www.samajalive.in
Monday, December 8, 2025
27.1 C
Bhubaneswar

ମହାକାଶ ଗବେଷଣାରେ ସାମିଲ ହେବେ ଘରୋଇ ସଂସ୍ଥା

ନୂଆଦିଲ୍ଲୀ : ମହାକାଶ ଗବେଷଣାକୁ ଅଧିକ ତ୍ବରାନ୍ବିତ ଓ ବିକଶିତ କରିବା ଲାଗି କେନ୍ଦ୍ର ସରକାର ନୂଆ ପଦକ୍ଷେପ ନେଇଛନ୍ତି। ନୂଆ ପଦକ୍ଷେପ ଅନୁଯାୟୀ ମହାକାଶ ଗବେଷଣା କ୍ଷେତ୍ରରେ ଘରୋଇ କମ୍ପାନୀଗୁଡିକୁ ଅନୁମତି ପ୍ରଦାନ କରାଯାଇଛି। ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକର ନିଷ୍ପତ୍ତି ଅନୁଯାୟୀ ଘରୋଇ କମ୍ପାନୀଗୁଡିକ ମହାକାଶ ଗବେଷଣା ପାଇଁ ସରକାରୀ ଭିତ୍ତିଭୂମିର ଉପଯୋଗ କରିପାରିବେ। ମହାକାଶ ଗବେଷଣା କ୍ଷେତ୍ରରେ ଭାରତ ବିଶ୍ବର ଅଗ୍ରଣୀ ରାଷ୍ଟ୍ର ଭାବେ ବିବେଚିତ ହୋଇଆସୁଛି। ଏବେ ଘରୋଇ କମ୍ପାନୀଗୁଡିକ ଏହି ଗବେଷଣାରେ ସାମିଲ ଦ୍ବାରା ଭାରତ ନୂଆ ଦିଶା ପାଇପାରିବ। ଘରୋଇ କମ୍ପାନୀଗୁଡିକୁ ମହାକାଶ ଗବେଷଣାର ଭିତ୍ତିଭୂମି ଯୋଗାଇ ଦେବା ଲାଗି ଇଣ୍ଡିଆନ ନ୍ୟାସନାଲ ସ୍ପେସ ପ୍ରୋମୋସନ ଆଣ୍ଡ ଅଥରାଇଜେସନ ସେଣ୍ଟର (ଇନ-ସ୍ପେସ୍‌) ଗଠନ କରାଯାଇଛି। ଏହି ଇନ-ସ୍ପେସ୍ ଘରୋଇ କମ୍ପାନୀଗୁଡିକୁ ଆବଶ୍ୟକ ସୁବିଧାସୁଯୋଗ ଯୋଗାଇ ଦେବ। ଇନ୍‌-ସ୍ପେସ୍‌ ଏକ ସ୍ବତନ୍ତ୍ର ଅନୁଷ୍ଠାନ ଭାବେ କାର୍ଯ୍ୟ କରିବ ନାହିଁ; ବରଂ ଏହା ଇସ୍ରୋର ସହକାରୀ ସଂସ୍ଥା ଭାବେ କାର୍ଯ୍ୟ କରିବ। କ୍ୟାବିନେଟ ବୈଠକର ନିଷ୍ପତ୍ତି ଅନୁଯାୟୀ ନ୍ୟୁ ସ୍ପେସ ଇଣ୍ଡିଆ ଲିମିଟେଡ (ଏନଏସଆଇଏଲ) ଘରୋଇ ଉଦ୍ୟୋଗଗୁଡିକୁ ଇସ୍ରୋର ଭିତ୍ତଭୂମି ବ୍ୟବହାର ଲାଗି ଆଗ୍ରହ ଦେଖାଇବା ସହିତ ଅନୁକୂଳ ପରିବେଶ ସୃଷ୍ଟି କରିବ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories