ଭୁବନେଶ୍ବର: ହାଇଟେକ ଟ୍ରାଜେଡିର ଆସିଲା ଡିଏନଏ ରିପୋର୍ଟ। ମୃତ ତୃତୀୟ ବ୍ୟକ୍ତିଙ୍କ ଡିଏନଏ ରିପୋର୍ଟ ପାଇଲା ପୁଲିସ। ଡିଏନଏ ରିପୋର୍ଟରୁ ମୃତକ ଦିଲ୍ଲୀପ ସାମନ୍ତରାୟ ସ୍ପଷ୍ଟ ହୋଇଥିବା ପୁଲିସ ସୂଚନା ଦେଇଛି। ପରିଚୟ ସ୍ପଷ୍ଟ ପରେ ଏବେ ପରିବାର ଲୋକଙ୍କୁ ମୃତଦେହ ଦିଆଯିବ ବୋଲି ପୁଲିସ ପ୍ରକାଶ କରିଛି। ଡିଏନଏ ରିପୋର୍ଟ ନେଇ ଏଡିସିପି ପ୍ରକାଶ ପାଲ ସୂଚନା ଦେଇ କହିଛନ୍ତି ଯେ ମୃତକଙ୍କ ପରିଚୟ ଦ୍ବନ୍ଦ୍ବ ପରେ ଡିଏନଏ ଟେଷ୍ଟ ପାଇଁ ପଠାଯାଇଥିଲା। ଡିଏନଏ ଟେଷ୍ଟ ପାଇଁ ଦିଲୀପ ସାମନ୍ତରାୟଙ୍କ ମା’ଙ୍କ ନମୂନା ପୁଲିସ ସଂଗ୍ରହ କରିଥିଲା।
Popular Categories



