www.samajalive.in
Monday, December 8, 2025
27.1 C
Bhubaneswar

ସାମାଜିକ ଦୂରତ୍ବ ପାଇଁ ରେଖାଙ୍କିତ ଗୋଲେଇ ଚିହ୍ନ

କଟକ : କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ବାହାରକୁ ନ ବାହାରି ଘରେ ରହିବା ପାଇଁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଯୋଡ଼ହସ୍ତ ନିବେଦନ କରିଛନ୍ତି। ଏଥିପାଇଁ ସମସ୍ତେ ସାମାଜିକ ଦୂରତ୍ବ ରକ୍ଷା କରିବା ଅନିବାର୍ଯ୍ୟ। ହେଲେ ଲୋକେ ଅତ୍ୟାବଶ୍ୟକ ସାମଗ୍ରୀ କ୍ରୟବେଳେ ସାମାଜିକ ଦୂରତ୍ବ ରକ୍ଷା ନ କରିବାରୁ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଫଳରେ କଟକ ମହାନଗର ନିଗମ (ସିଏମ୍‌ସି) ଏବେ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିଛି। ବିଭିନ୍ନ ହାଟ ଏବଂ ତେଜରାତି ଦୋକାନ ସାମ୍ନାରେ ସର୍କଲ ବା ରେଖାଙ୍କିତ ଗୋଲେଇ ବ୍ୟବସ୍ଥା ଆରମ୍ଭ କରାଯାଇଛି। ୩ ଫୁଟ୍‌ ବ୍ୟବଧାନରେ ଏହି ଗୋଲେଇ ଅଙ୍କନ କରାଯିବା ସହିତ ସାମଗ୍ରୀ କ୍ରୟ ସମୟରେ ଏହି ନିୟମକୁ ମାନିବାକୁ ମହାନଗର ନିଗମ କମିସନର ଅନନ୍ୟା ଦାସ ସମସ୍ତଙ୍କୁ ଅନୁରୋଧ କରିଛନ୍ତି। କୌଣସି ବି ପରିସ୍ଥିତିରେ ଭିଡ଼ ନ କରି ଯଥାସମ୍ଭବ ସାମାଜିକ ଦୂରତ୍ବ ରକ୍ଷା କରନ୍ତୁ ବୋଲି ସେ କହିଛନ୍ତି।
ସମଗ୍ର ଭାରତବର୍ଷ ୨୧ ଦିନ ଲକ୍‌ଡାଉନ୍‌ ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିବା ପରେ ଲୋକଙ୍କ ମଧ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀକୁ ନେଇ ଭୟ ସୃଷ୍ଟି ହୋଇଥିଲା। ଏଥିପାଇଁ ଆଜି ସକାଳେ ଛତ୍ରବଜାର, ମାଛ, ମାଂସ ଦୋକାନ ତଥା ତେଜରାତି ଦୋକାନରେ ଭିଡ଼ ପରିଲକ୍ଷିତ ହୋଇଥିଲା। ଯଦିଓ କେତେକ ଲୋକେ ଅତ୍ୟାବଶ୍ୟକ ସାମଗ୍ରୀ କ୍ରୟ ପାଇଁ ଆସୁଛନ୍ତି; କିନ୍ତୁ ସେଠାରେ ସାମାଜିକ ଦୂରତ୍ବ ରଖୁନାହାନ୍ତି। ଫଳରେ କରୋନା ଭୂତାଣୁ ସଂକ୍ରମଣର ଯଥେଷ୍ଟ ସମ୍ଭାବନା ରହୁଛି। ଏହାକୁ ରୋକିବା ପାଇଁ ସିଏମ୍‌ସି କର୍ତ୍ତୃପକ୍ଷ ଗୋଲେଇ ବା ସର୍କଲ ବ୍ୟବସ୍ଥାକୁ ଆପଣାଇଛନ୍ତି। ସହରର ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ତଥା ହାଟରେ ଗୋଲେଇ ଚିହ୍ନ ଅଙ୍କନ କରାଯାଇଛି। ଜଣେ ଗ୍ରାହକ ଅତ୍ୟାବଶ୍ୟକ ସାମଗ୍ରୀ କ୍ରୟ ବେଳେ ଏହି ଚିହ୍ନ ଭିତରେ ଛିଡ଼ା ହୋଇ ରହିବେ। ଜଣକ ପରେ ଜଣେ ସାମଗ୍ରୀ କ୍ରୟ କରିବେ। ଯଦି କୌଣସି ଦୋକାନରେ ଅହେତୁକ ଭାବେ ଭିଡ଼ ଜମିବ, କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବ ବୋଲି ଜଣାପଡ଼ିଛି। ପ୍ରଥମ ପର୍ଯ୍ୟାୟରେ ଛତ୍ରବଜାର, ମାଲଗୋଦାମ, ରିଲାଏନ୍ସ ଫ୍ରେସ, ରାସନ ସାମଗ୍ରୀ ବିକ୍ରି କରୁଥିବା ସପିଂ ମଲ, ଔଷଧ ଦୋକାନ, ବ୍ୟାଙ୍କ, ଏସ୍‌ସିବି ମେଡିକାଲ ଓ କେତେକ ଖୋଲା ଥିବା ସରକାରୀ କାର୍ଯ୍ୟାଳୟରେ ଏହି ବ୍ୟବସ୍ଥା କରାଯାଇଛି। ଆସନ୍ତାକାଲି ସୁଦ୍ଧା ସହରରେ ଥିବା ଅନ୍ୟ ସମସ୍ତ ଅତ୍ୟାବଶ୍ୟକ ଦୋକାନ ସମ୍ମୁଖରେ ଏହି ବ୍ୟବସ୍ଥା କରାଯିବ ବୋଲି ସୂଚନା ମିଳିଛି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories