+୨ ପରୀକ୍ଷା ଫଳ : ବିଜ୍ଞାନ ପାସ୍ ହାର ୯୪.୧୨%, ବାଣିଜ୍ୟ ପାସ୍ ହାର ୮୯.୨୦%

ଭୁବନେଶ୍ବର : ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ପରିଚାଳିତ ଚଳିତ ବର୍ଷର ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ବୁଧବାର  ପ୍ରକାଶ ପାଇଛି । +୨ ବିଜ୍ଞାନ ପରୀକ୍ଷା ପାସ ହାର ୯୪.୧୨% ରହିଛି । ସେହିପରି ବାଣିଜ୍ୟ ପାସ ହାର ୮୯.୨୦% ରହିଛି ।  ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଆନୁଷ୍ଠାନିକ ଭାବେ ଫଳାଫଳ ଘୋଷଣା କରିଥିଲେ। ଅପରାହ୍ଣ ୪ଟାରେ ଏକ ସଙ୍ଗେ +୨ ବିଜ୍ଞାନ ଓ ବାଣିଜ୍ୟ ଫଳାଫଳ ପ୍ରକାଶିତ ହୋଇଛି । ଅପରାହ୍ଣ ୫ଟାରୁ ଛାତ୍ରଛାତ୍ରୀମାନେ ଅଫିସିଆଲ୍‌ ୱେବ୍‌ସାଇଟ୍‌ orissaresults.nic.in ଓ  chseodisha.nic.inକୁ ଯାଇ ଫଳାଫଳ ଜାଣିପାରିବେ।

prayash

ଚଳିତ ବର୍ଷ ୭୬,୬୦୪ଜଣ ପିଲା ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ୭୨,୧୦୬ ପିଲା ପାସ କରିଛନ୍ତି । ୪୫, ୫୮୭ଜଣ ବାଳକ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ବେଳେ ସେମାନଙ୍କ ପାସ୍ ହାର ୯୩.୮୦% ରହିଛି । ସେହିପରି ୩୨, ୫୧୯  ବାଳିକା କୃତକାର୍ଯ୍ୟ ହୋଇଛନ୍ତି । ସୋମନଙ୍କ  ପାସ୍ ହାର ୯୪.୫୨% ରହିଛି । ଏଥର ମଧ୍ୟ ପୁଅଙ୍କ ଅପେକ୍ଷା ଝିଅମାନେ ବାଜିମାତ କରିଛନ୍ତି । ଚଳିତ ଥର ବିଜ୍ଞାନରେ ୫୦, ୧୫୭ଜଣ ପ୍ରଥମ ଶ୍ରେଣୀରେ ପାସ୍ କରିଥିବା ବେଳେ, ୧୪,୯୩୨ଜଣ ଦ୍ୱିତୀୟ ଶ୍ରେଣୀରେ ଏବଂ ୬,୯୧୦ଜଣ ଛାତ୍ରଛାତ୍ରୀ ତୃତୀୟ ଶ୍ରେଣୀରେ ପାସ କରିଛନ୍ତି । ୧୧୨୪ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଛନ୍ତି । ୩୯୩ଟି ଉଚ୍ଚ ମାଧ୍ୟମିକ ସ୍କୁଲର ଶତପ୍ରତିଶତ ପିଲା ପାସ୍ କରିଛନ୍ତି।

ସେହିପରି ଚଳିତ ବର୍ଷ +୨ ବାଣିଜ୍ୟରେ ୨୩,୭୨୬ ପିଲା ପରୀକ୍ଷା ଦେଇଥିଲେ । ୨୧, ୧୬୫ ପିଲା ପାସ୍ କରିଛନ୍ତି। ପାସ୍ ହାର ୮୯.୨୦% ରହିଛି।ମୋଟ ୧୦, ୮୬୩ ପିଲା ପ୍ରଥମ ଶ୍ରେଣୀରେ ପାସ୍ କରିଛନ୍ତି। ଦ୍ୱିତୀୟ ଶ୍ରେଣୀରେ ୫୦୫୩ ଓ ତୃତୀୟ ଶ୍ରେଣୀରେ ୫୨୪୨ ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ବାଳକ ପାସ୍ ହାର ୮୮.୩୨% ଓ ବାଳିକା ପାସ୍ ହାର ୯୦.୭୧% ହୋଇଛି।

kalyan agarbati

Comments are closed.