www.samajalive.in
Monday, December 8, 2025
27.1 C
Bhubaneswar

ବୌଦ୍ଧର ବାହୁଡା ଯାତ୍ରା ଧୁମଧାମରେ ପାଳିତ,  ଡାହୁକ ଗୀତର ତାଳେ ତାଳେ ଆଗକୁ ଗଡିଲା ରଥ

ବୌଦ୍ଧ : ବୌଦ୍ଧ ଗଡଜାତର ପ୍ରସିଦ୍ଧ ବାହୁଡା ଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି । ପ୍ରଭୁ ଶ୍ରୀଜଗନ୍ନାଥ ଭାଇ ଭଉଣୀଙ୍କ ସହ ନଅ ଦିନ ମାଉସୀ ଗୁଣ୍ଡିଚାଙ୍କ ଘରେ ଲୀଳାଖେଳା ପରେ ନିଜ ମନ୍ଦିରକୁ ବାହୁଡିଛନ୍ତି । ମାଉସୀ ମା ମନ୍ଦିରରେ ସକାଳ ନୀତିକାନ୍ତି ପରେ ତିନି ଠାକୁରଙ୍କୁ ସ୍ୱତନ୍ତ୍ର ବେଶ କରାଯିବାପରେ ଅପରାହ୍ନରେ ବ୍ରାହ୍ମଣ ସେବକମାନଙ୍କ ଦ୍ୱାରା ତିନି ଠାକୁରଙ୍କୁ ମନ୍ଦିରରୁ ବାହାରକୁ ଅଣାଯାଇ ଗୋଟିପହଣ୍ଡିରେ ନିଆଯାଇଥିଲା । ଏହି ସମୟରେ ଭକ୍ତମାନଙ୍କ ଦ୍ୱାରା ବଡଦାଣ୍ଡର ବିଭିନ୍ନ ସ୍ଥାନରେ ପରମ୍ପରା ମୁତାବକ ବାଟଭୋଗ ସବୁ ଲାଗି କରାଯାଇଥିଲା ।

ବ୍ରାହ୍ମଣସେବକଙ୍କ କାନ୍ଧରେ ତିନିଠାକୁର ଝୁଲି ଝୁଲି ପହଣ୍ଡିଯାତ୍ରାରେ ଯିବାବେଳେ ସଂକିର୍ତନ , ଘଣ୍ଟ, ଶଙ୍ଖ ନାଦରେ ବଡଦାଣ୍ଡ ପୁରି ଉଠିଥିଲା । ଠାକୁରମାନଙ୍କୁ ରଥାରୁଢ କରାଯିବାପରେ ପରମ୍ପରା ଅନୁଯାୟୀ ଶିଶୁମାନଙ୍କ ରଥ ଛୁଆଁ ଓ ଛେରାପହଁରା ନିତି ସଂପର୍ଣ୍ଣ ହୋଇଥିଲା । ଡାହୁକ ଗୀତର ତାଳେତାଳେ ରଥ ବଡଦାଣ୍ଡରେ ଆଗକୁ ଆଗକୁ ଗଡି ରଥଖଳାରେ ପହଂଚିଥିଲା । ରଥାରୁଢ ତିନି ଠାକୁରଙ୍କୁ ଦର୍ଶନ କରିବାକୁ ପ୍ରବଳ ଭକ୍ତଙ୍କ ସମାଗମ ହୋଇଥିଲା । ସେହିପରି ହରିଗୁଢି ରଥରେ ତିନି ଠାକୁର ରଥାରୁଢ ହେବାପରେ ପରମ୍ପରା ଅନୁଯାୟୀ ମହିଳାମାନେ ରଥ ଟାଣିଥିଲେ ।

- Advertisement -

ବାହୁଡା ଯାତ୍ରାଦିନ ଜିଲ୍ଲା ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଧାରା ବିବରଣୀ ପ୍ରଦାନ ସହିତ ସୂଚନା କେନ୍ଦ୍ର ଖୋଲାଯାଇଥିଲା । ଜନଗହଳିକୁ ଦୃଷ୍ଟିରେ ରଖି ଜିଲ୍ଲା ପୁଲିସ ପକ୍ଷରୁ ବ୍ୟାପକ ଭାବରେ ପୁଲିସ ମୃତୟନ ହୋଇଥିଲେ । ଚଳିତବର୍ଷ ବାହୁଡାଯାତ୍ରା ପରଦିନ ସଂକ୍ରାନ୍ତି ପଡୁଥିବାରୁ ତିନି ରଥ ଆଜି ରଥଖଳାରେ ପହଞ୍ଚିବାପରେ ଦୁଇଦିନ ଠାକୁରମାନେ ରଥ ଉପରେ ପୂଜା ପାଇବେ ବୋଲି ପରିଚାଳନା କମିଟି ପକ୍ଷରୁ ସୂଚନା ଦିଆଯାଇଛି । ଏକାଦଶୀ ତିଥିରେ ଠାକୁରମାନଙ୍କୁ ଆକର୍ଷଣିୟ ଫୁଲବେଶରେ ସଜ୍ଜିତ କରାଯିବ । ସେଥିପାଇଁ ସମସ୍ତ ପ୍ରସ୍ତୁତି ସରିଥିବା ସୂଚନା ମିଳିଛି ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories