୀବନୀ ଉପରେ ଏକ ଆଲୋଚନା ଚକ୍ର, ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ ଏବଂ ଗାନ୍ଧିଜୀଙ୍କ ପ୍ରିୟ ଭଜନ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଜିଲାପାଳ ଡକ୍ଟର କମଳ ଲୋଚନ ମିଶ୍ର, ମୁଖ୍ୟବକ୍ତା ଭାବେ ଡକ୍ଟର ବିଜୟ କୁମାର ମିଶ୍ର, ସମ୍ମାନିତ ଅତିଥି ଭାବେ ଡକ୍ଟର ରାଧାନାଥ ବେହେରା, ବିଜୟ କୁମାର ଚୌଧୁରୀ, ଜେମାମଣି ବିଷୋୟୀ, ତହସିଲଦାର ରବୀନ୍ଦ୍ର କୁମାର ରାଉତ ଯୋଗଦେଇ ଗାନ୍ଧୀଜୀ ଓ ଶାସ୍ତ୍ରୀଜୀଙ୍କ ଆଦର୍ଶ ଜୀବନୀ ଉପରେ ଆଲୋକପାତ କରିଥିଲେ। ମୁଖ୍ୟ ଅତିଥି ଜିଲାପାଳ ଡକ୍ଟର ମିଶ୍ର ତାଙ୍କ ଅଭିଭାଷଣ ରେ ଗାନ୍ଧିଜୀ ଏବଂ ଶାସ୍ତ୍ରୀଜୀଙ୍କ ଆଦର୍ଶ ଜୀବନୀ ଓ ଦେଶ ପାଇଁ କରିଯାଇଥିବା ତାଙ୍କର କର୍ତ୍ତବ୍ୟ, ନିଷ୍ଠା ଓ ତ୍ୟାଗ ସମ୍ପର୍କରେ ଉଲ୍ଲେଖ କରି ଆଜିର ଛାତ୍ରଛାତ୍ରୀ, ଯୁବ ପୀଢ଼ି ମହାପୁରୁଷଙ୍କ ଜୀବନୀ ପଢିବା ସହିତ ତାଙ୍କରି ଆଦର୍ଶରେ ଅନୁପ୍ରାଣିତ ହେବ ପାଇଁ ଆହ୍ବାନ ଦେଇଥିଲେ। ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ର ଛାତ୍ରୀମାନଙ୍କୁ ମୁଖ୍ୟ ଅତିଥି ଜିଲାପାଳ ଡକ୍ଟର ମିଶ୍ରଙ୍କ ଦ୍ଵାରା ପୁରସ୍କାର ଓ ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା। ଜିଲା ସଂସ୍କୃତି ପରିଷଦ ତରଫରୁ ଭଜନ, କୀର୍ତ୍ତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏସବୁ କାର୍ଯ୍ୟକ୍ରମକୁ ଜିଲ। ସୂଚନା ଓ ଲୋକସଂପର୍କ ଅଧିକାରୀ ହଳଧର ନିଆଲ୍ ପରିଚାଳନା କରିଥିଲେ। ଶେଷରେ ଜିଲା ସଂସ୍କୃତି ଅଧିକାରୀ ଘାଷିଆ ହରିଜନ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ନବରଙ୍ଗପୁର ପୌରପାଳିକା ତରଫରୁ ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଗାନ୍ଧୀ ଛକରୁ ପୌରପାଳିକା ପର୍ଯ୍ୟନ୍ତ ଏକ ସଚେତନତା ଶୋଭାଯାତ୍ରା କରାଯାଇଥିଲା।

 

- Advertisement -

 

 

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories