ଧନତେରସ : କିଣନ୍ତୁ ନାହିଁ କାଚ ତିଆରି ଜିନିଷ..
ଧନତେରସ ହିନ୍ଦୁ ଧର୍ମର ଏକ ପ୍ରମୁଖ ପର୍ବ। ଏହା ଦୀପାବଳିର ୨ ଦିନ ପୂର୍ବରୁ ପାଳନ ହୋଇଥାଏ। ଆଜି ନଭେମ୍ବର ୧୦ ଧନତେରସ। ଏହି ଦିନ ବିଶେଷ ଭାବେ ମା’ଲକ୍ଷ୍ମୀ ଓ ଭଗବାନ କୁବେର ଓ ଧନ୍ୱନ୍ତରୀଙ୍କ ପୂଜା କରାଯାଏ। ଘରେ ଧନସମ୍ପତ୍ତି ଓ ସୁଖସମୃଦ୍ଧି ବୃଦ୍ଧି ପାଇଁ ଏହି ଦିନ ଘରେ ବିଶେଷ ଭାବେ ପୂଜାର୍ଚ୍ଚନା ମଧ୍ୟ କରାଯାଏ। ଧନତେରସରେ ସୁନା,ଚାନ୍ଦି ସହ ଅନ୍ୟାନ୍ୟ ଜିନିଷ କିଣିବାର ପରମ୍ପରା ରହିଛି। ମାତ୍ର ଜାଣନ୍ତୁ ଏହି ଦିନ କେଉଁ ଜିନିଷ କିଣିବେ ନାହିଁ..
ଧନତେରସ ଦିନ ଆଲୁମିନିୟମ କିମ୍ବା ଷ୍ଟିଲ ତିଆରି ଜିନିଷ କିଣିବା ଶୁଭଙ୍କର ନୁହେଁ। ମାନ୍ୟତା ଅନୁଯାୟୀ ଏହି ଦିନ ଏସବୁ ଜିନିଷ କିଣିବା ଦ୍ୱାରା ମା’ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇ ଥାଆନ୍ତି।
ଧନତେରସ ଦିନ ପ୍ଲାଷ୍ଟିକ୍ ଜିନିଷ କିଣିବା ମଧ୍ୟ ଶୁଭଙ୍କର ନୁହେଁ। ଏହାଦ୍ୱାରା ଘରେ ଧନର ଅଭାବ ସହ ଅଯଥା ଖର୍ଚ୍ଚ ଲାଗି ରହିଥାଏ।
ଏହିଦିନ କାଚରେ ତିଆରି କୌଣସି ଜିନିଷ କିଣନ୍ତୁ ନାହିଁ।
Comments are closed.