www.samajalive.in
Monday, December 8, 2025
27.1 C
Bhubaneswar

ସାଧାରଣ ନିର୍ବାଚନ ତାରିଖ ଘୋଷିତ, ସାତଟି ପର୍ଯ୍ୟାୟରେ ହେବ ନିର୍ବାଚନ,୨୩ ମେ’ରେ ମତଗଣନା

ନୂଆଦିଲ୍ଲୀ ..- ୨୦୧୯ ସାଧାରଣ ନିର୍ବାଚନ  ସାତଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ । ଜାତୀୟ ନିର୍ବାଚନ କମିଶନ ଏକ ସାମ୍ବାଦିକ ସମ୍ମିଳନୀରେ ଏ ବିଷୟରେ ସୂଚନା ଦେଇଛନ୍ତି ।  ଅପରାହ୍ନ ୫ଟାରେ ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନରେ  ଆୟୋଜିତ  ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ନିର୍ବାଚନ ଆୟୁକ୍ତ ସୁନୀଲ ଆରୋରା  ନିର୍ବାଚନ ତାରିଖ  ବିଷୟରେ ଘୋଷଣା କରିଛନ୍ତି ।

ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ । ଓଡ଼ିଶାରେ ଲୋକସଭା ନିର୍ବାଚନ ସହ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ ।

୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବ । ପ୍ରଥମ ଚରଣ ନିର୍ବାଚନ ୧୧ ଏପ୍ରିଲରେ ଅନୁଷ୍ଠିତ ହେବାକୁ ଥିବା ବେଳେ ୧୮ ଏପ୍ରିଲରେ ଦ୍ୱିତୀୟ ପର୍ଯ୍ୟାୟ ,୨୩ ଏପ୍ରିଲରେ ତୃତୀୟ ପର୍ଯ୍ୟାୟ, ୨୯ ଏପ୍ରିଲରେ ଚତୁର୍ଥ ପର୍ଯ୍ୟାୟ, ମେ ୬ ତାରିଖରେ ପଞ୍ଚମ ପର୍ଯ୍ୟାୟ, ମେ ୧୨ ତାରିଖରେ ଷଷ୍ଠ ପର୍ଯ୍ୟାୟ ଓ ମେ ୧୯ ତାରିଖରେ ସପ୍ତମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ ।

ସାରାଦେଶରେ ରବିବାରରୁ ନିର୍ବାଚନ ଆଚରଣ ବିଦ୍ଧି ଲାଗୁ ହୋଇଛି

ମେ ୨୩ ତାରିଖରେ ମତଗଣନା କରାଯିବ । ଏହି ଦିନ  କେନ୍ଦ୍ରରେ କିଏ ସରକାର ଗଠନ କରିବ ତାହା ସ୍ପଷ୍ଟ ହୋଇଯିବ ।

ସମ୍ବେଦନଶୀଳ  ସ୍ଥାନମାନଙ୍କରେ ଭିଡିଓଗ୍ରାଫି କରାଯିବ, ସିଆର୍‌ପିଏଫ୍‌ ମୁତୟନ କରାଯିବ ।  ପ୍ରାର୍ଥୀମାନେ ନିଜର ଅପରାଧିକ ରେକର୍ଡ ବିଷୟରେ ସୂଚନା ଦେବେ ।

କିଛି ରାଜ୍ୟପାଇଁ ସ୍ୱତନ୍ତ୍ର ପର୍ୟ୍ୟବେକ୍ଷକ ନିଯୁକ୍ତ କରାଯାଇଥିବା ମୁଖ୍ୟ ନିର୍ବାଚନ କମିଶନର ସୂଚନା ଦେଇଛନ୍ତି ।

ନିର୍ବାଚନରେ ଉଭୟ ଇଭିଏମ୍‌ ଓ ଭିଭିପାଟ୍‌ର ବ୍ୟବହାର କରାଯିବ ।

୧୦ ଲକ୍ଷ ବୁଥ୍‌ରେ ମତଦାନ କରାଯିବ । 

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories