ଅରବିନ୍ଦ କେଜ୍ରିୱାଲଙ୍କୁ ସିବିଆଇ ସମନ
ନୂଆଦିଲ୍ଲୀ: ଆପ୍ ସୁପ୍ରିମୋ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସିବିଆଇ ସମନ କରିଛି। ଏପ୍ରିଲ ୧୬ ତାରିଖ ପୂର୍ବାହ୍ନ ୧୧ଟାରେ ହାଜର ହେବାକୁ ସମନ କରିଛି ସିବିଆଇ। ଅବକାରୀ ଦୁର୍ନୀତି ମାମଲାରେ କେଜ୍ରିୱାଲଙ୍କୁ ପଚରାଉଚରା ପାଇଁ ଡକାଇଛି ସିବିଆଇ। ବର୍ତ୍ତମାନ ଏହା ମଧ୍ୟ ଖବର ଆସୁଛି ଯେ, କେଜ୍ରିୱାଲ ସିବିଆଇ ମୁଖ୍ୟାଳୟକୁ ଯିବେ ଓ ତଦନ୍ତରେ ସାମିଲ ହେବେ।
ସୂଚନାଯୋଗ୍ୟ, ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଫେବୃଆରୀ ୨୬ରେ ସିବିଆଇ ଗିରଫ କରିଥିଲା। ଏବେ ଜେଲ୍ରେ ଅଛନ୍ତି ସିସୋଦିଆ।
Comments are closed.