www.samajalive.in
Monday, December 8, 2025
20.1 C
Bhubaneswar

କେନ୍ଦ୍ରକୁ କଂଗ୍ରେସର ସମାଲୋଚନା; କହିଲା ମୋଦୀ ସରକାର ଦେଶ ପାଇଁ ହାନିକାରକ

ନୂଆଦିଲ୍ଲୀ: କେନ୍ଦ୍ରର ମୋଦୀ ସରକାରକୁ ଆଜି ୭ବର୍ଷ ପୂରିଛି। ସରକାର ଏହି ସମୟରେ ନିଜର ସଫଳତାର ହିସାବ ଖୋଜୁଛି। ସେପଟେ କଂଗ୍ରେସ ସରକାର କେନ୍ଦ୍ରକୁ କଡ଼ା ସମାଲୋଚନା କରିଛି। କଂଗ୍ରେସ ମୁଖପାତ୍ର ରଣଦୀପ ସୁରଜେୱାଲା କହିଛନ୍ତି ଯେ, ଦେଶ ବିଗତ ୭ ବର୍ଷରେ ବହୁତ କିଛି ହରାଇ ସାରିଛି। ଏକ ସାମ୍ବାଦିକ ସମ୍ମିଳନୀରେ ସୁରଜେୱାଲା ସରକାର ବିରୋଧରେ ଅଭିଯୋଗର ପାହାଡ଼ ଛିଡ଼ା କରି ମୋଦୀ ସରକାର ଦେଶ ପାଇଁ ହାନିକାରକ ବୋଲି କହିଛନ୍ତି।

ସୁରଜେୱାଲା ଅଭିଯୋଗ କରିଛନ୍ତି ଯେ, ସରକାରଙ୍କ ତ୍ରୁଟିପୂର୍ଣ୍ଣ ନୀତି ଯୋଗୁ ଆଜି ଦେଶର ଅର୍ଥବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ବିଗିଡ଼ି ଯାଇଛି। ମୋଟ ଘରୋଇ ଉତ୍ପାଦ (ଜିଡିପି) ନକାରାତ୍ମକ ସ୍ଥିତିରେ ରହିଛି। ବିଗତ ୪୫ ବର୍ଷରେ ବେରୋଜଗାର ହାର ସବୁଠୁ ଅଧିକ ହୋଇଯାଇଛି। କରୋନା ଯୋଗୁ ଲୋକ ମରୁଛନ୍ତି, କିନ୍ତୁ ସରକାର ଏଥିପ୍ରତି ଧ୍ୟାନ ଦେବା ବଦଳରେ ନୀରବ ବସିଛନ୍ତି। କରୋନା ସମୟରେ ମୋଦୀ ସରକାର ଯେପରି ଦାୟିତ୍ଵହୀନତା ପ୍ରଦର୍ଶନ କରିଛନ୍ତି, ସେଥିରୁ ଜନସାଧାରଣ ବୁଝିସାରିଛନ୍ତି ଯେ ସରକାର କେବଳ ଭାଷଣ ଦେବା ଜାଣିଛି।

- Advertisement -

ସୂଚନାଯୋଗ୍ୟ, କେନ୍ଦ୍ରର ନରେନ୍ଦ୍ର​‌ ମୋଦୀ ସରକାର କାର୍ଯ୍ୟକାଳର ଆଜି ୩୦ ବର୍ଷ ପୂରଣ ହୋଇଛି। ଏହି ଉପଲକ୍ଷେ ବିଜେପି ପକ୍ଷରୁ ଦେଶବ୍ୟାପୀ କରୋନା ପାଇଁ ସେବା କାର୍ଯ୍ୟ କରାଯାଉଛି। ବିଜେପି ମନ୍ତ୍ରୀ, ସାଂସଦ, ବିଧାୟକ ଏବଂ କାର୍ଯ୍ୟକର୍ତ୍ତାମାନେ କରୋନା ସଙ୍କଟରେ ଲୋକଙ୍କ ସହାୟତା ପାଇଁ ସେବା କରୁଛନ୍ତି। ବିଜେପି ଶାସିତ ରାଜ୍ୟଗୁଡ଼ିକରେ ସେବା କାର୍ଯ୍ୟ କରାଯାଉଛି।

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories