www.samajalive.in
Monday, December 8, 2025
20.1 C
Bhubaneswar

ଗିରିସୋଲା ଆନ୍ତଃ ରାଜ୍ୟ ସିମାନ୍ତ ଚେକ ପୋଷ୍ଟ ପରିଦର୍ଶନ କଲେ ପୁଲିସ ମହାନିର୍ଦେଶକ

ଗୋପାଳପୁର,: ଓଡିଶା ଆନ୍ଧ୍ର ସୀମାନ୍ତ ଗିରସୋଲା ଠାରେ ଆରମ୍ଭ ହୋଇଥିବା ଆନ୍ତଃ ରାଜ୍ୟ ସିମାନ୍ତ ଚେକ ପୋଷ୍ଟ ପରିଦର୍ଶନ ରେ ପୁଲିସ ଡିଜି ଅଭୟ ସମେତ ହୋଇଥିବା ପୁଲିସ ବେରିକେଟ ଅଞ୍ଚଳ ପୁଲିସ ଡ଼ିଜିପି ଚେକିଂ ବ୍ୟବସ୍ଥା କିପରି ଅଛି ବୁଲି ଦେଖିଥିଲେ। ସୀମାନ୍ତ  ଗଞ୍ଜାମ ଜିଲ୍ଲା ପୁଲିସର କାର୍ଯ୍ୟଶୈଳୀ ଓ ଚେକିଂ ବ୍ୟବସ୍ଥା ସନ୍ତୋଷ ଜନକ ଥିବା କହିଛନ୍ତି।କୋଭିଡ ପରିଚାଳନାରେ ଗଞ୍ଜାମ ଜିଲ୍ଲା ପୁଲିସ  ବହୁତ ଭଲକାମ କରୁଥିବା ଗଣମାଧ୍ୟମକୁ ପ୍ରକାଶ କରିଥିଲେ। ଡ଼ିଜିପି ଅଭୟଙ୍କ ଗିରିସୋଲା ଚେକ ପୋଷ୍ଟ ଗସ୍ତ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି  ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ସହିତ କଡ଼ାକଡ଼ି ଯାଞ୍ଚ କରା ଯାଉଥିବା ଦେଖିବାକୁ ମିଳିଥିଲା। ଡିଜିପିଙ୍କ ଗିରିସୋଲା ଚେକ ପୋଷ୍ଟ ଗ୍ରସ୍ତ ପରେ ଗୋଳନ୍ଥରା ଥାନା ପରିଦର୍ଶନ କରିଥିଲେ ଏବଂ ସେଠାରେ ନିୟୋଜିତ ରହିଥିବା କର୍ମଚାରୀ ଓ ଥାନା ଆଇଆଇସି ବିବେକାନନ୍ଦ ମହନ୍ତ ଙ୍କ ସହ ଥାନା ପରିଚାଳନା ନେଇ ଆଲୋଚନା କରିବା କାର୍ଯ୍ୟଦକ୍ଷତା ଉପରେ ପ୍ରଶଂସା କରିଥିଲେ।  ଥାନା ଅଞ୍ଚଳର ଲୋକଙ୍କ ସହ ଯୋଡ଼ି ହୋଇ କାମ କରିବାକୁ ଡିଜିପି ଅଭୟ ନିର୍ଦ୍ଦେଶ ଦେଇଥିଲେ।ଚେକ ପୋଷ୍ଟ ଠାରେ ବାହାର ରାଜ୍ୟରୁ ଆସୁଥିବା ବସ ସହିତ ଚାରିଚକିଆ ଯାନ ବାହନକୁ

ଆଜି କଡାକଡି ଯାଞ୍ଚ କରାଯାଉଥିବା ଦେଖିବାକୁ ମିଳିଥିବା ବେଳେ ଦୁଇ ଚକିଆ ଯାନ ଗୁଡିକ ଅନାୟସରେ  ସୀମାନ୍ତ ରେ ପ୍ରବେଶ କରୁଥିବା ଦେଖିବାକୁ ମିଳିଛି, ଏମାନଙ୍କୁ କେହି ଯାଞ୍ଚ କରୁନଥିବା କିମ୍ବା କୈାଣସି ତଥ୍ୟ ଆଦାୟ କରାଯାଉନଥିବା ଦେଖିବାକୁ ମିଳିଛି। ଅନେକ ପ୍ରବାସୀ ଓଡିଆ ବସ ଚଳାଚଳ ବନ୍ଦ ରହୁଥିବାରୁ  କେରଳ, ଚେନ୍ନାଇ, ହାଇଦ୍ରା ବାଦ ପ୍ରଭୃତି ଅଞ୍ଚଳରୁ ବାଇକରେ ଆସୁଥିବା ବେଳେ ଏହାକୁ ପ୍ରଶାସନ ପକ୍ଷରୁ ଯାଞ୍ଚ କରାଯାଇ ସ୍ବତନ୍ତ୍ର ରିଲଫ କମିଶନର ନିର୍ଦ୍ଦେଶ ପ୍ରକାରେ ତଥ୍ୟ ରଖାଯିବା କଥା କିନ୍ତୁ ତାହା ହୋଇ ପାରୁନଥିବା ଜଣାଯାଇଛି। ଗତବର୍ଷ ବସ ରେ ଆସୁଥିବା ପ୍ରବାସୀ ମାନଙ୍କୁ ପ୍ରଶାସନ ପକ୍ଷରୁ ବିଭିନ୍ନ ଚେକ ପୋଷ୍ଟ ରେ ଅଟକାଇ ନିକଟରେ ଥିବା ଟିଏମସି ମାନଙ୍କରେ ସଗଂରୋଧ ରଖିବାର ନଜିର ରହିଥିବାରୁ ଚଳିତବର୍ଷ ଅନେକ ମୋଟରସାଇକେଲ ରେ ଗଳା ବାଟକୁ ଆପଣେଇଥିବା ଜଣାପଡିଛି।
Rajiblochan misra

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories