www.samajalive.in
Thursday, December 11, 2025
27.1 C
Bhubaneswar

ପୂର୍ବତନ ଇଂଲଣ୍ଡ ଫୁଟବଲର୍‌ ଜ୍ୟାକ୍ ଚାଲର୍ଟନଙ୍କ ପରଲୋକ

ଲଣ୍ଡନ୍‌ : ୧୯୬୬ ବିଶ୍ବକପ୍‌ ବିଜୟୀ ଇଂଲଣ୍ଡ ଫୁଟବଲ ଦଳର ସଦସ୍ୟ ଥିବା ଜ୍ୟାକ୍‌ ଚାଲର୍ଟନଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ବୟସ ହୋଇଥିଲା। ତାଙ୍କ ବଡ଼ ଭାଇ ବବି ଚାଲର୍ଟନ ମଧ୍ୟ ବିଶ୍ବକପ୍‌ ବିଜୟୀ ଦଳର ସଦସ୍ୟ ଥିଲେ।
କ୍ଲବସ୍ତରରେ ଜ୍ୟାକ୍‌ ଲିଡସ୍‌ ୟୁନାଇଟେଡ୍‌ ଦଳକୁ ପ୍ରତିନିଧିତ୍ବ କରି ଅନେକ ମ୍ୟାଚ୍‌ ଖେଳିଥିଲେ। ପରବର୍ତ୍ତୀ ସମୟରେ ସେ ଆୟର୍ଲାଣ୍ଡ ଫୁଟବଲ ଦଳର ମ୍ୟାନେଜର ଭାବେ ଦୀର୍ଘବର୍ଷ କାମ କରିଥିଲେ। ତାଙ୍କ ଅଧିନରେ ଆୟର୍ଲାଣ୍ଡ ଫୁଟବଲ ଦଳ ବେଶ୍‌ ସଫଳତା ପାଇଥିଲା। ତାଙ୍କୁ ୧୯୯୬ରେ ଆୟର୍ଲାଣ୍ଡର ନାଗରିକତା ପ୍ରଦାନ କରାଯାଇଥିଲା। ଜ୍ୟାକ୍‌ଙ୍କ ଶୁକ୍ରବାର ପରଲୋକ ହୋଇଥିବା ତାଙ୍କ ପରିବାର ତରଫରୁ ଗଣମାଧ୍ୟମକୁ ସୂଚନା ପ୍ରଦାନ କରାଯାଇଥିଲା। ଜ୍ୟାକ୍‌ଙ୍କ ପରଲୋକରେ ଲିଡ୍‌ସ ୟୁନାଇଟେଡ୍‌ କ୍ଲବ ତରଫରୁ ଗଭୀର ଶୋକବ୍ୟକ୍ତ କରାଯାଇଛି। ସେହିପରି ଜ୍ୟାକଙ୍କ ପରଲୋକରେ ତାଙ୍କ ଭାଇ ବବି ଚାଲର୍ଟନ ଶୋକବ୍ୟକ୍ତ କରିଛନ୍ତି। ଏହାବାଦ୍‌ ଇଂଲଣ୍ଡ ଓ ଆୟର୍ଲାଣ୍ଡ ଫୁଟବଲ ଦଳର ଅନେକ ସଦସ୍ୟ ଶୋକବ୍ୟକ୍ତ କରିବା ସହ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜ୍ଞାପନ କରିଛନ୍ତି।

Hot this week

ଅପରାହ୍ନ ୪ଟା ମୁଖ୍ୟ ଖବର

() ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ..ଆଇନଶୃଙ୍ଖଳା ବଜାୟ ରଖିବାକୁ ପ୍ରଶାସନକୁ ନିର୍ଦେଶ... ()...

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

Related Articles

Popular Categories