www.samajalive.in
Monday, December 8, 2025
27.1 C
Bhubaneswar

ଖୋର୍ଦ୍ଧା କରୋନା ହଟ୍‌ସ୍ପଟ୍‌ : ଆଗକୁ ସ୍ଥିତି ଭୟଙ୍କର

ଭୁବନେଶ୍ୱର : ସେପ୍ଟେମ୍ବର ଶେଷ ଯାଏ କରୋନା ସଂକ୍ରମଣ ଶୀର୍ଷରେ ରହିବା ନେଇ ବିଶେଷଜ୍ଞଙ୍କ ପୂର୍ବାନୁମାନ ସଠିକ୍‍ ସାବ୍ୟସ୍ତ ହେଉଛି। ଓଡ଼ିଶାରେ ପୂର୍ବାପେକ୍ଷା ନମୁନା ପରୀକ୍ଷା ହାର କମୁଥିଲେ ସୁଦ୍ଧା ସଂକ୍ରମିତଙ୍କ ସଂଖ୍ୟା ସେହି ଅନୁପାତରେ କମୁନାହିଁ। କରୋନା ହଟ୍‍ସ୍ପଟ୍‍ ପାଲଟିଥିବା ଖୋର୍ଦ୍ଧାରେ ଶୁକ୍ରବାର ରେକର୍ଡ ସଂଖ୍ୟକ ୮୫୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରୁ କେବଳ ଭୁବନେଶ୍ବର ପୌର ନିଗମ ଅଞ୍ଚଳରୁ ୫୫୦ ଜଣ ଆକ୍ରାନ୍ତ ରହିଛନ୍ତି। ଏପରିସ୍ଥଳେ ରାଜଧାନୀରେ ରୋଗ ପ୍ରତିରୋଧକ ଶକ୍ତି ଅବା ଆଣ୍ଟିବଡ଼ି ଆଶାନୁରୂପ ଭାବେ ବୃଦ୍ଧି ପାଇ ନ ଥିବା ଜଣାପଡ଼ିଛି। ଭାରତୀୟ ଭେଷଜ ଗବେଷଣା ପରିଷଦ (ଆରଏମ୍‍ଆରସି) ପକ୍ଷରୁ ହୋଇଥିବା ସେରୋ ସର୍ଭେ ରିପୋର୍ଟ ଅନୁସାରେ ଭୁବନେଶ୍ୱରରେ ମାତ୍ର ୫.୧୫ ପ୍ରତିଶତ ଲୋକଙ୍କ ଠାରେ ଆଣ୍ଟିବଡ଼ି ଥିବା ଦେଖାଯାଇଛି।

ଏହା ଏଥିପାଇଁ ଚିନ୍ତାର ବିଷୟ ଯେ, ଖୋର୍ଦ୍ଧାରେ ସଂକ୍ରମଣ ସ୍ଥିତି ଏବେ ସଙ୍ଗୀନ୍‍ ଥିବା ବେଳେ ଏଠାକାର  ବହୁ ସଂଖ୍ୟକ ଲୋକ ଭୂତାଣୁ ବାହକ ସାଜିବାର ଯଥେଷ୍ଟ ଆଶଙ୍କା ରହିଛି। ଆଗକୁ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବ ବୋଲି ଭୁବନେଶ୍ବର ମହାନଗର ନିଗମ (ବିଏମ୍‍ସି) ଆଶଙ୍କା ବ୍ୟକ୍ତ କରିଛି। ପ୍ରତିଦିନ ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା ହଜାରେ ଉପରେ ରହିବା କେଉଁଠି ନା କେଉଁଠି ଗୋଷ୍ଠୀ ସଂକ୍ରମଣ ଆଡ଼କୁ ସଙ୍କେତ କରୁଛି। ଗୋଟିଏ ପଟେ ଅନ୍‍ଲକ୍‍-୪.୦ରେ କଟକଣା କୋହଳ କରାଯାଉଛି; ଆଉ ସେପଟେ ରାଜ୍ୟରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୩ ହଜାର ତଳକୁ ଆସୁନାହିଁ। ଦୀର୍ଘ ଦିନ ପରେ ଗଞ୍ଜାମରେ ଶୁକ୍ରବାର ନୂଆ ସଂକ୍ରମିତଙ୍କ ସଂଖ୍ୟା ୧୦୦ ତଳକୁ ରହିଛି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories