www.samajalive.in
Monday, December 8, 2025
20.1 C
Bhubaneswar

ହାଇୱା ଧକ୍କାରେ ୪ ଗୁରୁତର, ୨ ବଳଦ ମୃତ

ଦେବଗଡ଼: ହାଇୱା ଦୁର୍ଘଟଣାରେ ୨ଟି ଦଳଦର ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ଦେବଗଡ ଜିଲ୍ଳା କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ରଞ୍ଜଣା ଗ୍ରାମରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟଇଛି । ସୂଚନା ମୁତାବକ ଆଜି ସକାଳ ୬ଟା ସମୟରେ ରଞ୍ଜଣା ଗ୍ରାମର ରନାରାୟଣ ଦେୁହରୀ ଓ ପତ୍ନୀ କୁଡାଣୀ ଦେହୁରୀ  ଏବଂ ଖଗେଶ୍ୱର ସାହୁ ଓ ତାଙ୍କ ପତ୍ନୀ ରୁନୁ ସାହୁ ଦୁଇଟି ଶଗଡଗାଡି ଯୋଗେ ଖିଲେଇ ଆଡକୁ ଯାଉଥିଲେ । ସେହି ସମୟରେ ରାଂଚି-ବିଜୟୱାଡା ରାଜପଥ ଦେଇ ଦେବଗଡ ପଟୁ ଆସୁଥିବା ଏକ ହଇୱା ଟ୍ରକ ରଞ୍ଜଣା ଗ୍ରାମ ନିକଟସ୍ଥ ଏକ ବୁଲାଣିରେ ସେମାନଙ୍କୁ ଧକ୍କା ଦେଇଥିଲା । ହାଇଓ୍ୱାଟି ଦୁର୍ଘଟଣା ଘଟାଇବା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ଫଳରେ ୨ଟି ଯାକ ଶଗଡଗାଡି ଭାଙ୍ଗି ନଷ୍ଟ ହେବା ସହ ଗୋଟିଏ ଲେଖାଏଁ ବଳଦର ମୃତ୍ୟୁ ଘଟିଥିଲା ଏବଂ ଶଗଡ଼ଗାଡ଼ିରେ ଯାଉଥିବା ୪ଜଣ ଗୁରୁତର ଆହତ ହୋଇଥିଲେ । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ଲୋକେ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories