www.samajalive.in
Monday, December 8, 2025
20.1 C
Bhubaneswar

କବି, ସାମ୍ବାଦିକ ଦାମୋଦର ପଣ୍ଡାଙ୍କ ପରଲୋକ

ପଡ଼ିଆବାହାଲ/ସମ୍ବଲପୁର: ଯୁଯୁମୁରା ବ୍ଲକ ଡଙ୍ଗରପଡ଼ା ଗ୍ରାମର ମୂଳବାସିନ୍ଦା ବହୁମୁଖୀ ପ୍ରତିଭାର ଅଧିକାରୀ ଦାମୋଦର ପଣ୍ଡାଙ୍କ ବୁଧବାର ଅପରାହ୍ନରେ ହୃଦଘାତ ଯୋଗୁଁ ପରଲୋକ ହୋଇଯାଇଛି। ମୃତ୍ୟୁବେଳକୁ ତାଙ୍କୁ ୬୮ ବର୍ଷ ବୟସ ହୋଇଥିଲା। ସେ ଏକାଧାରରେ ଜଣେ କବି, ଗାଳ୍ପିକ, ସାମ୍ବାଦିକ, ନାଟ୍ୟକାର, ଅଭିନେତା ତଥା ସୁବକ୍ତା ଥିଲେ। ବ୍ୟାଙ୍କ କର୍ମଚାରୀ ଭାବରେ ଦୀର୍ଘଦିନ କାମ କରିବା ଅବସରରେ ବହୁ ଜନସମ୍ପର୍କ ରଖିଯାଇଛନ୍ତି। ବିଭିନ୍ନ ପତ୍ରପତ୍ରିକା ଓ ଫେସବୁକରେ ଶତାଧିକ ଗଳ୍ପ, କବିତା ପ୍ରକାଶିତ ହୋଇଛି। ଆକାଶବାଣୀରେ ଅନେକ ଗୀତ, ନାଟକ ପ୍ରସାରିତ ହୋଇଛି। ଧରିତ୍ରୀ, ହିରାପ୍ରସ୍ଥ ଆଦି ସମ୍ବଳଦପତ୍ରରେ ସେ ସାମ୍ବାଦିକତା କରିଛନ୍ତି। ମଞ୍ଚନାଟକ ରଚନା ଓ ଅଭିନୟରେ ମଧ୍ୟ ତାଙ୍କ ବେଶ ପାରଦର୍ଶିତା ରହିଥିଲା। ବିବାହିତ ହୋଇଥିଲେ ହେଁ ଶେଷବେଳକୁ ପତ୍ନୀ, ପୁଅଝିଅଙ୍କୁ ଛାଡ଼ି ସମ୍ବଲପୁର ଫାଟକ ଅଞ୍ଚଳରେ ଏକୁଟିଆ ରହୁଥିଲେ। ତାଙ୍କ ମୃତ୍ୟୁ ଖବରପାଇ ବହୁ ପ୍ରିୟଜନ, ବନ୍ଧୁବାନ୍ଧବ ତାଙ୍କ ଶେଷଦର୍ଶନ କରିଥିଲେ। ଗତ ୨୩ ତାରିଖରେ ତାଙ୍କ ଶତାୟୁ ମା’ଙ୍କ ପରଲୋକ ହୋଇଥିବା ବେଳେ ଆଜି ତାଙ୍କ ଆକସ୍ମିକ ବିୟୋଗ ଖବର ପ୍ରଚାରିତ ହେବା ପରେ ନିଜ ଗାଁ ତଥା ଆଖପାଖ ଗାଁରେ ଶୋକର ଛାୟା ଖେଳିଯାଇଛି।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories