www.samajalive.in
Monday, December 8, 2025
27.1 C
Bhubaneswar

ପ୍ରଶାସନର ଖେଳ ଚାଷୀଙ୍କ ପାଇଁ କାଳ

ରେଙ୍ଗାଲକ୍ୟାମ୍ପ : ଖରିଫ ଋତୁର ଧାନ କିଣାବିକା ପୂର୍ବରୁ ପ୍ରଶାସନର ଖେଳ ଚାଷୀଙ୍କ ପାଇଁ କାଳ ସାଜିବାକୁ ବସିଲାଣି। ଓଡ଼ିଶାର ଭାତହାଣ୍ଡି ରୂପେ ପରିଚିତ ଥିବା ବରଗଡ଼ ଜିଲା ଅତାବିରା ଅଞ୍ଚଳରେ ସବୁବେଳେ ଆଗୁଆ ଧାନ ଅମଲକ୍ଷମ ହୋଇ ଆସୁଥିବା ବେଳେ ଜାଣି ଶୁଣି ପ୍ରଶାସନ ଧାନ କିଣାବିକା ପ୍ରକ୍ରିୟାକୁ ବିଳମ୍ବ କରି କିଭଳି ଭାବରେ ଚାଷୀଙ୍କୁ ଷଡ଼ଯନ୍ତ୍ରର ଶିକାର କରି ଶୋଷଣ କରିବେ ସେଇ ସବୁ ଯୋଜନା ପ୍ରସ୍ତୁତ କରିଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଚାଷୀଙ୍କ ଧାନ ଅମଲକ୍ଷମ ହୋଇଥିଲେ ହେଁ ସରକାର ଧାନ କିଣିବାକୁ ନାରାଜ। କେବଳ ସେତିକି ନୁହେଁ ଜିଲ୍ଲାସ୍ତରୀୟ ଧାନ କିଣାବିକା ପୂର୍ବରୁ ଚାଷୀ ମାନଙ୍କୁ ନେଇ ପ୍ରଶାସନ ଓ ନେତା ମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକରେ ମଧ୍ୟ ଚାଷୀଙ୍କୁ ମଣ୍ଡି କେବେ ଖୋଲିବ ତାହାକୁ ନେଇ ଦ୍ଵନ୍ଦରେ ରଖି ବୈଠକର ତିନି ଦିନ ପରେ ନଭେମ୍ବର ୧୫ପରିବର୍ତ୍ତେ ନଭେମ୍ବର ୨୧ରେ ନିଜ ମନ ମୁତାବକ ସରକାର ଧାନ ମଣ୍ଡି ଖୋଲିବାର ନିଷ୍ପତ୍ତି ନେଇଥିଲେ।ଏହାକୁ ଚାଷୀ ସମାଜ ସମ୍ପୂର୍ଣ୍ଣ ନିନ୍ଦା କରିବା ସହ ଆଗକୁ ଲଘୁଚାପର ଭୟ ସହ ଚାଷୀ ତାର କଷ୍ଟୋପାର୍ଜିତ ଧାନକୁ କେଉଁଠି ରଖିବ ବୋଲି ପ୍ରଶାସନକୁ ୨୧ପରିବର୍ତ୍ତେ ନଭେମ୍ବର ୧୫ରେ ମଣ୍ଡି ଖୋଲି ଚାଷୀଙ୍କ ଧାନକୁ ସୁରକ୍ଷିତ ରଖିବା ସହ କିଣାବିକା ପ୍ରକ୍ରିୟା ଆରମ୍ଭ କରିବା ଦାବୀ ଜଣାଇ ଥିଲେ ହେଁ ଚାଷୀଙ୍କ କଥାକୁ ପ୍ରଶାସନ ଖାତିର ନକରି ମଣ୍ଡି ଖୋଲି ନଥିଲେ। ତେଣୁ ବୁଧମାର ଜୋର୍ ଜବରଦସ୍ତ ଅତାବିରା ଆରଏମସି ଅନ୍ତର୍ଗତ ଗୋଡଭଗା ମଣ୍ଡିରେ ଓଡ଼ିଶା ରାଜ୍ୟ କୃଷକ ସଂଗଠନ ପକ୍ଷରୁ ବିଭିନ୍ନ ଚାଷୀ ସଂଗଠନ ତଥା ଚାଷୀ ମାନେ କ୍ଷୋଭ ପ୍ରକାଶ କରିଥିବା ବେଳେ ପାଖାପାଖି ୯ଶହ ବସ୍ତା ଧାନ ପକାଇ ଆଗାମୀ ଦିନରେ ପ୍ରତ୍ୟେକ ମଣ୍ଡିରେ ଚାଷୀ ଧାନ ପକେଇବେ ଓ ଚାଷୀଙ୍କ ବିଭିନ୍ନ ସମସ୍ୟା ତଥା ୯ଦଫା ଦାବୀ ନେଇ ସମସ୍ତ ଚାଷୀ ସଂଗଠନ ଏକ ହୋଇ ତାର ଜବାବ ଦେବେ ବୋଲି ଚେତାବନୀ ଦେଇଛନ୍ତି ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories