www.samajalive.in
Monday, December 8, 2025
27.1 C
Bhubaneswar

ସ୍ୱଚ୍ଛ ଓ ସବୁଜ ଉର୍ଜା ଆପଣାଇବା ଦିଗରେ ଉଭୟ ଦେଶ ସହଯୋଗୀ ହେବେ: ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର: ଭାରତ ଗସ୍ତରେ ଆସିଥିବା ଆମେରିକାର ସ୍ୱତନ୍ତ୍ର ଜଳବାୟୁ ରାଷ୍ଟ୍ର ପ୍ରତିନିଧି ଜନ୍ କେରି ବୁଧବାର ନୂଆଦିଲ୍ଲୀ ଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟି ଭାରତର ଉର୍ଜା କ୍ଷେତ୍ର ସହ ଜଡ଼ିତ ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି। ଅନୁଷ୍ଠିତ ହୋଇଯାଇଥିବା ଏହି ବୈଠକରେ ଭାରତର ବୃହତ ଉର୍ଜା ବଜାରରେ କମ୍ ଅଙ୍ଗାରକାମ୍ଳଯୁକ୍ତ ମାର୍ଗ ତଥା ସହ ଗ୍ୟାସ, ଅକ୍ଷୟ ଉର୍ଜା, ଜୈବ ଇନ୍ଧନ ଏବଂ ହାଇଡ୍ରୋଜେନ୍ କ୍ଷେତ୍ର ପାଇଁ ଜଡ଼ିତ ପ୍ରଯୁକ୍ତିବିଦ୍ୟା ଓ ଅର୍ଥନୈତିକ ବିକଶିତ କରିବା ଉପରେ ଉଭୟ ଦେଶ ସହଯୋଗୀ ହେବା ନେଇ ମତପ୍ରକାଶ ପାଇଥିଲା।

ଏହି ବୈଠକରେ ଶ୍ରୀ ଜନ୍ କେରି ଭାରତ ଦ୍ୱାରା ପରିବେଶର ସୁରକ୍ଷା ପାଇଁ ନିଆଯାଇଥିବା ପଦକ୍ଷେପ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜଳବାୟୁ ପରିବର୍ତନ ପ୍ରତି ଥିବା ଆଧ୍ୟାତ୍ମିକ ଓ ଭାବାତ୍ମକ ପ୍ରତିବଦ୍ଧତାକୁ ପ୍ରଶଂସା କରିଥିବା ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି। ଗତ ମାର୍ଚ୍ଚ ୨୯ ତାରିଖରେ ଆମେରିକାର ଉର୍ଜା ସଚିବ ଜେନିଫର ଗ୍ରାନହୋଲମ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ମଧ୍ୟରେ ପ୍ରଥମ ଭର୍ଚୁଆଲ ବୈଠକରେ ହୋଇଥିବା ଆଲୋଚନା ଉପରେ ମଧ୍ୟ ଚର୍ଚ୍ଚା ହୋଇଥିଲା। ସ୍ୱଚ୍ଛ ଏବଂ ସବୁଜ ଉର୍ଜା ଆପଣାଇବା ଦିଗରେ ମଧ୍ୟ ଏହି ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories