www.samajalive.in
Monday, December 8, 2025
20.1 C
Bhubaneswar

ଟିକ୍‌ଟକ୍‌ ପରେ ଆଲିବାବା ଉପରେ ପ୍ରତିବନ୍ଧକ ଲଗାଇପାରନ୍ତି ଟ୍ରମ୍ପ ସରକାର

ସମାଜ ପୋର୍ଟାଲ ଡେସ୍କ : ଚାଇନିଜ୍ ଆପ୍‌ ଟିକ୍‌ଟକ୍‌ ଉପରେ ନିଷେଧାଦେଶ ପରେ ବର୍ତ୍ତମାନ ଆଉ ଗୋଟିଏ ଚାଇନିଜ୍‌ ଆପ୍ ଆଲିବାବା ଉପରେ ପ୍ରତିବନ୍ଧକ ଲଗାଇପାରନ୍ତି ଟମ୍ପ ସରକାର। ଏନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୂଚିତ କରିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ଜଣେ ସାମ୍ବାଦିକ ଯେତେବେଳେ ପଚାରିଥିଲେ କି ସରକାର ଆଲିବାବା ଭଳି ଚାଇନାର କେତେକ କମ୍ପାନୀ ଉପରେ କଟକଣା ଲଗାଇବାକୁ ଯାଉଛନ୍ତି କି? ଯାହାର ଉତ୍ତରରେ ଟ୍ରମ୍ପ କହିଛନ୍ତି, ଆମେ ତାହା ଉପରେ ଅଧିକ ଅନୁସନ୍ଧାନ କରୁଛୁ। ହଁ, ଏହା ହୋଇପାରେ ଯେ ସେହି ଆପ୍‌କୁ ପ୍ରତିବନ୍ଧକ ଲାଗାଯାଇପାରେ।’

ସୂଚନାଯୋଗ୍ୟ ଚୀନ୍ କମ୍ପାନୀଗୁଡିକ ଉପରେ ଟ୍ରମ୍ପ ପ୍ରଶାସନ ପକ୍ଷରୁ ଚାପ ପକାଯାଉଛି। ଏହାର ସଦ୍ୟତମ ଉଦାହରଣ ହେଉଛି ଚାଇନାର ଆପ୍ ଟିକ୍‌ଟକ୍‌ର ମୂଳ କମ୍ପାନୀ ବାଇଟଡାନ୍ସକୁ ଏହାର ଆମେରିକୀୟ ବ୍ୟବସାୟ ବିକ୍ରୟ କରିବାକୁ ଟ୍ରମ୍ପ ପ୍ରଶାସନ ୯୦ ଦିନ ସମୟ ଦେଇଛି। ଯଦି ସେହି ସମୟ ମଧ୍ୟରେ ବାଇଟଡାନ୍ସ ଆମେରିକାକୁ ଟିକ୍‌ଟକ୍‌ର ଆମେରିକୀୟ ବ୍ୟବସାୟ ବିକ୍ରୟ ନକରେ ତେବେ ତେବେ ଟ୍ରମ୍ପ ସରକାର ଏହାକୁ ସମ୍ପୁର୍ଣ୍ଣ ବ୍ୟାନ୍ ଘୋଷଣା କରିବେ। ବ୍ୟକ୍ତିଗତ ତଥ୍ୟ ଏବଂ ଆମେରିକୀୟ ବ୍ୟବହାରକାରୀଙ୍କ ଜାତୀୟ ନିରାପତ୍ତା ସହ ଜଡିତ ଚିନ୍ତାଧାରାକୁ ଦୃଷ୍ଟିରେ ରଖି ଅନେକ ଚାଇନାର କମ୍ପାନୀ ଉପରେ ବର୍ତ୍ତମାନ ଟ୍ରମ୍ପ ପ୍ରଶାସନ ନଜର ରଖିଛନ୍ତି। ଆଲିବାବାଙ୍କ ବିଷୟରେ ଟ୍ରମ୍ପଙ୍କ ବିବୃତ୍ତି ଚୀନ୍‌ର ଅସ୍ଥିରତା ବୃଦ୍ଧି କରିବାର ସମ୍ଭାବନା ରହିଛି।

- Advertisement -

ଆମେରିକାର ସୁରକ୍ଷା ପାଇଁ ଚାଇନିଜ୍ ଆପ୍ ଏକ ବିପଦ

କେବଳ ଗତ ସପ୍ତାହରେ, ଆମେରିକାର ରାଷ୍ଟ୍ରପତି ଟିକ୍‌ଟକ୍‌  ଏବଂ ୱେଚ୍ ଚାଇନାର ମାଲିକମାନଙ୍କ ସହିତ କାରବାରକୁ ବାରଣ କରିଥିଲେ। ସେ କହିଛନ୍ତି ଯେ ଏହା ଆମେରିକାର ଜାତୀୟ ସୁରକ୍ଷା, ବୈଦେଶିକ ନୀତି ଏବଂ ଅର୍ଥନୀତି ପାଇଁ ବିପଦ କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଆମେରିକାର ୧୦୦ ନିୟୁତ ଟିକ୍‌ଟକ୍‌ ଉପଭୋକ୍ତାଙ୍କ ପାଇଁ ଏହି ଟ୍ରମ୍ପଙ୍କ ଆଦେଶନାମା ସ୍ପଷ୍ଟ ହୋଇନାହିଁ।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories