www.samajalive.in
Monday, December 8, 2025
27.1 C
Bhubaneswar

ଗାନ୍ଧୀ ଜୟନ୍ତୀରୁ କର୍କଟରୋଗୀଙ୍କୁ ଉପଶମ ଚିକିତ୍ସା

ଭୁବନେଶ୍ୱର : କର୍କଟ ଆକ୍ରାନ୍ତ ରୋଗୀଙ୍କୁ ଆସନ୍ତା ଗାନ୍ଧୀ ଜୟନ୍ତୀରୁ ଜିଲାସ୍ତରରେ ଉପଶମ ଚିକିତ୍ସା ଯୋଗାଇଦିଆଯିବ। ପ୍ରଥମ ପର୍ଯ୍ୟାୟରେ କ୍ୟାପିଟାଲ ହସ୍ପିଟାଲ ସମେତ ୭ଟି ଜିଲାରେ ଏହି ସେବା ଆରମ୍ଭ ହେବ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।
ଯେଉଁ କର୍କଟ ରୋଗୀମାନେ କେମୋ ନେଉଛନ୍ତି ସେମାନଙ୍କୁ ଯନ୍ତ୍ରଣାରୁ ଉପଶମ ଲାଗି ରାଜ୍ୟ ସରକାର ଏହି ସୁବିଧା ଯୋଗାଇଦେବେ। ଏଥିରେ ରୋଗୀମାନଙ୍କ ପାଇଁ ଜିଲାସ୍ତରୀୟ ଚିକିତ୍ସାଳୟରେ ସ୍ୱତନ୍ତ୍ର ଶଯ୍ୟା ସହିତ ଆବଶ୍ୟକ ଔଷଧ ଯୋଗାଇ ଦିଆଯିବ। ପ୍ରଥମ ପର୍ଯ୍ୟାୟରେ କ୍ୟାପିଟାଲ ହସ୍ପିଟାଲ ସମେତ ବାଲେଶ୍ୱର, ବରଗଡ, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ନୟାଗଡ ଓ ସୁନ୍ଦରଗଡରେ ଏହି ଚିକିତ୍ସା ଆରମ୍ଭ ହେବ । ୨୦୨୦-୨୧ ସୁଦ୍ଧା ରାଜ୍ୟର ସମସ୍ତ ଜିଲାକୁ ଏହା ସମ୍ପ୍ରସାରିତ କରାଯିବାର ଯୋଜନା ରହିଛି। ବର୍ତ୍ତମାନ କ୍ୟାପିଟାଲ ହସ୍ପିଟାଲ ସମେତ ୨୬ଟି ଜିଲାରେ କର୍କଟରୋଗୀଙ୍କୁ କେମୋ ଚିକିତ୍ସା ଯୋଗାଇ ଦିଆଯାଉଛି। ଖୁବ୍‌ଶୀଘ୍ର କଟକ ସିଟି ହସ୍ପିଟାଲ, ପୁରୀ, ମାଲକାନଗିରି, ମୟୁରଭଞ୍ଜ, ଦେବଗଡ, ଅନୁଗୋଳ, ବୁର୍ଲାର ଭିମ୍‌ସାର ଓ ବ୍ରହ୍ମପୁରର ଏମ୍‌କେସିଜିରେ ଏହା ଆରମ୍ଭ ହେବ। ଏମ୍‌କେସିଜି ବ୍ରହ୍ମପ ୁର ଓ ଭିମ୍‌ସାର ବୁର୍ଲାର କର୍କଟ ବିଭାଗରେ ରୋଗୀଙ୍କ ଲାଗି ଉନ୍ନତମାନର ଚିକିତ୍ସା ବ୍ୟବସ୍ଥା କରାଯିବ। ଏଥିପାଇଁ ରାଜ୍ୟ ସରକାର ସମସ୍ତ ସୁବିଧା ପ୍ରଦାନ କରିବେ। କଟକ ଏସ୍‌ସିବି ମେଡିକାଲର ଛାତି ଓ ଯକ୍ଷ୍ମାରୋଗ ବିଭାଗକୁ ଏକ ଉତ୍କର୍ଷ କେନ୍ଦ୍ରରେ ପରିଣତ କରିବାପାଇଁ ଚାଲିଥିବା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ସହିତ ଏଠାରେ ଡିଏମ୍‌ ପାଠ୍ୟକ୍ରମ ଆରମ୍ଭ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ନିଷ୍ପତ୍ତି ହୋଇଛି।
ଗାନ୍ଧୀ ଜୟନ୍ତୀରୁ ରାଜ୍ୟ ସରକାର ଆରମ୍ଭ କରୁଥିବା ‘ମୋ ସରକାର’ ଯୋଜନା ଅନୁଯାୟୀ ସ୍ୱାସ୍ଥ୍ୟ ବିଭାଗର ସଚିବଙ୍କଠାରୁ ଆରମ୍ଭ କରି ଅନ୍ୟାନ୍ୟ ଅଧିକାରୀମାନେ ରୋଗୀମାନଙ୍କୁ ସିଧାସଳଖ ଟେଲିଫୋନ୍‌ କରି ସେମାନଙ୍କର ସୁବିଧା ଅସୁବିଧା ବୁଝିବେ। ମେଡିକାଲ କଲେଜ ଓ ହସ୍ପିଟାଲଠାରୁ ଆରମ୍ଭକରି ଜିଲାସ୍ତରରେ ଚିକିତ୍ସିତ ରୋଗୀଙ୍କ ସହ ଦୈନନ୍ଦିନ ଆଲୋଚନା କରିବେ। କଟକ ଜିଲାର ବାରଙ୍ଗଠାରେ କର୍କଟ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ଲାଗି ଟାଟା ଟ୍ରଷ୍ଟ ସହ ରାଜ୍ୟ ସରକାର କରିଥିବା ବୁଝାମଣା ଅନୁଯାୟୀ ୨୦୨୦ସୁଦ୍ଧା ୧୫ଟି କେନ୍ଦ୍ର କାର୍ଯ୍ୟକ୍ଷମ ଲାଗି ବୈଠକରେ ସ୍ଥିର ହୋଇଛି।
ବୈଠକରେ ସ୍ୱାସ୍ଥ୍ୟ ବିଭାଗର ଶାସନ ସଚିବ ଡ. ପ୍ରମୋଦ କୁମାର ମେହେର୍ଦ୍ଦା, ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦେଶିକା ଶାଳିନୀ ପଣ୍ଡିତ, ରାଜ୍ୟ ମେଡିକାଲ ନିଗମର ଏମ୍‌ଡି ୟାମିନୀ ଷଡଙ୍ଗୀ, ଯୁଗ୍ମ ସଚିବ ଗୁହା ପୁନମ ତାପସ କୁମାରଙ୍କ ସମେତ ସ୍ୱତନ୍ତ୍ର ସଚିବ, ଆଚାର୍ଯ୍ୟ ହରିହର କର୍କଟ ଗବେଷଣା କେନ୍ଦ୍ରର ନିର୍ଦେଶକ, ତିନି ମେଡିକାଲ କଲେଜର ଅଧ୍ୟକ୍ଷ, ଅଧୀକ୍ଷକ ଉପସ୍ଥିତ ଥିଲେ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories