ପୁରୀ : ପବିତ୍ର ରଥ ଯାତ୍ରାର ଆଦ୍ୟ ପର୍ବ ଭାବେ ଶ୍ରୀକ୍ଷେତ୍ର ପୁରୀରେ ସ୍ନାନବେଦୀରେ ମହାସ୍ନାନ ପରେ ଗଜାନନ ବେଶରେ ଚତୁର୍ଦ୍ଧା ମୁର୍ତ୍ତି ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ଗଜପତି ମହାରାଜ ଦିବ୍ୟସିଂହ ଦେବ ସ୍ନାନବେଦୀରେ ଗଜାନନ ବେଶରେ ଚତୁର୍ଦ୍ଧା ମୁର୍ତ୍ତିଙ୍କୁ ଦର୍ଶନ କରିଛନ୍ତି।
ସୋମବାର ମହାପ୍ରଭୁଙ୍କର ସ୍ନାନଯାତ୍ରା ଶେଷ ହୋଇଛି । ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ଓ ଭଉଣୀ ଦେବୀ ସୁଭଦ୍ରଙ୍କ ସହ ବଡ଼ଦେଉଳର ରତ୍ନବେଦୀରୁ ବାହାରି ସ୍ନାନମଣ୍ଡପକୁ ବିଜେ କରିଥିଲେ। ପହଣ୍ଡି ବିଜେ କରି ସ୍ନାନମଣ୍ଡପରେ ଅଧିଷ୍ଠିତ ହେବା ପରେ ଶ୍ରୀ ବଳଭଦ୍ର ୩୩ ଗରାରେ, ଶ୍ରୀଜଗନ୍ନାଥ ମହାପ୍ରଭୁ ୩୫ ଗରାରେ, ଦେବୀ ସୁଭଦ୍ରା ୨୨ ଗରାରେ ଏବଂ ସୁଦର୍ଶନ ୧୮ଗରାରେ ସ୍ନାନ କରିଛନ୍ତି । ସ୍ନାନପରେ ଶ୍ରୀ ଜୀଉମାନଙ୍କୁ ହାତୀ ବେଶ ବା ଗଜାନନ ବେଶରେ ସଜ୍ଜିତ କରାଯାଇଥିଲା ଗଜାନନ ବେଶରେ ଏବେ ମହାପ୍ରଭୂ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ଗଜାନନ ବେଶ ଦର୍ଶନ କରିବା ପାଇଁ ବଡ଼ ଦାଣ୍ଡରେ ଲକ୍ଷ ଲକ୍ଷ ଭକ୍ତଙ୍କ ଭିଡ ଲାଗିଛି।
ମନ୍ଦିର ପ୍ରଶାସନର କାର୍ଯ୍ୟସୂଚୀ ଅନୁସାରେ ରାତି ୭ଟା ୩୦ରୁ ସାହାଣମେଳା ନୀତି ଆରମ୍ଭ ହେବ । ରାତି ୧୦.୩୦ରୁ ୧.୩୦ ମଧ୍ୟରେ ବାହୁଡା ନୀତି ଅନୁଷ୍ଠିତ ହେବ। ସ୍ନାପରେ ଅସୁସ୍ଥ ହୋଇପଡି ଥିବା ମହାପ୍ରଭୁ ଅଣସର ପିଣ୍ଡିକୁ ବିଜେ କରିବେ।



