ନୂଆଦିଲ୍ଲୀ : କରୋନାର ଦ୍ୱିତୀୟ ତରଙ୍ଗ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଦେଖାଯାଉଛି। ୨୪ ଘଣ୍ଟାରେ ଦେଶରେ ପ୍ରାୟ ୯୦ ହଜାର ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।
କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ରର ପୁଣେରେ ଆଗାମୀ ସାତ ଦିନ ଯାଏଁ ସମସ୍ତ ଧାର୍ମିକ ଅନୁଷ୍ଠାନ ବନ୍ଦ ରଖାଯିବ। ଆଜି ପୁଣେର କିଛି ମନ୍ଦିର ବାହାରେ ଲୋକେ ଦର୍ଶନ କରି ଫେରୁଥିବା ଦେଖାଯାଇଛି।
ସେହିପରି ଛତିଶିଗଡର ଦୁର୍ଗ ଜିଲାରେ କରୋନା ମୃତ୍ୟୁ ସଂଖ୍ୟା ଲଗାତାର ବୃଦ୍ଧି ପାଉଥିବା ଦେଖାଯାଉଛି। ଯେଉଁ କାରଣରୁ ସେଠାରେ ଶ୍ମଶାନ ଘାଟରେ ସ୍ଥାନାଭାବ ଦେଖାଯାଉଛି। ଦୁର୍ଗର ଜିଲାଧିକାରୀଙ୍କ କହିବା ଅନୁଯାୟୀ,ଏହା ପୂର୍ବରୁ ଶବ ସତ୍କାର କରାଯାଉଥିଲେ ମଧ୍ୟ ମାତ୍ର ୨ ଦିନରେ ମୃତକ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହେବା ସହ ଅନ୍ୟ ସ୍ଥାନ ଏଥିପାଇଁ ଯୋଗାଡ କରାଯାଉଛି।
ସୂଚନା ଅନୁଯାୟୀ, କରୋନା ସଂକ୍ରମଣକୁ ନଜରରେ ରଖି କର୍ଣ୍ଣାଟକର ବସାବନହଲ୍ଲୀରେ ହାଇସ୍କୁଲ ଓ କଲେଜରକୁ ବନ୍ଦ ରଖାଯିବାକୁ ନିଷ୍ପତ୍ତି ନିଆଯାଇଛି। ବସାବନହଲ୍ଲୀରେ ୨୬ ଛାତ୍ରଛାତ୍ରୀ କରୋନା ପଜିଟିଭ ଚିହ୍ନଟ ହେବା ପରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି।
କରୋନାର କାୟା ; ଛତିଶିଗଡରେ ଶବ ସତ୍କାର ପାଇଁ ସ୍ଥାନାଭାବ ; କର୍ଣ୍ଣାଟକରେ ସ୍କୁଲ, କଲେଜ ବନ୍ଦ
Popular Categories



