www.samajalive.in
Monday, December 8, 2025
20.1 C
Bhubaneswar

ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ଜି.ଉଦୟଗିରିର ଏନ୍.ପଲ୍ଲବୀ କୃତକାର୍ଯ୍ୟ

ଜି.ଉଦୟଗିରି: ଓଡ଼ିଶା ପ୍ରଶାସନିକ ସେବା-୨୦୨୨ ପରୀକ୍ଷା ଫଳ ଇତିମଧ୍ୟରେ ବାହାରିଥିବାବେଳେ ଜି.ଉଦୟଗିରିର ଏନ୍.ପଲ୍ଲବୀ ୨୯୭ ନମ୍ବର ସ୍ଥାନରେ ରହି ସଫଳତାର ସହ କୃତକାର୍ଯ୍ୟ ହୋଇଛନ୍ତି। ବିବରଣୀରୁ ପ୍ରକାଶ ଯେ, ସ୍ଥାନୀୟ ସହରର ୪ନମ୍ୱର ଶ୍ରୀରାମପଦାସ୍ଥିତ ପିତା ଉବେଦନ ନାୟକ ଓ ମାତା ଝୁନୁ ପଣ୍ଡାଙ୍କ ସୁପୁତ୍ରୀ ଏନ୍.ପଲ୍ଲବୀ ୨୯୭ ନମ୍ବର ସ୍ଥାନରେ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। ଏହି ଖବର ଜଣାପଡ଼ିବା ପରେ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି। ଏନ୍.ପଲ୍ଲବୀ ୪ର୍ଥ ଉଦ୍ୟମରେ ଏହି ସଫଳତା ଅର୍ଜନ କରିଥିବା ନେଇ ତାଙ୍କ ବାପା ଉବେଦନ ନାୟକ କହିଛନ୍ତି। ସେ ଯୁକ୍ତ ଦୁଇ ପର୍ଯ୍ୟନ୍ତ ଡିଏଭି ସ୍କୁଲ ପୋଖରୀପୁଟ, ଭୁବନେଶ୍ବର, ସ୍ନାତକ ଏସ୍‌ଟି.ଷ୍ଟିଫେନ କଲେଜ, ଦିଲ୍ଲୀ ୟୁନିଭର୍ସିଟି ଏବଂ ସମାଜ ବିଜ୍ଞାନରେ ଇଗନୋ ଅଧିନରେ ସ୍ନାତକୋତ୍ତର ଉତ୍ତୀର୍ଣ୍ଣ ହୋଇଥିବା ଜଣାପଡ଼ିଛି। ସେ ବାପା, ମାଆ ଗୁରୁଜନମାନଙ୍କୁ ଏହି ସଫଳତାର ଶ୍ରେୟ ଦେଇଥିବାବେଳେ ଆଗକୁ ଜନସାଧାରଣଙ୍କ ସେବା ଜାରୀ ରଖିବେ ବୋଲି ପ୍ରକାଶ କରିଛନ୍ତି।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories