www.samajalive.in
Monday, December 8, 2025
20.1 C
Bhubaneswar

କପିଳାସ ଅଭୟାରଣ୍ୟରୁ ଜବତ ହେଲା ବନ୍ୟ ଜୀବଜନ୍ତୁଙ୍କ ଦେହାବଶେଷ, ଗିରଫ ହେଲେ ୩ ଶିକାରୀ

ଭୁବନେଶ୍ବର: ବନ ବିଭାଗ ପକ୍ଷରୁ ଢେଙ୍କାନାଳ ଜିଲା କପିଳାସ ବନାଞ୍ଚଳ ଅଭୟାରଣ୍ୟରୁ ବିପୁଳ ପରିମାଣର ବନ୍ୟ ଜୀବଜନ୍ତୁଙ୍କ ଦେହାବଶେଷ ମିଳିଛି। ଏହାସହିତ ବନ୍ୟଜନ୍ତୁ ଶିକାର ପାଇଁ ଆସଥିବା ୩ଜଣ ଶିକାରୀଙ୍କୁ ବନ ବିଭାଗ ଗିରଫ କରିଛି । ବନ୍ୟଜନ୍ତୁଙ୍କ ଦେହାବଶେଷ ସମେତ ଶିକାରୀମାନେ ବ୍ୟବହାର ପାଇଁ ଆଣିଥିବା ଅସ୍ତ୍ରଶସ୍ତ୍ରକୁ ବନ ବିଭାଗ ଜବତ କରିଛି ବୋଲି ଡିଏଫ୍‌ଓ ସୂଚନା ଦେଇଛନ୍ତି।

ଢେଙ୍କାନାଳ ଡିଏଫ୍‌ଓ କହିଛନ୍ତି ଯେ କପିଳାସ ଅଭୟାରଣ୍ୟର କମ୍ପାର୍ଟମେଣ୍ଟ-୧୨ରେ ଶିକାର କରିବାକୁ ୩ଜଣ ଶିକାରୀ ଆସିଥିଲେ। ବିଶେଷ ସୂତ୍ରରୁ ଖବର ପାଇ ଏହି ୩ ଶିକାରୀ ବନ୍ୟଜନ୍ତୁଙ୍କୁ ଶିକାର କରୁଥିବାବେଳେ ବନବିଭାଗ ଚଢ଼ାଉ କରାଯାଇଥିଲା। ସେମାନଙ୍କଠାରୁ ବିପୁଳ ପରିମାଣର ବନ୍ୟ ଜୀବଜନ୍ତୁଙ୍କ ଦେହାବଶେଷ ମିଳିଥିଲା। ସେମାନଙ୍କ ନିକଟରୁ ହରିଣ ଶିଙ୍ଗ, ବାରହା ଦାନ୍ତ, କଇଁଛ ଖୋଳ ଓ କିଛି ଅଜଣା ଜନ୍ତୁଙ୍କ କଙ୍କାଳ ଜବତହୋଇଛି। ଏଥିସହିତ ଏହି ଶିକାରୀମାନେ ବନ୍ୟ ଜୀବଜନ୍ତୁ ଶିକାର ପାଇଁ ବ୍ୟବହାର କରୁଥିବା ଦେଶୀ ବନ୍ଧୁକ, ଧନୁ ତୀର, ମେଟାଲ ଫାସ, ଚାପଡ ଓ ଲାଇଟ ଆଦିକୁ ବନ ବିଭାଗ ଜବତ କରିଛି। ଏହି ଘଟଣାରେ ବନ ବିଭାଗ ପକ୍ଷରୁ ୩ଜଣ ଶିକାରୀଙ୍କୁ ଗିରଫ କରାଯାଇଛି। ଗିରଫ ବ୍ୟକ୍ତିମାନେ ହେଲେ ନିକଟସ୍ଥ ଗାଁର ଲକ୍ଷ୍ମୀଧର ମୁର୍ମୁ, ଲକ୍ଷ୍ମଣ ସୋରେନ ଓ କାନୁ କିସ୍କୁ ବୋଲି ଢ଼େଙ୍କାନାଳ ଡିଏଫଓ ସୂଚନା ଦେଇଛନ୍ତି।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories