www.samajalive.in
Monday, December 8, 2025
27.1 C
Bhubaneswar

ଡମ୍ଫର ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟଣା; ଦୁର୍ଘଟଣାରେ ମୃତ ଦିଲ୍ଲିପଙ୍କ ପରିବାରକୁ ମିଳିଲା କ୍ଷତିପୂରଣ

କେ.ନୂଆଗାଁ: କନ୍ଧମାଳ ଜିଲା କେ.ନୂଆଗାଁ ଥାନା ପୁରୁଣା ସାହି ନିକଟରେ ଗତ ୬ ତାରିଖରେ ଏକ ଠିକା ସଂସ୍ଥାର ଡ଼ମ୍ଫର ଧକ୍କାରେ ମୃତ୍ୟୁ ହୋଇଥିବା ଯୁବକ ଦିଲ୍ଲିପ ବିଶୋୟୀଙ୍କ ପରିବାରକୁ ଆଜି ପୂର୍ବ ପ୍ରତିଶୃତି ପ୍ରକାରେ ୪ ଲକ୍ଷ ୭୫ ହଜାର ଟଙ୍କାର ସହାୟତା ମିଳିଛି। ଦୁର୍ଘଟଣା ଦିନ ଠିସା କଂସ୍ଥା ପକ୍ଷରୁ ୨୫ ହଜାର ଟଙ୍କାର ସହାୟତା କରାଯାଇଥିଲା। ପ୍ରତିଶୃତି ମୁତାବକ ଆଜି କେ,ନୂଆଗାଁ ତହସିଲଦାର ଶଶାଙ୍କ ଶେଖର ପାତ୍ର ୪ ଲକ୍ଷ ୭୫ ହଜାର ଟଂଖାର ଚେକ୍‍ ମୃତ ଦିଲ୍ଲୀପଙ୍କ ବାପା ସୁଧିର ବିଶୋୟୀ କ.ନୂଆଗାଁ ସହତସିଲ କାର୍ଯ୍ୟାଳୟରେ ପ୍ରଦାନ କରିଥିଲେ। ଚେକ୍‍ ପ୍ରଦାନ ସମୟରେ ଗ୍ରାମ୍ୟ କମିଟି ସଭାପତି ବିକ୍ରମ ବିଶିମାଝୀ, ଲିଙ୍ଗରାଜ ପାତ୍ର, ନିରଂଜନ ବିଷୋୟୀ, ପ୍ରମୋଦ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଠିକା ସଂସ୍ଥା ପକ୍ଷରୁ ଏହି ଅର୍ଥରାଶି ପ୍ରଦାନ କରାଯାଇଛି। ସୂଚନା ଯୋଗ୍ୟ ଯେ ଦିଲ୍ଲିପ ଗତ ୬ ତାରିଖରେ ସାଇକଲ ଯୋଗେ ନିକଟସ୍ଥ କେନାଲକୁ ଗାଧୋଇ ଯାଇ ଫେରୁଥିବା ବେଳେ ଆର୍‍.କେ.ଡ଼ି ନାମକ ଏକ ଠିକା ସଂସ୍ଥାର ଡମ୍ପର ଧକ୍କାରେ ଦିଲିପଙ୍କ ମୃତ୍ୟୁ ହୋଇ ଯାଇଥିଲା। ସେ ପରିବାର ଏକ ମାତ୍ର ରୋଜଗାରକ୍ଷମ ବ୍ୟକ୍ତ୍ରି ହୋଇଥିବାରୁ ତାଙ୍କ ପରିବାରକୁ କ୍ଷତି ପୁରଣ ଦାବି କରି ଗ୍ରାମବାସୀ ରାସ୍ତାରୋକ କରିଥିଲେ। ଘଟଣା ସ୍ଥଳରେ ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର ,ବାଲିଗୁଡ଼ା ଏସ୍‍.ଡି.ପି.ଓ ମାନସ ରଂଜନ ବାରିକ , କ.ନୂଆଗାଁ ଥାନା ଅଧିକାରୀ ଶ୍ରୀନିବାସ ସାମଲ ଓ ତହସିଲଦାର , ବି.ଡ଼ି.ଓ ମନୋଜ କୁମାର ତ୍ରିପାଠୀ ପ୍ରମୁଖ ପହଞ୍ଚି ଉତ୍ୟକ୍ତ ଲୋକଙ୍କ ବୁଝାସୁଝା କରିବା ସହିତ ସେହିସମୟରେ ଠିକା ସଂସ୍ଥା ପକ୍ଷରୁ ୫ ଲକ୍ଷ ଟଙ୍କା କ୍ଷତିପୁରଣ ପାଇଁ ପ୍ରତିଶୃତି ଦେଇଥିଲେ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories