www.samajalive.in
Thursday, December 11, 2025
27.1 C
Bhubaneswar

କରୋନା ସମୟରେ ମାତିଛନ୍ତି ସାଇବର ଠକ : ୫ ହଜାର ସରକାରୀ ସହାୟତା ଦେବା ନାଁରେ ଲୁଟୁଛନ୍ତି ବ୍ୟକ୍ତିଗତ ତଥ୍ୟ

ସମାଜ ପୋର୍ଟାଲ ଡେସ୍କ : ମହାମାରୀ କରୋନା ସମୟରେ ମାତିଛନ୍ତି ସାଇବର ଠକ। କରୋନା ସମୟରେ ବହୁଲୋକ ଚାକିରୀ ହରାଇବା ସହ ଅର୍ଥ ଅଭାବର ଶିକାର ହୋଇଛନ୍ତି। ଏହି ସମୟରେ ଲୋକମାନେ ବିଭିନ୍ନ ସମସସ୍ୟା ଦେଇ ଗତି କରୁଥିବା ବେ​‌ଳେ ସାଇବର ଅପରାଧି ଲୋକଙ୍କୁ ଠକିବାକୁ ନୂଆ ନୂଆ ଉପାୟ ମାନ ଅବଲମ୍ବନ କରୁଛନ୍ତି। କରୋନା ସମୟରେ ଲକ୍‌ଡାଉନ୍‌ ଓ ସଟ୍‌ଡାଉନ ପାଇଁ କାମ ନପାଇ ଅର୍ଥ ଅଭାବ ଦେଇ ଗତି କରୁଥିବା ସାଧାରଣ ଲୋକଙ୍କୁ ନିଜ ଜାଲରେ ଫସାଇବା ପାଇଁ ସାଇବର ଠକ ମାନେ ସରକାର କରୋନା ପାଇଁ ସହାୟତା ଦେଉଥିବା କହି ଲୋକମାନଙ୍କ ବ୍ୟକ୍ତିିଗତ ତଥ୍ୟ ଏବଂ ବ୍ୟାଙ୍କ ତଥ୍ୟ ସାଇବର ଠକମାନେ ଲୁଟୁଛନ୍ତି।

ସୂଚନାଯୋଗ୍ୟ ବର୍ତ୍ତମାନ ସମୟରେ ହ୍ବାଟ୍ସଆପ୍‌ରେ ଏକ ମେସେଜ୍‌ ଭାଇରାଲ ହେଉଛି। ଯେଉଁଥିରେ ସରକାର ଲକ୍‌ଡାଉନ୍‌ ପାଇଁ ୫ ହଜାର ରିଲିଫ ଦେଉଥିବା ଲେଖାଅଛି ଏବଂ ଏହି ଟଙ୍କା ପାଇବା ପାଇଁ ତଳେ ଦିଆଯାଇଥିବା ଏକ ଲିଙ୍କ୍‌ରେ କ୍ଲିକ୍‌ କରିବା ପାଇଁ କୁହାଯାଇଛି। ସେହି ଲିଙ୍କ୍‌ରେ କ୍ଲିକ୍‌ କରିବା ପରେ କୁହାଯାଉଛି କି ଆପଣ ସରକାରଙ୍କ ଲକ୍‌ଡାଉନ୍‌ ସହାୟତାରେ ୫ ହଜାର ଟଙ୍କା ପାଇବା ପାଇଁ ଯୋଗ୍ୟ ଅଟନ୍ତି। କିନ୍ତୁ ଏହି ଟଙ୍କା ପାଇବା ପାଇଁ ଆପଣଙ୍କୁ ଏହି ମେସେଜ୍‌କୁ ୭ ଟି ହ୍ବାଟ୍ସଆପ୍‌ ଗ୍ରୁପରେ ସେୟାର କରିବାକୁ ପଡିବ ବୋଲି କୁହାଯିବ ।

- Advertisement -

ଆପଣ ଅର୍ଥ ଲୋଭରେ ଗ୍ରୁପରେ ସେୟାର କରିବା ପରେ ଆପଣଙ୍କୁ ସେହି ୱେବସାଇଟରେ ଆପଣଙ୍କ ବ୍ୟକ୍ତିଗତ ତଥ୍ୟ ସହ ବ୍ୟାଙ୍କ ଆକାଉଣ୍ଟ ଦେବା ପାଇଁ କୁହାଯାଉଛି। ଲୋକଙ୍କ ଭରସା ପାଇଁ ମଧ୍ୟ ସାଇବର ଠକମାନେ କିଛି ବ୍ୟକ୍ତିଙ୍କ ଫିଡବ୍ୟାକ୍‌ ସେଠାରେ ଦେଇଛନ୍ତି। ଯେଉଁମାନେ କି ଉକ୍ତ ଟଙ୍କା ପାଇଥିବା କହିଛନ୍ତି। ସାଧାରଣ ଲୋକଟି ଏହାସବୁ ଦେଖିବାପରେ ଟଙ୍କା ପାଇବା ଆଶାରେ ନିଜର ସମସ୍ତ ବ୍ୟକ୍ତିଗତ ତଥ୍ୟ ଯେପରି ନାମ, ଠିକଣା ଓ ବ୍ୟାଙ୍କ୍‌ ଆକାଉଣ୍ଟ ନମ୍ବର ଦେଇଦେଉଛନ୍ତି। ଏହାପରେ ଅନ୍ୟଗୋଟିଏ ପେଜ୍‌ ଓପନ୍‌ ହେଉଛି। ଯେଉଁ ପେଜ୍‌ରେ କିଛି ବିଜ୍ଞାପନ ଦେଖାଯାଉଛି। କିନ୍ତୁ ଟଙ୍କା ମିଳୁନି। ଯାହା ଫଳରେ ସାଧାରଣ ଲୋକଟି ଟଙ୍କା ଆଶାରେ ସାଇବର ଠକ ହାତରେ ନିଜର ବ୍ୟକ୍ତିଗତ ତଥ୍ୟ ସହ ବ୍ୟାଙ୍କ ତଥ୍ୟ ମଧ୍ୟ ଟେକିଦେଉଛି। ଏଣୁ ଆପଣମାନେ ଅର୍ଥ ଲୋଭରେ ଏପରି କିଛି ଭୁଲ୍‌ କରନ୍ତୁନି। ଯାହା ଆପରଙ୍କୁ ବିପଦରେ ପକାଇବ।

 

 

Hot this week

ଭାରତ ଉପରେ ୫୦% ଆମଦାନୀ ଶୁଳ୍କ ଲାଗୁ କଲା ମେକ୍ସିକୋ

ସମାଜଲାଇଭ ଡେସ୍କ: ଆମେରିକା ପରେ ଭାରତ ଉପରେ ୫୦% ପର୍ଯ୍ୟନ୍ତ ଶୁଳ୍କ...

ଅପରାହ୍ନ ୪ଟା ମୁଖ୍ୟ ଖବର

() ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ..ଆଇନଶୃଙ୍ଖଳା ବଜାୟ ରଖିବାକୁ ପ୍ରଶାସନକୁ ନିର୍ଦେଶ... ()...

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

Related Articles

Popular Categories