www.samajalive.in
Monday, December 8, 2025
27.1 C
Bhubaneswar

ବୌଦ୍ଧ ଆର୍ଟସ ଟେମ୍ପୁଲ କରାଟେ ଆସୋସିଏସନର ବେଲ୍ଟ ଗ୍ରେଡିଙ୍ଗ ଟେଷ୍ଟ ଶିବିର

ବୌଦ୍ଧ : ବୌଦ୍ଧ ଆର୍ଟସ ଟେମ୍ପୁଲ କରାଟେ ଆସୋସିଏସନର ପକ୍ଷରୁ ରବିବାର ରାମଲୀଳା ମନ୍ଦିର ପ୍ରାଙ୍ଗଣରେ ୭ମ ବେଲ୍ଟ ଗ୍ରେଡିଙ୍ଗ ଟେଷ୍ଟ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଗ୍ରେଡିଙ୍ଗ ଟେଷ୍ଟରେ ୨୫ ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ଭିନ୍ନ ଭିନ୍ନସ୍ତରର କରାଟେ କୌଶଳ ପାଇଁ ଅନୁମୋଦିତ ବେଲ୍ଟ ପ୍ରାପ୍ତ ପାଇଁ ଓଡିଶା କରାଟେ ଆସୋସିଏସନ ଦ୍ୱାରା ତାଲିମ ପ୍ରାପ୍ତ ପ୍ରଶିକ୍ଷକଙ୍କ ଦ୍ୱାରା ପରିଚାଳିତ ହୋଇଥିଲା। ଆର୍ଟସ ଟେମ୍ପୁଲର ଏହି ଗ୍ରେଡିଙ୍ଗ ଟେଷ୍ଟକୁ ପରିଚାଳନାରେ ଆସୋସିଏସନର ମୁଖ୍ୟ ପ୍ରଶିକ୍ଷକ ସୁଧୀର ବାରିକ, ସୋନପୁରର ପ୍ରଶିକ୍ଷକ ସରୋଜ ପୂଜାହାରୀ, ବରଗଡର ପ୍ରଶିକ୍ଷକ ଚନ୍ଦ୍ର ଶେଖର ଭୋକ୍ତା ସହଯୋଗ କରିଥିଲେ। ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟଅତିଥି ଭାବରେ ରାମଲୀଳା ନାଟ୍ୟ ସଂସଦର ସଭାପତି ମୃତ୍ୟୁଞ୍ଜୟ ମିଶ୍ର ଯୋଗଦେଇ ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ।

 

- Advertisement -

ଅନ୍ୟତମ ଅତିଥି ଭାବରେ ଗୁରୁ ଜ୍ଞାନରଞ୍ଜନ ମହାନ୍ତି ଯୋଗଦେଇ କରାଟେ ଏବଂ ଆତ୍ମସୁରକ୍ଷା ଦ୍ୱାରା ନିଜର ସୁରକ୍ଷା ସହ ବ୍ୟକ୍ତିତ୍ୱର ବିକାଶରେ ଏହା ଅମୋଘ ଅସ୍ତ୍ର ଭଳି କାର୍ଯ୍ୟ କରିବ ବୋଲି କହିଥିଲେ। କାର୍ଯ୍ୟକ୍ରମରେ ବରିଷ୍ଠ କ୍ରୀଡା ଶିକ୍ଷକ ରଞ୍ଜିତ କୁମାର ରାଉତ, ସଦସ୍ୟ ସୂରୂପ ପଟ୍ଟନାୟକ ,ଅଭିଭାବକ ଅଭିଭାବିକାମାନେ ଉପସ୍ଥିତ ଥିଲେ। ବେଲ୍ଟ ଗ୍ରେଡିଙ୍ଗ ପରୀକ୍ଷାରେ ୭ ଜଣ ୟେଲୋ ବେଲ୍ଟ, ୨ ଜଣ ଅରେଞ୍ଜ ବେଲ୍ଟ, ୪ ଜଣ ସିନିୟର ବ୍ଲୁ ବେଲ୍ଟ, ୫ ଜଣ ଜୁନିଅର ବ୍ଲୁ ବେଲ୍ଟ, ୩ ଜଣ ପରପଲ ବେଲ୍ଟ, ୨ ଜଣ ଗ୍ରୀନ ବେଲ୍ଟ, ୨ ଜଣ ବ୍ରାଉନ ବେଲ୍ଟ ହାସଲ କରିଥିଲେ। ଶେଷରେ ଅନୁଷ୍ଠାନର ମୁଖ୍ୟ ପ୍ରଶିକ୍ଷକ ସୁଧୀର ବାରିକ ଧନ୍ୟବାଦ ପ୍ରଦାନ କରିଥିଲେ।

Hot this week

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

Related Articles

Popular Categories