www.samajalive.in
Monday, December 8, 2025
27.1 C
Bhubaneswar

ସ୍ୱାଦିଷ୍ଟ ବ୍ୟଞ୍ଜନ ପାଇଁ ପରିଚିତ ଏହି ସ୍ୱତନ୍ତ୍ର ସ୍ଥାନର ଖାଦ୍ୟ

ଖାଦ୍ୟ ପ୍ରେମୀମାନେ ବ୍ୟଞ୍ଜନ ପାଇଁ ପ୍ରସିଦ୍ଧ ଥିବା ବିଭିନ୍ନ ସ୍ଥାନକୁ ଭ୍ରମଣ ପାଇଁ ଯାଇ ଏହାର ମଜା ନେଇଥାଆନ୍ତି। ଏପରି ମଧ୍ୟ କୁହାଯାଏ ଭାରତରେ ପ୍ରତି ୫୦ କିଲୋମିଟର ସ୍ଥାନ ଅତିକ୍ରମ କରିବା ପରେ ଖାଦ୍ୟର ସ୍ୱାଦ ବଦଳି ଯାଏ। କାଶ୍ମୀର ଠାରୁ ଆରମ୍ଭ କରି କନ୍ୟାକୁମାରୀ ଓ ଗୁଜୁରାଟରୁ ଆରମ୍ଭ କରି ପଶ୍ଚିମବଙ୍ଗ ଯାଏଁ ବ୍ୟଞ୍ଜନର ସ୍ୱାଦ ଭିନ୍ନ ଭିନ୍ନ ହୋଇଥାଏ। ଏଭଳି କେତେକ ସ୍ଥାନ ବିଷୟରେ ଓ ସେଠାରେ ପ୍ରସିଦ୍ଧ ଖାଦ୍ୟପେୟ ବିଷୟରେ ଜାଣନ୍ତୁ
ଯଦି ଆପଣ ପଞ୍ଜାବୀ ଥାଳି ବା ଖାଦ୍ୟର ମଜା ନେବା ଚାହୁଁଛନ୍ତି ତେବେ ଭ୍ରମଣ ପାଇଁ ପଞ୍ଜାବ ନିଶ୍ଚୟ ଯାଆନ୍ତୁ। ଏଠାରେ ଆପଣ ରାଜମା, ଛୋଲେ, ଅନ୍ନ, ପନିର , ନାନ୍ , ଡ଼ାଲ୍ ମଖନି, ଚପାତି, ସରସୋ କା ଶାଗ୍ , ( ସୋରିଷ ଶାଗ )ମକା ରୁଟି , ପ୍ରସିଦ୍ଧ ଲସି, ଆଦି ଖାଦ୍ୟର ମଜା ନେଇ ପାରିବେ। ଏତଦ ବ୍ୟତୀତ ଆମିଷ ବ୍ୟଞ୍ଜନ ମଧ୍ୟ ଖାଇବାକୁ ଖୁବ ସୁଆଦିଆ। ଏଠାରେ ଖାଦ୍ୟର ମଜା ନେବା ସହ ବିଭିନ୍ନ ପର୍ୟ୍ୟଟନସ୍ଥଳୀ ଓ ଅମୃତ ସହରରେ ଥିବା ସ୍ୱର୍ଣ୍ଣ ମନ୍ଦିରକୁ ମଧ୍ୟ ଭ୍ରମଣ ପାଇଁ ଯାଇପାରିବେ।
ଯଦି ଆପଣ ରାଜସ୍ଥାନୀ ଖାଦ୍ୟର ମଜା ନେବା ଇଚ୍ଛୁକ ତେବେ ଜୟପୁର, ଜୋଧପୁର, ରାଜସ୍ଥାନର ଅନ୍ୟ ସହରରେ ଡ଼ାଲ ବାଟୀ, ଚୁରମା, ରାଜ କଚୋରୀ ଭଳି ବହୁ ସ୍ୱାଦିଷ୍ଟ ଖାଦ୍ୟର ଖାଇବାର ସୁଯୋଗ ପାଇପାରିବେ ଓ ବିଭିନ୍ନ ସ୍ଥାନ ମଧ୍ୟ ବୁଲିପାରିବେ।
ଗୁଜୁରାଟୀ ଖାଦ୍ୟ ଥାଳୀରେ ଆପଣ ଶାକାହାରୀ ଭୋଜନ ପାଇବେ। ଏଠାରେ ବିଭିନ୍ନ ପ୍ରକାରର ମିଠାର ମଜା ନେଇପାରିବେ। ଥେପଲା, ଖାଣ୍ଡବୀ, ଢୋକଲା, ପୁରନ ପୋଲୀ ଭଳି ଖାଦ୍ୟର ଆନନ୍ଦ ପାଇପାରିବେ।
ମହାରାଷ୍ଟ୍ରରେ ଖାଦ୍ୟର ମଜା ନେବା ପାଇଁ ଆପଣଙ୍କୁ ମୁମ୍ବଇ ଯିବାକୁ ପଡ଼ିବ। ଏଠାରେ ଆପଣ ପାଓ, ଭାଜି ( ଆମିଷରେ ପ୍ରସ୍ତୁତ) , ଅନ୍ୟାନ୍ୟ ସ୍ୱାଦିଷ୍ଟ ବ୍ୟଞ୍ଜନ ମଧ୍ୟ ଖାଇପାରିବେ।
ବଙ୍ଗାଲୀ ଖାଦ୍ୟ ଥାଳିର ଆନନ୍ଦ ପାଇବାକୁ ପଶ୍ଚିମବଙ୍ଗ ଯିବାକୁ ପଡ଼ିବ। ଏଠାରେ ଆପଣ ମାଛରେ ପ୍ରସ୍ତୁତ ଭିନ୍ନ ଭିନ୍ନ ବ୍ୟଞ୍ଜନର ମଜା ନେଇପାରିବେ। ଆମିଷ ବ୍ୟତୀତ ରସଗୋଲା ଓ ଅନ୍ୟାନ୍ୟ ଖାଦ୍ୟ ମଧ୍ୟ ଏଠାରେ ଖୁବ ସ୍ୱାଦିଷ୍ଟ।

 

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories