www.samajalive.in
Monday, December 8, 2025
20.1 C
Bhubaneswar

ଧୋନିଙ୍କଠାରୁ ସ୍ପଷ୍ଟୀକରଣ ମାଗିଥିଲେ ଇର୍ଫାନ

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଲ୍‌ରାଉଣ୍ଡର ଇର୍ଫାନ ପଠାନଙ୍କ କ୍ୟାରିୟର ଉତ୍ଥାନ ପତନ ମଧ୍ୟ ଦେଇ ଗତି କରିଥିଲା। ଇର୍ଫାନ ଏପରି ଜଣେ କ୍ରିକେଟର ଥିଲେ ଯିଏ କି ଅନ୍ତିମ ମ୍ୟାଚରେ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ଲାଭ କରିଥିଲେ ମଧ୍ୟ ଆଉ ଜାତୀୟ ଦଳରେ ସୁଯୋଗ ମିଳିନଥିଲା। ଫର୍ମରେ ଥାଇ ମଧ୍ୟ ଦଳରୁୁ ବାଦ୍‌ ପଡ଼ିଥିଲେ। ଯାହାକୁ ନେଇ ଇର୍ଫାନ କ୍ଷୋଭ ପ୍ରକାଶ କରିଥିଲେ। ଏପରିକି ଅଷ୍ଟ୍ରେଲିଆ ଗସ୍ତରେ ଭଲ ପ୍ରଦର୍ଶନ କରୁଥିଲେ ମଧ୍ୟ ଧୋନିଙ୍କ ସମାଲୋଚନାର ଶିକାର ହୋଇଥିଲେ। ଯାହାକୁ ନେଇ ଅଧିନାୟକ ଥିବା ମହେନ୍ଦ୍ର ସିଂହ ଧୋନିଙ୍କୁ ସ୍ପଷ୍ଟୀକରଣ ମାଗିଥିଲେ ବୋଲି ଇର୍ଫାନ ପଠାନ କହିଛନ୍ତି। ଏକ ସାକ୍ଷାତକାରରେ ଇର୍ଫାନ କହିଛନ୍ତି ଯେ, ୨୦୧୨ରେ ଯେତେ​‌ବେଳେ ଦଳରୁ ବାଦ୍‌ ପଡ଼ିଲି ମୁଁ ସେତେବେଳେ ଭଲ ଫର୍ମରେ ଥିଲି। ମୁଁ ଖେଳିଥିବା ଅନ୍ତିମ ଟ୍ବେଣ୍ଟି୨୦ ମ୍ୟାଚରେ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ହାସଲ କରିଥିଲି। ୱିକେଟକିପର ବ୍ୟାଟ୍ସମ୍ୟାନ ରିଦ୍ଧିମାନ ଶାହା ଗୋଟିଏ ବର୍ଷ ଦଳଠାରୁ ଦୂରରେ ରହି ମଧ୍ୟ ଦଳରେ ସ୍ଥାନ ପାଇଥିଲେ। ଶାହାଙ୍କ ଅନୁପସ୍ଥିତିରେ ୱିକେଟକିପର ଋଷଭ ପନ୍ତ ଦ୍ବିଶତକ ଅର୍ଜନ କରିଥିଲେ। କିନ୍ତୁ ଶାହାଙ୍କୁ ପୁନର୍ବ​‌ାର ଜାତୀୟ ଦଳରେ ସୁଯୋଗ ମିଳିଥିଲା । କିଛି ଲୋକ ଭାଗ୍ୟଶାଳୀ ଅଟନ୍ତି। ଏ କ୍ଷେତ୍ର​‌ରେ ମୁଁ ଦୁର୍ଭାଗ୍ୟଶାଳୀ ଥିଲି। ଯାହା ଫଳ​‌େ​‌ର ଫର୍ମରେ ଥାଇ ମଧ୍ୟ ଦଳରୁ ବାଦ୍‌ ପଡ଼ିଥିଲି ବୋଲି ଇର୍ଫାନ କହିଥିଲେ। ୨୦୦୮ ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ମୁଁ ଲୟରେ ବୋଲିଂ କରୁନଥିବା ନେଇ ଧୋନି ଅଭିଯୋଗ କରିଥିଲେ।
ଉକ୍ତ ସିରିଜ୍‌ରେ ମୁଁ ଭଲ ବୋଲିଂ କରୁଥିଲେ ମଧ୍ୟ ଧୋନୀ ମୋତେ ଟାର୍ଗେଟ କରି ଏଭଳି କହିଥିଲେ। ଆହୁରି ଭଲ ବୋଲିଂ କରିବା ଲାଗି କଣ କରିବାକୁ ପଡ଼ିବ ବୋଲି ଧୋନିଙ୍କଠାରୁ ମୁଁ ସ୍ପଷ୍ଟୀକରଣ ମାଗିଥିଲି ବୋଲି ଇର୍ଫାନ କହିଛନ୍ତି। ସୂଚନାଯୋଗ୍ୟ ଇର୍ଫାନ ଭାରତ ପାଇଁ ୨୯ଟି ଟେଷ୍ଟ ମ୍ୟାଚ ଖେଳି ୧୦୦ଟି ୱିକେଟ ଓ ୧୧୦୪ରନ, ୧୨୦ଟି ଏକଦିବସୀୟ ମ୍ୟାଚ ଖେଳି ୧୭୩ଟି ୱିକେଟ ଓ ବ୍ୟାଟିଂରେ ୧୫୪୪ରନ ଓ ୨୪ଟି ଟ୍ବେଣ୍ଟି୨୦ ମ୍ୟାଚରୁ ୨୮ଟି ୱିକେଟ ନେଇଥିଲେ। ୨୦୦୭ ପ୍ରଥମ ଟ୍ବେଣ୍ଟି୨୦ ବିଶ୍ବକପ ଓ ୨୦୧୩ ଚମ୍ପିଆନ୍ସ ଟ୍ରଫି ବିଜୟୀ ଭାରତୀୟ ଦଳ ପକ୍ଷରୁ ଇର୍ଫାନ ପ୍ରତିନିଧିତ୍ବ କରିଥିଲେ।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories