www.samajalive.in
Monday, December 8, 2025
27.1 C
Bhubaneswar

ସାବଧାନ.. ଭୋଜନ ସମୟରେ ଟିଭି,ମୋବାଇଲ ଦେଖୁଛନ୍ତି କି?

ଜଳଖିଆ ,ଖରାବେଳ ଖାଦ୍ୟ କିମ୍ବା ରାତି ଖାଦ୍ୟ ଖାଇବା ସମୟରେ ଟିଭି ,ମୋବାଇଲରେ ନିଜର ପସନ୍ଦିଆ ସିରିଏଲ କିମ୍ବା ଚଳଚ୍ଚିତ୍ର ଦେଖିବା ଅନେକଙ୍କ ଅଭ୍ୟାସ। ଘଣ୍ଟା ଘଣ୍ଟା ଧରି ବସି ବିଳମ୍ବରେ ଟିଭି ଦେଖି ଖାଦ୍ୟ ଖାଇଥାଆନ୍ତି। ମାତ୍ର ଏହି ଅଭ୍ୟାସ କାରଣରୁ ଅନେକ ଶାରୀରିକ ସମସ୍ୟା ସହ ପେଟ ଜନିତ ସମସ୍ୟା ମଧ୍ୟ ସୃଷ୍ଟି ହୋଇଥାଏ। ବଡଙ୍କୁ ଦେଖି ସାନମାନେ ମଧ୍ୟ ଏଭଳି କରିବାକୁ ଆରମ୍ଭ କରିଥାଆନ୍ତି। କିଛି ଦିନ ମଧ୍ୟରେ ପିଲାମାନେ ଖାଦ୍ୟ ଖାଇବା ପାଇଁ ମୋବାଇଲ କିମ୍ବା ଟିଭି ଦେଖିବାକୁ ଜିଦି ମଧ୍ୟ କରିଥାଆନ୍ତି। ମାତ୍ର ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ଏହି ଅଭ୍ୟାସ କାରଣରୁ ଶରୀରରେ ଅନେକ ରୋଗ ସୃଷ୍ଟି ହୋଇଥାଏ। ଏକ ଅଧ୍ୟୟନ ଅନୁଯାୟୀ, ଟିଭି କିମ୍ବା ମୋବାଇଲ ଦେଖି ଭୋଜନ କରିବା ଦ୍ୱାରା ଖାଦ୍ୟରେ ସଠିକ୍‌‌ ଭାବେ ଧ୍ୟାନ ଦେଇ ହୋଇନଥାଏ। ଅନେକ ଖାଦ୍ୟକୁ ସଠିକ୍‌‌ ପରିମାଣରେ, ଭଲ ଭାବେ ଚୋବାଇ ମଧ୍ୟ ଖାଇନଥାଆନ୍ତି। କେତେକ ସମୟରେ ଆବଶ୍ୟକତା ଠାରୁ ଅଧିକ ମଧ୍ୟ ଖାଇ ଦେଇଥାଆନ୍ତି। ଅଧିକ ଖାଇବା ମୋଟାପଣର ଏକ ମୁଖ୍ୟ କାରଣ। ଏହାସହ ଶରୀରରେ ଅନେକ ରୋଗ ମଧ୍ୟ ସୃଷ୍ଟି କରିଥାଏ। ଜାଣନ୍ତୁ..
ଭୋଜନ କରିବା ସମୟରେ ଟିଭି କିମ୍ବା ମୋବାଇଲ ଦେଖିବା ଦ୍ୱାରା ଖାଦ୍ୟ ପ୍ରତି ସଠିକ ଧ୍ୟାନ ନଥାଏ। ଏହି କାରଣରୁ ଆବଶ୍ୟକତା ଠାରୁ ଅଧିକ ଖାଦ୍ୟ ଖାଇ ଦେଇଥାଆନ୍ତି। ଯାହା ଓଜନ ବୃଦ୍ଧି କରିବାର ଏକ ମୁଖ୍ୟ କାରଣ। ମୋଟାପଣ ବୃଦ୍ଧି ଅନେକ ରୋଗର ମୁଖ୍ୟ କାରଣ ପାଲଟିଥାଏ।
ଟିଭି କିମ୍ବା ମୋବାଇଲ ଦେଖି ଖାଇବା ଦ୍ୱାରା ପାଚନ ଜନିତ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ। ସଠିକ୍‌‌ ଭାବେ ଖାଦ୍ୟ ନ ଚୋବାଇବା ଦ୍ୱାରା ଖାଦ୍ୟ ଠିକ୍‌‌ ଭାବେ ହଜମ ହୋଇପାରିନଥାଏ। ଯେଉଁ କାରଣରୁ କୋଷ୍ଠକାଠିନ୍ୟ,ପେଟରେ ଯନ୍ତ୍ରଣା,ବଦହଜମି ଠାରୁ ଆରମ୍ଭ କରି ଅନେକ ମାରାତ୍ମକ ରୋଗର କାରଣ ପାଲଟିଥାଏ।
ମଧୁମେହ ରୋଗୀ ଭୋଜନ କରିବା ସମୟରେ ଆଦୌ ଟିଭି କିମ୍ବା ମୋବାଇଲ ଦେଖିବା ଉଚିତ ନୁହେଁ। ଏହି ଅଭ୍ୟାସ ଫଳରେ ମେଟାବୋଲିଜିମ ଧିମା ହୋଇଯାଏ। ଖାଦ୍ୟ ସଠିକ୍‌‌ ପ୍ରଣାଳୀରେ ହଜମ ହୋଇପାରିନଥାଏ। ଏହା ମଧୁମେହ ରୋଗୀଙ୍କ ପାଇଁ କ୍ଷତିକାରକ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories