କାଶିପୁର : ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ପୋଡାପାଡି ପଞ୍ଚାୟତ ବନ୍ଧପଦର ଗ୍ରାମର ପହିଲି ମାଝି ଚାରିଦିନ ହେଲା ନିଖୋଜ ଥିଲେ। ପହିଲି ମାଝି ବୁଧବାର ଦଶହରା ଦିନ କେଉଁ ଆଡେ ପଳାଇ ଯାଇଥିଲେ। ଗୋଟିଏ ଦିନ ଅପେକ୍ଷା କରିବା ପରେ ପହିଲି ମାଝିଙ୍କ କୌଣସି ଖଵର ନ ମିଳିବାରୁ ଗୁରୁବାର ଦିନ ତାଙ୍କ ପରିବାର ଆସି ଟିକିରି ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଏହା ପରେ ଟିକିରି ପୁଲିସ ପକ୍ଷରୁ ଖୋଜାଖୋଜି କରାଯାଇଥିଲେ ମଧ୍ୟ କୌଣସି ଖବର ମିଳିପାରିନଥିଲା । ତାଙ୍କ ପରିବାର ଲୋକେ ମଧ୍ୟ ନିଜ ସଂପର୍କୀୟଙ୍କ ଘରକୁ ମଧ୍ୟ ଫୋନ କରି ପଚାରି ଥିଲେ କିନ୍ତୁ କୌଣସି ଖବର ମିଳିପାରିନଥିଲା ନଥିଲା । ଶନିବାର କୌଣସି ଏକ ଯୁବକ ପୋଖରୀରେ ଏକ ବସ୍ତାରେ କିଛି ଗୋଟିଏ ପଡିଥିବା ଦେଖିବା ସହ ଅଳ୍ପ କିଛି ମୁଣ୍ଡ ଦେଖା ଯାଉଥିଲା। ପରେ ସେହି ଗ୍ରାମର କିଛି ଲୋକ ଟିକିରି ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ପ୍ରଥମେ ସେହି ବସ୍ତା ଦେଖିବା ପରେ ଦମକଳ ବାହୀନିକୁ ଫୋନ କରିଥିଲେ । ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ବସ୍ତାକୁ କାଢିବା ବେଳେ ସେହି ବସ୍ତା ସହ ପଥର ବାନ୍ଧି ପୋଖରୀ ଭିତରକୁ ପକାଇ ଦେଇଥିବା ଜଣାପଡିଛି । ଘଟଣାା ତଦନ୍ତ ଆରମ୍ଭ କରାଯାଇଛି ଓ ପରେ ସଷ୍ଟ ଭାବେ ଜଣାପିଡିବ ବୋଲି ଥାନା ଅଧିକାରୀ କହିଛନ୍ତି
Popular Categories



