www.samajalive.in
Monday, December 8, 2025
27.1 C
Bhubaneswar

ଏହି ଇଲେକ୍ଟ୍ରିକ୍ ସାଇକେଲକୁ ଥରେ ଚାର୍ଜ କଲେ ଯିବ ୩୫ କିଲୋମିଟର, ଦାମ୍ ମାତ୍ର..

ନୂଆଦିଲ୍ଲୀ : ବଜାରକୁ ଆସିଯାଇଛି ଆଉ ଏକ ଇଲେକ୍ଟ୍ରିକ୍ ସାଇକେଲ । ଯଦି ଆପଣ ପ୍ରତିଦିନ ୩୦ କିଲୋମିଟର ଭିତରେ ଯାତ୍ରା କରୁଛନ୍ତି ଏବଂ ଆପଣଙ୍କୁ ଗାଡିରେ ଇନ୍ଧନ ପାଇଁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି ତେବେ ଆପଣଙ୍କ ପାଇଁ ଏହା ଏକ ଭଲ ବିକଳ୍ପ ହୋଇପାରେ । ଏହା କମ୍ ଦାମରେ ଆସିଥାଏ ଏବଂ ଆପଣଙ୍କ ଘରେ ରହିବା ପାଇଁ ଅଧିକ ସ୍ଥାନ ମଧ୍ୟ ନେଇନଥାଏ । ଖାଲି ସେତିକି ନୁହେଁ, ଯଦି ସାଇକେଲର ବ୍ୟାଟେରୀ ସରିଯାଏ ତେବେ ଆପଣ ପେଡାଲ ମାରି ମଧ୍ୟ ନିଜ ଗନ୍ତବ୍ୟସ୍ଥଳକୁ ଯାତ୍ରା କରିପାରିବେ ।

ଏହି ସାଇକେଲ ମାତ୍ର ୨ ୟୁନିଟ୍ ଖର୍ଚ୍ଚରେ ସମ୍ପୂର୍ଣ୍ଣ ଚାର୍ଜ ହୋଇଯାଇଥାଏ । ଅର୍ଥାତ୍ ଆପଣ ପ୍ରାୟ ୧୫ ଟଙ୍କା ଖର୍ଚ୍ଚ କରି ୨୫ରୁ ୩୫ କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରିପାରିବେ । ଆମେ ନେକ୍ସଜୁ ମୋବିଲିଟିର ରୋମପସ ପ୍ଲସ ଇଲେକ୍ଟ୍ରିକ୍ ସାଇକେଲ କଥା କହୁଛୁ । ଏହାର ଦାମ୍ ୨୯,୯୦୦ ଟଙ୍କା । ଏଥିରେ ୩୬ ଭୋଲ୍ଟ, ୨୫୦ ବ୍ରଶଲେସ ଡିସି ମୋଟର ଦିଆଯାଇଛି ଯେଉଁଥିରେ ୫.୨ ଏଏଚ ଲିଥିୟମ୍ ଆୟନ ବ୍ୟାଟେରୀ ରହିଛି । ଏହି ବ୍ୟାଟେରୀ ୨.୫ ରୁ ୩ ଘଣ୍ଟା ମଧ୍ୟରେ ସମ୍ପୂର୍ଣ୍ଣ ଚାର୍ଜ ହୋଇଯାଏ । ଏଥିରେ ୩ ସ୍ପିଡ ମୋଡ୍ ମିଳିଥାଏ । ପେଡେଲକ ମୋଡରେ ଏହା ୩୫ କିଲୋମିଟର ପର୍ଯ୍ୟନ୍ତ ଯାଇଥାଏ ।  ଏହାର ସର୍ବାଧିକ ଗଡି ୨୫ କିଲୋମିଟର ପ୍ରତି ଘଣ୍ଟା । ଏହାକୁ ଛୋଟ ପିଲାଠୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ସମସ୍ତେ ଚଲାଇପାରିବେ । ଆପଣ ୨୯,୯୦୦ ଟଙ୍କାରେ ଏହାକୁ ଫ୍ଲିପକାର୍ଟରୁ କ୍ରୟ କରିପାରିବେ ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories