www.samajalive.in
Monday, December 8, 2025
20.1 C
Bhubaneswar

ଫେସବୁକରେ ମିଳିବ ଉଇକିପିଡ଼ିଆର ସୁବିଧା

ନୂଆଦିଲ୍ଲୀ : ଫେସବୁକ ଏକ ନୂତନ ଫିଚର ଖୁବ ଶୀଘ୍ର ଲଞ୍ଚ କରିବାକୁ ଯାଉଛି। ଯେଉଁଥିରେ ଫେସବୁକରେ ମଧ୍ୟ ଉଇକିପିଡ଼ିଆର ସମର୍ଥନ ମିଳିବ। ସାଧାରଣତଃ ଯେତେବେଳେ ଆମେ ଫେସବୁକରେ କିଛି ସନ୍ଧାନ କରିଥାଉ, ଆମେ ସାଙ୍ଗ, ପ୍ରୋଫାଇଲ୍, ପୋଷ୍ଟ, ଭିଡିଓ ପରି ଫଳାଫଳ ପାଇଥାଉ କିନ୍ତୁ ଏବେ ଖୁବ ଶୀଘ୍ର ଉଇକିପିଡ଼ିଆର ଏକ ଲିଙ୍କ୍ ମଧ୍ୟ ମିଳିବ। ନୂଆ ଅପଡେଟ୍ ପରେ ଗୁଗୁଲରେ ସର୍ଚ୍ଚ ନ କରି ଫେସବୁକରେ ଚଳଚ୍ଚିତ୍ର କିମ୍ବା ଟିଭି ଶୋ ପାଇପାରିବେ।

ଫେସବୁକର ଏହି ଫିଚର ପାଇଲଟ ପ୍ରକଳ୍ପ ଦ୍ବାରା ଲଞ୍ଚ କରାଯାଇଛି । ପ୍ରାଥମିକ ପର୍ଯ୍ୟାରେ ଏହି ଫିଚର ସୁବିଧା ମୋବାଇଲରେ ଦିଆଯାଇନାହିଁ। ଏହା ଫିଚଟି କେବଳ କମ୍ପ୍ୟୁଟର, ମୋବାଇଲ ଓ୍ବେବ ଓ ଆଇଓଏସରେ ମିଳିପାରିବ।

- Advertisement -

ସର୍ବପ୍ରଥମେ, ଫେସବୁକ ନୂତନ ସନ୍ଧାନ ପାଇଁ କୌଣସି ଅଲଗା ସର୍ଚ୍ଚ ବାର୍ ଦେଇନାହିଁ । ଏଥିପାଇଁ ଏକ ନଲେଜ ବକ୍ସ ଦିଆଯାଇଛି । ଯାହର ଉଇକିପିଡ଼ିଆ ସହିତ ଏକ ଲିଙ୍କ ରହିଛି । ଉଦାହରଣ ସ୍ୱରୂପ, ଫେସବୁକର ନଲେଜ ବାକ୍ସ ବଡ଼ ବ୍ୟକ୍ତିତ୍ୱ ବିଷୟରେ ସୂଚନା ଦେବ କିନ୍ତୁ ଅନେକ ଚଳଚ୍ଚିତ୍ର ଏବଂ ଶୋ ବିଷୟରେ ସୂଚନା ଦେବାରେ ସକ୍ଷମ ଏପର୍ଯ୍ୟନ୍ତ ହୋଇନହିଁ । ଏହି ଫିଚରଟିକୁ ଜବରଦସ୍ତ କରିବ ପାଇଁ ପ୍ରାଥମିକ ସ୍ତରରେ କାମ ଚାଲିଛି ।

 

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories