www.samajalive.in
Tuesday, December 9, 2025
15.1 C
Bhubaneswar

ମାଛ ଖାଇବା ପରେ କ୍ଷୀର ପିଇବା ଉଚିତ ନୁହେଁ

ଖାଦ୍ୟପାନୀୟରେ ଅନିୟମିତତା ହେଲେ ତାହାର ପ୍ରଭାବ ସ୍ବାସ୍ଥ୍ୟ ଉପରେ ପଡ଼େ। ଭୋଜନ କରିବା ସମୟରେ କେତୋଟି ତଥ୍ୟ ବାବଦରେ ଜାଣିରଖିବା ଜରୁରୀ।
ବିରି ଡାଲି ପ୍ରସ୍ତୁତ କୌଣସି ବ୍ୟଞ୍ଜନ ଖାଇବା ପରେ ଖିର ପିଇବା ଅନୁଚିତ। ଏହା ହଜମରେ ଅସୁବିଧା କରାଇଥାଏ। ଆମିଷ ଭୋଜନ ପରେ ମଧ୍ୟ ଖିର ପିଇବା ସ୍ବାସ୍ଥ୍ୟ ପାଇଁ ହାନିକାରକ।

କେତେଜଣ ଫ୍ରୁଟ୍ ସାଲାଡରେ ଦହି ମିଶାଇ ଖାଇଥାନ୍ତି। ତେବେ ଧ୍ୟାନରେ ରଖନ୍ତୁ, ଖଟା ଫଳ ଓ ଦହି ମିଶାଇ ଖାଇବା ସ୍ବାସ୍ଥ୍ୟ ପାଇଁ ଆଦୌ ଭଲ ନୁହେଁ।

- Advertisement -

-ମହୁ କେବେହେଲେ ଗରମ କରି ଖାଆନ୍ତୁ ନାହିଁ। ତାହା ଶରୀରରେ ବିଷ କ୍ରିୟା ସୃଷ୍ଟି କରିବାର ଆଶଙ୍କା ରହିଛି। ଗରମ ପାଣିରେ ମହୁକୁ ମିଶାଇ ପିଇପାରିବେ କିନ୍ତୁ ମହୁକୁ ଗରମ କରନ୍ତୁ ନାହିଁ।

ମହୁ କେବେ ଗରମ କରି ଖାଆନ୍ତୁ ନାହିଁ, ଜ୍ୱର ଥିବା ସମୟରେ ମହୁର ସେବନ କରନ୍ତୁ ନାହିଁ। ମହୁ ଓ ଘିଅ ସମାନ ମାତ୍ରରେ ମଧ୍ୟ ଖାଇବା ଅନୁଚିତ।

କ୍ଷୀର ସହ ଦହି, ମାଛ, ଖଟା ଫଳ, ରାଶି ଏବଂ ଲୁଣରେ ପ୍ରସ୍ତୁତ ଖାଦ୍ୟ ଖାଇବା ଉଚିତ ନୁହେଁ। ମାଛ ଖାଇବା ପରେ କ୍ଷୀର ପିଇବା ଉଚିତ ନୁହେଁ। ଏହା ଦ୍ୱାରା ମଧ୍ୟ ପାଚନ ତନ୍ତ୍ର ଉପରେ କୁପ୍ରଭାବ ପଡ଼ିଥାଏ। କ୍ଷୀର ଓ ଦହିକୁ ଏକାଠି ଖାଆନ୍ତୁ ନାହିଁ। ଏହାଦ୍ୱାରା ପେଟରେ ଯନ୍ତ୍ରଣା ସୃଷ୍ଟି ହୋଇଥାଏ। ସବୁଜ ପନିପରିବା କିମ୍ବା ମୂଳା ଖାଇବା ପରେ ମଧ୍ୟ ସଙ୍ଗେ ସଙ୍ଗେ କ୍ଷୀର ପିଅନ୍ତୁ ନାହିଁ।

ଆମିଷ ଖାଇବା ପରେ ମଧ୍ୟ ସଙ୍ଗେ ସଙ୍ଗେ କ୍ଷୀର ପିଅନ୍ତୁ ନାହିଁ।

ଦହି ଥଣ୍ଡା ଜାତୀୟ ପଦାର୍ଥ ହୋଇଥିବାରୁ ଏହାକୁ କୌଣସି ଉଷ୍ଣ ତାପମାନ ଯୁକ୍ତ ଖାଦ୍ୟ ସହ ଖାଆନ୍ତୁ ନାହିଁ। ମାଛ ଓ ଚିକେନ ସହ ମଧ୍ୟ ଦହି ଖାଆନ୍ତୁ ନାହିଁ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories