www.samajalive.in
Monday, December 8, 2025
20.1 C
Bhubaneswar

ସୁଧୁରୁନି ଜାତୀୟ ବରଗଡ଼-ବୋରିଗୁମ୍ମା ଜାତୀୟ ରାଜପଥ ଅବସ୍ଥା: ଗାଡ଼ି ଗଲେ ଉଡ଼ୁଛି ଧୁଳି, ଯାତ୍ରୀ ହନ୍ତସନ୍ତ

ଦେଓଗାଁ: ବରଗଡ଼-ବୋରିଗୁମ୍ମା ଜାତୀୟ ରାଜପଥ ବହୁ ଜନସମାଗମ ରାସ୍ତା। ଏହି ରାସ୍ତାରେ ପ୍ରତିଦିନ ହଜାର ହଜାରଯାନବାହାନ ଯିବା ଆସିବା କରୁଛି। ଏବେ ଏହି ରାସ୍ତା ଅତି ଶୌଚନୀୟ ହୋଇ ପଡ଼ିଛି, ହେଲେ ଏହାକୁ ମରାମତି କରିବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଅନ୍ୟପଟ ଜାତୀୟ ରାଜପଥର ସୌନ୍ଦର୍ୟ୍ୟ ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଏହି ଅଞ୍ଚଳର ରାସ୍ତା ମରାମତି ପାଇଁ କୁଣ୍ଠା ବୋଧ କରୁଛନ୍ତି ସଡ଼କ ସୁରକ୍ଷା ବିଭାଗ ବୋଲି ମତ ପ୍ରକାଶ ପାଉଛି। ବଲାଙ୍ଗିରରୁ ଦେଓଗାଁକୁ ସଂଯୋଗ କରୁଥିବା ରାସ୍ତାର ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଗାତ ସୃଷ୍ଟି ହୋଇଛି। ଏଭଳି ଗାତମାନଙ୍କରେ ପଡ଼ି ବିଭିନ୍ନ ସମୟରେ ବହୁ ଲୋକ ଦୁର୍ଘଟଣା ହୋଇଛନ୍ତି। କିଛି ମାତ୍ରାରେ ବର୍ଷା ହେଲେ ଏହି ଗାତ ଗୁଡ଼ିକରେ ପାଣି ଜମି ରହିଯାଉଥିବାରୁ କୌଣସି ଯାନବାହାନ ଚାଳକ ତାହା ଗାତକୁ ଜାଣିପାରୁ ନ ଥିବାରୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଭିନ୍ନ ସମୟରେ ଏହାକୁ ନେଇ ଖବର ପ୍ରକାଶ ପାଇଲେ ବିଭାଗୀୟ କର୍ମଚାରୀ ଆସି ପିଚୁ ବଦଳରେ ମେଟାଲ ଗୁଣ୍ଡରେ ମରାମତି କରି ଦେଇଥାନ୍ତି। ବର୍ଷା ଛାଡ଼ି ଖରା ହେବା ସମୟରେ ଏହି ପଥର ଗୁଣ୍ଡ ଉଡ଼ି ଯାଉଥିବାରୁ ଚାରି ଚକିଆ ଗାଡ଼ି ପଛ ପଟେ ଯାଉଥିବା ବାଇକ ଆରୋହୀର ଆଖିରେ ଗୁଣ୍ଡ ପଶି ଯାଇଥାଏ। ଯାହା‘ଳରେ ଆଖି ନଷ୍ଟ ହେବାର ଆଶଙ୍କା ରହୁଛି। ଦେଓଗାଁ ସୋନଗଡ଼ ବ୍ରିଜରେ ମଧ୍ୟ ବହୁ ଗାତ ହୋଇଛି। ଦେଓଗାଁରୁ ବଲାଙ୍ଗୀର ରାସ୍ତାରେ ପ୍ରତି ଗୋଟେ, ଦୁଇ କିଲୋମିଟର ମଧ୍ୟରେ ବଡ଼ବଡ଼ ଗାତ ଥିଲେ ମଧ୍ୟ ସଡ଼କ ସୁରକ୍ଷା ବିଭାଗର ନଜରକୁ ଆସୁ ନାହିଁ।
ସୂଚନା ଯୋଗ୍ୟ ଯେ, ମାସକ ତଳେ ଦେଓଗାଁ କଛାରପାଲି ସ୍ଥିତ ପ୍ରାଥମିକ ବିଦ୍ୟାଳୟ ନିକଟରେ ଏକ ଗାତରେ ଦୁଇଟି ବାଇକ ଦୁର୍ଘଟଣା ଘଟିଥିଲା। ତା ପର ଦିନ ବିଭାଗୀୟ କର୍ମଚାରୀମାନେ ଆସି ପଥର ଗୁଣ୍ଡ ବା ମେଟାଲ ଗୁଣ୍ଡ ଦେଇ ମରାମତି କରି ଦେଇଥିଲେ। ଏଠାରେ ଗାଡ଼ି ଗଲେ ଗୁଣ୍ଡ ଉଡ଼ୁଥିବାରୁ ଲୋକେ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଏନେଇ ରାସ୍ତାର ସ୍ଥାୟୀ ମରାମତି କରିବାକୁ ଦାବି ଦେଉଛି।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories